ନୂଆଦିଲ୍ଲୀ: ବିଭିନ୍ନ କାରଣକୁ ନେଇ ବିଭିନ୍ନ ସମୟରେ ପଶୁପକ୍ଷୀ, କୀଟପତଙ୍ଗ, ସରୀସୃପଙ୍କ ସହ ମଣିଷର ହୋଇଛି ସାମ୍ନାସାମ୍ନ। ଏଭଳି ଘଟଣାର ଅନେକ ଉଦାହରଣ ଆପଣ କାହାଣୀ, ଗଳ୍ପ କିମ୍ବା ଚଳଚ୍ଚିତ୍ରରେ ଦେଖିବାକୁ ପାଇଥିବେ। ଦେଶର ଗୁଜୁରାଟ ଏବଂ କେରଳ ଭଳି ରାଜ୍ୟରେ ଏଭଳି ଘଟଣା ଦେଖିବାକୁ ମିଳିଛି।


COMMERCIAL BREAK
SCROLL TO CONTINUE READING

ବିଭିନ୍ନ ଜୀବଜନ୍ତୁଙ୍କୁ ନେଇ ଦେଶ ତଥା ବିଦେଶରେ ଅନେକ ଚଳଚ୍ଚିତ୍ର ନିର୍ମିତ ହୋଇଛି। ଯାହା ମଧ୍ୟରେ ସବୁଠାରୁ ଲୋକପ୍ରିୟ ହେଉଛି ନାଗ (Nag/Cobra), ନାଗୁଣୀ (Nagin) କିମ୍ବା ଆନାକୋଣ୍ଡା (Anaconda) ଭଳି ସାପଙ୍କୁ ନେଇ ନିର୍ମିତ ହୋଇଥିବା ଚଳଚ୍ଚିତ୍ର। ଏପରି ଅନେକ ଚଳଚ୍ଚିତ୍ର ରହିଛି  ଯେଉଁଥିରେ ଆପଣ ଦେଖିବାକୁ ପାଇଥିବେ ଯେ ନାଗ ହତ୍ୟାର ପ୍ରତିଶୋଧ ନାଗୁଣୀ ନେଇଛି। ବର୍ତ୍ତମାନ ସମୟରେ ଏଭଳି ଘଟଣାକୁ ବିଶ୍ୱାସ କରିବା ହୁଏତ ଅସମ୍ଭବ ହେଲେ ଗୁଜୁରାଟର (Gujarat) ରାଜଧାନୀ ଗାନ୍ଧୀ ନଗର (Gandhi Nagar) ଜିଲ୍ଲାରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।


Also Read: ନନ୍ଦନକାନନରେ ଦେଖାଯିବେ ପୃଥିବୀର ସବୁଠୁ ବଡ଼ ଓ ଭୟଙ୍କର ସାପ 'ଆନାକୋଣ୍ଡା'


କିଛି ଦିନ ପୂର୍ବେ ଏହି ଜିଲ୍ଲାରେ ନାଗ ସାପକୁ ଦେଖିବା ପରେ ଏକ ଘରର ୨ ଜଣ ସଦସ୍ୟ ତାକୁ ମାରି ଦେଇଥିଲେ। ହେଲେ ଏ ଘଟଣା ଘଟିବାର ୩ ଦିନ ମଧ୍ୟରେ ସେହି ପରିବାରର ୨  ଜଣ ସଦସ୍ୟ ସାପ କାମୁଡାରେ ପ୍ରାଣ ହରାଇଛନ୍ତି। ସେମାନଙ୍କ ଶରୀରରେ ଦ୍ରୁତ ଗତିର ବିଷ ବ୍ୟାପିଯିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଡାକ୍ତର। ଉଭୟ ମୃତକ ସମ୍ପର୍କରେ ଚାଚି-ଝିଆରୀ। ସେମାନ ଗୋଟିଏ ସ୍ଥାନରେ ସାପ କାମୁଡାର ଶୀକାର ହୋଇଥିଲେ। ଉଭୟଙ୍କ ବାମ ଗୋଡ ଆଙ୍ଗୁଠିକୁ କାମୁଡିଥିଲା ସାପ। କାଠ ଗୋଟାଉଥିବା ବେଳେ ଚାଚି ଏବଂ ଘର ନିକଟରେ ଖେଳୁଥିବା ବେଳେ ୭ ବର୍ଷର ଝିଆରୀକୁ କାମୁଡି ଦେଇଥିଲା ସାପ। ଯେଉଁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। 


Also Read: Fact Check: ଢେଙ୍କାନାଳରେ କୁକୁର ଭଳି ଶବ୍ଦ କରୁଥିବା ବିଚିତ୍ର ସାପ


ମୂଷା ଭଳି ଜୀବ କବଳରୁ ମୁକ୍ତି ପାଇବାକୁ ଘରେ ବିଲେଇ ପାଳିଥାନ୍ତି ଲୋକେ। ହେଲେ କେରଳ (Kerala) ଭଲି ରାଜ୍ୟରେ ଲୋକଙ୍କ ପାଇଁ ଆତଙ୍କର କାରଣ ପାଲଟିଛି ବିଲେଇ। ଆଜ୍ଞା ହିଁ ବିଲେଇକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଲୋକେ। ପାଗଳା କିମ୍ବା ରାସ୍ତକଡ଼ରେ ବୁଲୁଥିବା ନେଇ କୁକୁର ଅନେକ ସମୟରେ ଆକ୍ରମଣ କରିବା ସହ କାମୁଡି ଆତଙ୍କ ଖେଳାଇଥିବାର ଖବର ଆପଣ ବିଭିନ୍ନ ସମୟରେ ଗଣମାଧ୍ୟମରୁ ଜାଣିବାକୁ ପାଇଥିବେ। 


ହେଲେ ଏହି ଦାକ୍ଷିଣାତ୍ୟ ରାଜ୍ୟରେ ଏହାର ବ୍ୟତିକ୍ରିମ ଦେଖିବାକୁ ମିଳିଛି । ଯେଉଁଠି କୁକୁର ବଦଳରେ ଲୋକଙ୍କ ପାଇଁ ଆତଙ୍କର କାରଣ ପାଲଟିଛି ବିଲେଇ। ଚଳିତ ବର୍ଷ ଜାନୁଆରୀ ମାସ ପର୍ଯ୍ୟନ୍ତ ୨୮, ୧୮୬ ବିଲେଇ ଏବଂ ୨୦ ୮୭୫ କୁକୁର କାମୁଡିବା ଜନିତ ମାମଲା ଏବେ ସାମ୍ନାକୁ ଆସିଛି। ଏହି ତଥ୍ୟ ପ୍ରଦାନ କରିଛି କେରଳ ସ୍ୱାସ୍ଥ୍ୟ ବିଭାଗ (Kerala Health Dept)। ଏନେଇ କୁହାଯାଇଛି କୁକୁର ତୁଳନାରେ ଅଧିକ ବିଲେଇ କାମୁଡିଥିବା ଲୋକଙ୍କ ଚିକିତ୍ସା କରାଯାଇଛି। 


Also Read: ବାଘ ନୁହେଁ, ବିଲେଇ: ଗାଁରେ ଜଙ୍ଗଲୀ ଜନ୍ତୁ ପ୍ରବେଶକୁ ନେଇ ଭୟଭୀତ ଗ୍ରାମବାସୀ


ଆନିମଲ ଲିଗାଲ ଫୋର୍ସ (Animal Legal Force) ନାମକ ଏକ ପଶୁ ସଙ୍ଗଠନ ଦ୍ୱାରା ଦାଏର କରାଯାଇଥିବା ଆରଟିଆଇ ଆବେଦନ ଉପରେ ଜବାବ ରଖି ବିଗତ ୨୦୧୩ ମସିହାରୁ ଚଳିତ ବର୍ଷ ପର୍ଯ୍ୟନ୍ତ ବିଗତ ୮ ବର୍ଷ ମଧ୍ୟରେ କେତେ ଲୋକ କୁକୁର-ବିଲେଇ କାମୁଡାର ଶିକାର ହୋଇଛନ୍ତି ସେମାନଙ୍କ ଚିକିତ୍ସାରେ ବ୍ୟବହାର ହୋଇଥିବା ଆଣ୍ଟି ରେବିଜ ଟିକା ସମ୍ପର୍କରେ ମଧ୍ୟ ତଥ୍ୟ ପ୍ରଦାନ କରିଛି କେରଳ ସ୍ୱାସ୍ଥ୍ୟ ବିଭାଗ। ଏଭଳି ଘଟଣା ୧୨୮ ପ୍ରତିଶତ ବୃଦ୍ଧି ହୋଇଥିବା ବିଭାଗୀୟ ତଥ୍ୟରୁ ଜଣାପଡି଼ଛି।    


Also Read: ବିଲେଇ ପାଇଁ ବିମାନର Emergency ଲ୍ୟାଣ୍ଡିଂ


ଏନେଇ ବିଭାଗ ପକ୍ଷରୁ ୨୦୧୬ ବର୍ଷରେ ୧ ଲକ୍ଷ ୬୦ ହଜାର ୫୩୪ ଲୋକଙ୍କୁ ବିଲେଇ ଏବଂ ୧ ଲକ୍ଷ ୩୫ ହଜାର ୨୧୭ ଲୋକଙ୍କୁ କୁକୁରୁ କାମୁଡିଛି। ସେହିପରି ୨୦୧୭ ବର୍ଷରେ  ୧ ଲକ୍ଷ ୬୦ ହଜାର ୭୮୫, ୨୦୧୮ ବର୍ଷରେ ୧ ଲକ୍ଷ ୭୫ ହଜାର ୩୬୮,  ୨୦୧୯ ବର୍ଷରେ ୨ ଲକ୍ଷ ୪ ହଜାର ୬୨୫, ୨୦୨୦ ବର୍ଷରେ ୨ ଲକ୍ଷ ୧୬ ହଜାର ୫୫୧ ବିଲେଇ କାମୁଡା ଜନିତ ମାମଲା ଘଟିଛି। ଏଭଳି ଘଟଣାରେ  ୧୨୮ ପ୍ରତିଶତ ବୃଦ୍ଧି ହୋଇଥିବା ବିଭାଗୀୟ ତଥ୍ୟରୁ ଜଣାପଡି଼ଛି। ଅନ୍ୟପଟେ ୨୦୧୭ ବର୍ଷରେ  ୧ ଲକ୍ଷ ୩୫ ହଜାର ୭୪୯, ୨୦୧୮ ବର୍ଷରେ ୧ ଲକ୍ଷ ୪୮ ହଜାର ୩୬୫, ୨୦୧୯ ବର୍ଷରେ ୧ ଲକ୍ଷ ୬୧ ହଜାର ୫୦, ୨୦୨୦ ବର୍ଷରେ ୧ ଲକ୍ଷ ୬୦ ହଜାର ୪୮୩ ଜଣଙ୍କୁ କୁକୁର କାମୁଡା ଜନିତ ମାମଲା ସାମ୍ନାକୁ ଆସିଛି।