ବିଲେଇ ପାଇଁ ବିମାନର Emergency ଲ୍ୟାଣ୍ଡିଂ
Advertisement
Article Detail0/zeeodisha/odisha857826

ବିଲେଇ ପାଇଁ ବିମାନର Emergency ଲ୍ୟାଣ୍ଡିଂ

ଯାତ୍ରା କରୁଥିବା ସମୟରେ ଏକ ବିଲେଇ ପାଇଲଟଙ୍କ କକପିଟରେ ପଶି ଆକ୍ରମଣ କରିଥିଲା ଯାହା ଫଳରେ ପାଇଲଟ ଏମର୍ଜେନ୍ସୀ ଲ୍ୟାଣ୍ଡିଂ କରିବାକୁ ବାଧ୍ୟ ହୋଇଥିଲେ ।

ବିଲେଇ ପାଇଁ ବିମାନର Emergency ଲ୍ୟାଣ୍ଡିଂ

ଖାର୍ତୁମ: ମଝି ଆକାଶରେ ବିମାନରେ କିଛି ଅସୁବିଧା ହେଉ ବା ସେଥିରେ ଥିବା ଯାତ୍ରୀଙ୍କ ସମସ୍ୟା ହେଲେ ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ କରିବା ଖବର ଆପଣ ମାନେ ଅଳ୍ପ ବହୁତେ ଜାଣିଥିବେ ।  ତେବେ ଏମିତି ଏକ ଖବର ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ଏକ ବିଲେଇ ପାଇଁ ମଝି ଆକାଶରେ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନଟି ଜରୁରୀକାଳିନ ଅବତରଣ କରିବାକୁ ବାଧ୍ୟ ହୋଇଛି । କାରଣ ସେହି ବିମାନରେ ଯାତ୍ରା କରୁଥିବା ସମୟରେ ଏକ ବିଲେଇ ପାଇଲଟଙ୍କ କକପିଟରେ ପଶି ଆକ୍ରମଣ କରିଥିଲା ଯାହା ଫଳରେ ପାଇଲଟ ଏମର୍ଜେନ୍ସୀ ଲ୍ୟାଣ୍ଡିଂ କରିବାକୁ ବାଧ୍ୟ ହୋଇଥିଲେ ।

ସ୍ଥାନୀୟ ମିଡିଆ ହାଉସ ଅଲ-ସୁଦାନୀର ରିପୋର୍ଟ ଅନୁସାରେ, ଖାର୍ତ୍ତୁମ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (Khartoom International Airport) ରୁ ଉଡ଼ାଣ ଭରିବାର ପ୍ରାୟ ଦେଢଘଣ୍ଟା ପରେ ଆରମ୍ଭ ହୋଇଯାଇଥିଲା ବିଲେଇର ଉତ୍ପାତ। ସେଥିରେ ଯାତ୍ରା କରୁଥିବା ବିଲେଇ (Cat) ଟି ଅଚାନକ କକପିଟରେ ପଶିଯାଇଥିଲା । କ୍ରୁ ମେମ୍ବରଙ୍କ କହିବା କଥା, ବିଲେଇଟି ବହୁତ ଡ଼ରିଯାଇଥିଲା ଯାହାଫଳରେ ସେ ବାରବାର ନିଜସ୍ୱ ରକ୍ଷା ପାଇଁ ଆକ୍ରମଣ କରୁଥିଲା । ଏହି ଖବର ପାଇ କ୍ୟାବିନ୍ କ୍ରୁ ମେମ୍ବର ବିଲେଇକୁ ଧରିବାକୁ ଯେତେ ଚେଷ୍ଟା କରୁଥିଲେ ମଧ୍ୟ ବିଲେଇଟି ଜମା ଧରାଛୁଆଁ ଦେଉନଥିଲା । ଯାହାଫଳରେ ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ବିମାନଟିକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ (Emergency Landing) କରାଇବାକୁ ପଡ଼ିଥିଲା।

Also Read: Israel କ୍ଷେପଣାସ୍ତ୍ର ଆକ୍ରମଣରେ ଥରହର Syria, ରାତି ସାରା ସତର୍କ ରହିଲା Air Defense System

ଆମ ସହଯୋଗୀ ୱେବସାଇଟ  WION ର ସୂଚନାନୁସାରେ, ସୁଡ଼ାନ ର ତାରକୋ ଏୟାରଲାଇନ ର ଏହି କମର୍ସିଆଲ ବିମାନ କତରର ରାଜଧାନୀ ଦୌହା କୁ ଯାଉଥିଲା । ପାଇଲଟ (Pilot) ଙ୍କୁ ବିଲେଇର ଆକ୍ରମଣ ପରେ ବିମାନକୁ ଜରୁରୀ ଅବତରଣ କରାଯାଇଥିବା ବେଳେ ବିଲେଇର ଆକ୍ରମଣରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି । ତେବେ ବିଲେଇଟି ବିମାନକୁ କେମିତି ଆସିଲା ତାକୁ ନେଇ ଏବେ କଳ୍ପନା ଜଳ୍ପନା ଜୋରଦାର ଚାଲିଛି । ହେଲେ କୁହାଯାଉଛି ଯେ, ସଫେଇ ବା ଇଞ୍ଜିନ ଚେକିଂ ସମୟରେ ବୋଧହୁଏ ବିଲେଇଟି ବିମାନ (Flight) ରେ ପ୍ରବେଶ କରିଥାଇପାରେ ।

Also Read: Door Stepsରେ ମିଳିବ ବ୍ୟାଙ୍କର ଏହି ସବୁ ସୁବିଧା

ସ୍ଥାନୀୟ ରିପୋର୍ଟ ଅନୁସାରେ, ଟର୍ମିନାଲ (Terminal) ରେ ବିମାନ ଛିଡ଼ା ହୋଇଥିବା ବେଳେ ହ୍ୟାଙ୍ଗର ପଟେ ବିଲେଇଟି ବିମାନ ଭିତରକୁ ପ୍ରବେଶ କରିଥିଲା । ଯାହାଫଳରେ ଯାତ୍ରୀଙ୍କ ଜୀବନ ସଙ୍କଟ ମୁହଁରୁ ଫେରିଆସିପାରିଛି । ତେବେ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ କକପିଟ (Cockpit)ରେ ପଶି ବିଲେଇ ପାଇଲଟଙ୍କୁ ଆକ୍ରମଣ କରିବା ଓ ଗୋଟିଏ ବିଲେଇ ପାଇଁ ଯାତ୍ରୀବାହି ବିମାନକୁ ଜରୁରୀକାଳିନ ଅବତରଣ କରାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।