ନନ୍ଦନକାନନରେ ଦେଖାଯିବେ ପୃଥିବୀର ସବୁଠୁ ବଡ଼ ଓ ଭୟଙ୍କର ସାପ 'ଆନାକୋଣ୍ଡା'
Advertisement
Article Detail0/zeeodisha/odisha588115

ନନ୍ଦନକାନନରେ ଦେଖାଯିବେ ପୃଥିବୀର ସବୁଠୁ ବଡ଼ ଓ ଭୟଙ୍କର ସାପ 'ଆନାକୋଣ୍ଡା'

ଆଜି ନନ୍ଦନକାନନକୁ ଅଣାଗଲା ୮ ଆନାକୋଣ୍ଡା ଓ ୩ ନୀଳନଦୀ କୁମ୍ଭୀର

ଆନାକୋଣ୍ଡା ଓ ନୀଳନଦୀ କୁମ୍ଭୀର

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ଏବେ ଓଡ଼ିଶା ନନ୍ଦନକାନନରେ ଦେଖାଯିବେ ପୃଥିବୀର ସବୁଠାରୁ ବଡ଼ ଓ ଭୟଙ୍କର ସାପ । ଯାହା ଆପଣମାନେ ପୂର୍ବରୁ ଟିଭିରେ ବା ଆନାକୋଣ୍ଡା ଫିଲ୍ମରେ ଦେଖି ଥିଲେ ତାହା ଏବେ ନିଜ ଆଖିରେ ଦେଖି ପାରିବେ । ଆଉ ଏଥିପାଇଁ ସମସ୍ତ ବ୍ୟବସ୍ଥା କରିଛି ନନ୍ଦନକାନନ ପ୍ରାଣୀଉଦ୍ୟାନ । ମଙ୍ଗଳବାର ଦିନ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଅଣାଯାଇଛି ନୂଆ ଅତିଥୀ । ନନ୍ଦନକାନନକୁ ୮ଟି ଆନାକୋଣ୍ଡା ସହିତ ୩ ନୀଳନଦୀ କୁମ୍ଭୀର ଅଣାଯାଇଛି ।  ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କ ଟ୍ରଷ୍ଟରୁ ଏହି ସରୀସୃପ ଅଣାଯାଇଛି । ୮ଟି ଆନାକୋଣ୍ଡା ମଧ୍ୟରେ ୪ଟି ମାଈ ଓ ୪ଟି ଅଣ୍ଡିରା ଆନାକୋଣ୍ଡା ଅଛିନ୍ତି । ଏହି ନୂଆ ଅତିଥୀ ମାନଙ୍କୁ ଅଣାଯିବା ପରେ ବର୍ତ୍ତମାନ ସରୀସୃପ ସଂଖ୍ୟା ୧୫୮କୁ ପହଞ୍ଚିଛି । ପୂର୍ବରୁ ନନ୍ଦନକାନନରେ ଗୋଟିଏ ବି ଆନାକୋଣ୍ଡା ନଥା କେବଳ ଗୋଟିଏ ମାତ୍ର ଅଜଗର ସାପ ଥିଲା  । 

fallback

ଅକ୍ଟୋବର ମାସ ୩ ତାରିଖରେ ସ୍ୱ୍କୁରେଲ ଓ କାପୁଚ୍ୟୁନ ପ୍ରଜାତିର ମାଙ୍କଡ଼କୁ ଚେନ୍ନାଇରୁ ନନ୍ଦନକାନନକୁ ଅଣାଯାଇଥିଲା । ଏହି ସରୀସୃପଙ୍କୁ ଅଣାଯିବା ପରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ଼ ପୂର୍ବ ଅପେକ୍ଷା ଅଧିକ ଜମିବ ବୋଲି କହିଛନ୍ତି ନନ୍ଦନକାନନ ବିଭାଗ । 

fallback

ନିକଟରେ ହରପିସ ଭୂତାଣୁ ଯୋଗୁଁ ନନ୍ଦନକାନନରେ ହାତୀ ମୃତ୍ୟୁ ହୋଇଥିଲା । ଲଗାତାର ଗୋଟିଏ ମାସରେ ୩ଟି ହାତୀଙ୍କ ଜୀବନ ଯାଇଥିଲା । ହାତୀ ମୃତ୍ୟୁ ପାଇଁ ପ୍ରାଣୀ ଉଦ୍ୟାନ ଚିନ୍ତାରେ ପଡ଼ିଯାଇଥିବା ବେଳେ ଅଣାଯାଇଥିବା ନୂଆ ଅତିଥୀଙ୍କ ଯତ୍ନ ଆଗକୁ ଏକ ଚ୍ୟାଲେଞ୍ଜ ହେବ ।