TamilNadu News : ସେପ୍ଟିକ୍ ଟ୍ୟାଙ୍କରୁ ଗ୍ୟାସ୍ ଲିକ୍ , ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ
Advertisement
Article Detail0/zeeodisha/odisha1395667

TamilNadu News : ସେପ୍ଟିକ୍ ଟ୍ୟାଙ୍କରୁ ଗ୍ୟାସ୍ ଲିକ୍ , ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ

TamilNadu News :  ତାମିଲନାଡୁର ହୋସୁର (Hosur district,TamilNadu)ରେ ଅଭାବନୀୟ ଘଟଣା । ହୋସୁରର ଏକ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଗ୍ୟାସ ଲିକ୍ ହୋଇଛି । 

ସୌଜନ୍ୟ : ସୋସିଆଲ ମିଡିଆ

TamilNadu News :  ତାମିଲନାଡୁର ହୋସୁର (Hosur district,TamilNadu)ରେ ଅଭାବନୀୟ ଘଟଣା । ହୋସୁରର ଏକ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଗ୍ୟାସ ଲିକ୍ ହୋଇଛି । ଏଥିରେ ପାଖାପାଖି ୧୦୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି ।  ଏ ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ତେବେ, ଏହି ଘଟଣା ସ୍କୁଲ ମଧ୍ୟରେ କିପରି ଘଟିଲା ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି । 

ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ହୋସୁରର ଏକ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ କରୁଥିଲେ। ଏହା ପରେ ସେମାନେ ସମସ୍ତେ ହଠାତ ଅସୁସ୍ଥ ହୋଇ ପଡିଥିଲେ। ଅଧିକାଂଶ ପିଲାଙ୍କର ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେବା ସହ କିଛି ପିଲାମାନଙ୍କର ମୁଣ୍ତ ବୁଲାଇବା ସହ ବାନ୍ତି ମଧ୍ୟ ହୋଇଥିଲା। ପରେ ପିଲାମାନେ ଅସୁସ୍ଥ ହୋଇ ପଡିଥିବା ଦେଖି ସ୍କୁଲ କର୍ତ୍ତୃପକ୍ଷ  ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ସ୍କୁଲ ପରିସରରେ ନିର୍ମିତ ସେପ୍ଟିକ୍ ଟ୍ୟାଙ୍କରୁ ଗ୍ୟାସ୍ ଲିକ୍ ହୋଇ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଥିବା ଆଶଙ୍କା କରାଯାଉଛି । ଏହା ଘଟଣା ପ୍ରଘଟ ହେବା ପରେ ଜିଲ୍ଲାପାଳ ଭି ଜୟା ଚନ୍ଦ୍ର ଭାନୁ ରେଡ୍ଡୀ  (District Collector V Jaya Chandra Bhanu Reddy) ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ପିଲାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ପାଇଁ ମେଡିକାଲରେ ପହଞ୍ଚି ଥିଲେ ଜିଲ୍ଲାପାଳ । ପିଲାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଡାକ୍ତରଙ୍କ ସହ ମଧ୍ୟ ଚିକିତ୍ସା ବାବଦରେ ଆଲୋଚନା କରିଥିଲେ । ହଠାତ୍‌ ଛାତ୍ରଛାତ୍ରୀଙ୍କ ଏପରି ଅସୁସ୍ଥତାର କାରଣ ଜାଣିବାକୁ ଅଧିକ ତଦନ୍ତର ଆବଶ୍ୟକତା ରହିଥିବା ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି। ଏହି ଘଟଣା ପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ହୋସୁର ନିଗମ ଏବଂ ବିଦ୍ୟାଳୟ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । 

ଏହାବି ପଢନ୍ତୁ : APJ Abdul Kalam Birth Anniversary: କାହିଁକି ଭଗବତ ଗୀତା ପଢୁଥିଲେ କଲାମ୍ , ଜାଣନ୍ତୁ କାରଣ

ଗତ କିଛି ଦିନ ତଳେ ଆନ୍ଧ୍ରପ୍ରଦେଶର ଆଙ୍କାପାଲ୍ଲି ଜିଲ୍ଲା ( Anakapalle district) ରେ ଥିବା କେମିକାଲ କାରଖାନାରେ ଗ୍ୟାସ ଲିକ୍ ହୋଇଥିଲା । ଏଥିରେ ୧୦୦ ଜଣ ଶ୍ରମିକ  ଅସୁସ୍ଥ ହୋଇ ପଡିଥିଲେ। ସୂଚନା ଅନୁସାରେ ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଆନ୍ଧ୍ରପ୍ରଦେଶର କେମିକାଲ କାରଖାନାରେ ହଠାତ୍ ଗ୍ୟାସି ଲିକ୍ ହୋଇଥିଲା । ଏଥିରେ ୧୦୦ ଜଣ ଶ୍ରମିକ ଅସୁସ୍ଥ ହୋଇପଡିଥିଲେ। ପରେ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଶ୍ରମିକଙ୍କ ମଧ୍ୟରୁ ୫୦ ଜଣ ମହିଳା ଶ୍ରମିକ ଥିଲେ। ସେହିପରି ସେହି କମ୍ପାନୀରେ ଗତ ଦୁଇ ମାସ ତଳେ ଅର୍ଥାତ ଜୁଲାଇ ୩ ରେ ଗ୍ୟାସ ଲିକ ହୋଇଥିଲା। ଏଥିରେ ୨୦୦ ମହିଳା ଶ୍ରମିକ ଅସୁସ୍ଥ ହୋଇପଡିଥିଲେ।  ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲେ। ଏହି ଘଟଣା ପରେ ସରକାର ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।