Shut down sick PSUs: ଅଗଷ୍ଟ ୧୨ରେ କ୍ଷତିଗ୍ରସ୍ତ ତଥା ଦୁର୍ବଳ PSU ଗୁଡ଼ିକର ବନ୍ଦ ପ୍ରସଙ୍ଗରେ କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରେ PSU ଗୁଡ଼ିକୁ ବନ୍ଦ କରିବାରେ ବିଳମ୍ବ ହେବାର କାରଣ ଦର୍ଶାଇବାକୁ ସେ ବିଭିନ୍ନ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନାମ ଗୋପନ ରଖିବା ସର୍ତ୍ତରେ ଗଣମାଧ୍ୟମକୁ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସରକାରଙ୍କ ସମ୍ବଳ ଯେପରି ନଷ୍ଟ ନହେଉ ତାହାକୁ ସୁନିଶ୍ଚିତ କରିବାକୁ ପଡିବ।
Trending Photos
Shut down sick PSUs, ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶର ଦୁର୍ବଳ ସରକାରୀ ସଂସ୍ଥା ଗୁଡିକରେ ତାଲା ଝୁଲିବାକୁ ଯାଉଛି। PSU ଗୁଡ଼ିକର ଶୀଘ୍ର ବନ୍ଦ ଏବଂ ବିନିବେଶକୁ ତ୍ୱରାନ୍ୱିତ କରିବା ପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ନରେନ୍ଦ୍ର ମୋଦି ସରକାର, ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପୂର୍ବରୁ ହିଁ ଏହି ସଂସ୍ଥା ଗୁଡିକରୁ ପୁଞ୍ଜି ପ୍ରତ୍ୟାହର ପାଇଁ କ୍ୟାବିନେଟର ଅନୁମୋଦନ ମିଳି ସାରିଛି। ଚଳତ ବର୍ଷ ପୁଞ୍ଜି ପ୍ରତ୍ୟାହାରରୁ କେନ୍ଦ୍ର ସରକାର ୬୫,୦୦୦ କୋଟି ଟଙ୍କା ରାଜସ୍ୱ ଆଦାୟ କରିବାକୁ ଲକ୍ଷ୍ୟ ରଖିଛି।
ଅଗଷ୍ଟ ୧୨ରେ କ୍ଷତିଗ୍ରସ୍ତ ତଥା ଦୁର୍ବଳ PSU ଗୁଡ଼ିକର ବନ୍ଦ ପ୍ରସଙ୍ଗରେ କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରେ PSU ଗୁଡ଼ିକୁ ବନ୍ଦ କରିବାରେ ବିଳମ୍ବ ହେବାର କାରଣ ଦର୍ଶାଇବାକୁ ସେ ବିଭିନ୍ନ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନାମ ଗୋପନ ରଖିବା ସର୍ତ୍ତରେ ଗଣମାଧ୍ୟମକୁ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସରକାରଙ୍କ ସମ୍ବଳ ଯେପରି ନଷ୍ଟ ନହେଉ ତାହାକୁ ସୁନିଶ୍ଚିତ କରିବାକୁ ପଡିବ। ଯେଉଁଠାରେ ସିପିଏସ୍ଇ (କେନ୍ଦ୍ରୀୟ ସରକାରୀ କ୍ଷେତ୍ର ଉଦ୍ୟୋଗ), ସ୍ୱୟଂଶାସିତ ସଂସ୍ଥା ଏବଂ ଅନ୍ୟାନ୍ୟ ସଂସ୍ଥା ବନ୍ଦ ପାଇଁ କ୍ୟାବିନେଟ୍ ଅନୁମୋଦନ ପାଇଥାଏ, ତାହା ତୁରନ୍ତ କାର୍ଯ୍ୟକାରୀ କରାଯିବା ଆବଶ୍ୟକ।
Also Read: ବିହାରରେ ହୋଇଥିବା ରାଜନୈତିକ ପରିବର୍ତ୍ତନ ସାରା ଦେଶକୁ କରିବ ପ୍ରଭାବିତ? PK କଲେ ଭବିଷ୍ୟବାଣୀ
ଗୌବାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ଭିଜନ ଇଣ୍ଡିଆ ୨୦୪୭ ପାଇଁ ପ୍ରସ୍ତୁତ ରୋଡମ୍ୟାପ ଉପରେ ଆଲୋଚନା କରାଯାଇଥିଲା। ଯାହା ଅଧିନରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନିଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇଛି ଏବଂ ଏକ ବିକଶିତ ସ୍ଥିତିର ନିକଟତର ହେବାକୁ ଯାଉଛି। PSU ଗୁଡିକ ହେଉଛି ସେହି କମ୍ପାନୀ, ଯେଉଁଥିରେ କେନ୍ଦ୍ର ସରକାର କିମ୍ବା ଅନ୍ୟାନ୍ୟ PSUର ସିଧାସଳଖ ପ୍ରତିଶତ କିମ୍ବା ଅଧିକ ସେୟାର ଥାଏ। ଭାରତର କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ୍ (CAG) ଅନୁଯାୟୀ, ଦେଶରେ ମୋଟ ୬୦୭ଟି PSU ଅଛି ଯେଉଁଥିରେ ସରକାର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଅଂଶଧନ ରଖିଛନ୍ତି। ରିପୋର୍ଟ ପ୍ରସ୍ତୁତ କରିବା ସମୟରେ ପ୍ରାୟ ୯୦ କମ୍ପାନୀ CAGକୁ ସେମାନଙ୍କର ଆର୍ଥିକ ବିବରଣୀ ଦେଇନାହାଁନ୍ତି। ପ୍ରାୟ ୪୮୮ଟି ସରକାରୀ କମ୍ପାନୀ ହୋଇଥିବା ବେଳେ ଛଅଟି ନିଗମ ଏବଂ ୨୦୩ଟି ସରକାରୀ ନିୟନ୍ତ୍ରିତ ଅନ୍ୟ କମ୍ପାନୀ ଅଟେ।
ଡିସେମ୍ବର ୨୦୨୧ ରିପୋର୍ଟରେ CAG କହିଛି ଯେ, ୨୦୧୯-୨୦ ମସିହାରେ ପ୍ରାୟ ୧୮୧ଟି ରାଷ୍ଟ୍ରାୟତ୍ତ କମ୍ପାନୀରେ ୬୮୪୩୪ କୋଟି ଟଙ୍କା କ୍ଷତି ଘଟିଛି। ଯାହା ୨୦୧୮-୧୯ର ୪୦୮୩୫ କୋଟି ଟଙ୍କା ଠାରୁ ଢେର ଅଧିକ। ଏଥିମଧ୍ୟରୁ ୧୧୫ଟି କମ୍ପାନୀ ଗତ ତିନିରୁ ପାଞ୍ଚ ବର୍ଷ ପାଇଁ କ୍ଷତି ସହିଥିବାବେଳେ ୬୪ଟି କମ୍ପାନୀ କ୍ରମାଗତ ଭାବରେ ପାଞ୍ଚ ବର୍ଷ କ୍ଷତି ସହିଛନ୍ତି। ସେହିପରି ୩୧ ମାର୍ଚ୍ଚ ୨୦୨୦ ବେଳକୁ ୧୮୧ଟି କମ୍ପାନୀର କ୍ଷତି ପରିମାଣ ସମୁଦାୟ ୧,୫୫,୦୬୦ କୋଟି ଟଙ୍କା ଥିଲା। CAG ରିପୋର୍ଟ ଅନୁଯାୟୀ, ୨୦୧୯-୨୦ ମସିହାରେ ୧୦୦୦ କୋଟିରୁ ଅଧିକ କ୍ଷତି ହୋଇଥିବା ୧୪ଟି କମ୍ପାନୀ ମଧ୍ୟରେ BSNL ଏବଂ ଏୟାର ଇଣ୍ଡିଆ ଥିଲା। ବର୍ତ୍ତମାନ ଏୟାର ଇଣ୍ଡିଆର ଘରୋଇକରଣ ହୋଇଛି। ଅନେକ ପ୍ରଚେଷ୍ଠା ଓ ପରିବର୍ତ୍ତନ ପରେ ଟାଟା ଗ୍ରୁପ, ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିଛି।
Also Read: BJP mission 2024: ଦଳୀୟ ନେତାଙ୍କୁ ବଂଶଲ ପଢାଇଲେ ବୁଥ୍ ପାଠ, ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ
ଆଉ ତିନୋଟି କମ୍ପାନୀରୁ ପୁଞ୍ଜିପ୍ରତ୍ୟାହର ଦିଗରେ କେନ୍ଦ୍ର ସରକାର ସଫଳ ହୋଇଛନ୍ତି। ସେଥିରେ ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ (ONGC), ଜୀବନ ବୀମା ନିଗମ (LIC) ଏବଂ ପାରାଦୀପ ଫସଫେଟ୍ସ ଲିମିଟେଡ୍ (PPL) ରହିଛି। ଏଥିରୁ ସେୟାର ବିକି ସରକାର ପ୍ରାୟ ୨୪୫୪୪ କୋଟି ଟଙ୍କା ସଂଗ୍ରହ କରିଛି। ୨୦୨୨-୨୩ ମସିହାରେ ସରକାର ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର ଏବଂ ଘରୋଇକରଣ ମାଧ୍ୟମରେ ୬୫୦୦୦ କୋଟି ଟଙ୍କା ସଂଗ୍ରହ କରିବେ ବୋଲି ଆକଳନ କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁନରେ କହିଥିଲେ ଯେ ସରକାରଙ୍କ ପୁଞ୍ଜି ପ୍ରତ୍ୟାହାର କାର୍ଯ୍ୟକ୍ରମ କୌଣସି ୟୁନିଟ୍ କିମ୍ବା କମ୍ପାନୀ ବନ୍ଦ କରିବା ନୁହେଁ, ବରଂ ସେମାନଙ୍କୁ ଅଧିକ ଦକ୍ଷ ଏବଂ ବୃତ୍ତିଗତ ଚାଳିତ କରିବା। ସେ କହିଛନ୍ତି ଯେ, PSU ଗୁଡ଼ିକର ଘରୋଇକରଣ କମ୍ପାନୀଗୁଡିକୁ ଅଧିକ ଦକ୍ଷତାର ସହ ଚଳାଇବା ପାଇଁ ଲକ୍ଷ୍ୟ ରଖାଯାଇଛି।