ନେପାଳ ରାଜନୀତି: ଓଲି ସରକାରଙ୍କୁ ବଞ୍ଚାଇବା ଚୀନର ପ୍ରାଣମୂର୍ଛା ଉଦ୍ୟମ
Advertisement
Article Detail0/zeeodisha/odisha707639

ନେପାଳ ରାଜନୀତି: ଓଲି ସରକାରଙ୍କୁ ବଞ୍ଚାଇବା ଚୀନର ପ୍ରାଣମୂର୍ଛା ଉଦ୍ୟମ

ଦେଶରେ କ୍ଷମତାସୀନ ଥିବା ଓଲି ସରକାରଙ୍କୁ ବଞ୍ଚାଇବା ଲାଗି ନେପାଳ ରାଜନୀତିରେ  ହସ୍ତକ୍ଷେପ କରିବା ଆରମ୍ଭ କରିଛି ଚୀନ।

ନେପାଳ ରାଜନୀତି: ଓଲି ସରକାରଙ୍କୁ ବଞ୍ଚାଇବା ଚୀନର ପ୍ରାଣମୂର୍ଛା ଉଦ୍ୟମ

ନୂଆଦିଲ୍ଲୀ: ରାଜନୈତିକ ସଂକଟ କାରଣରୁ ନେପାଳ ରାଜନୀତିରେ ଜାରି ରହିଛି ଛକାପଞ୍ଝା। ବର୍ତ୍ତମାନ ଦେଶରେ କ୍ଷମତାସୀନ ଥିବା କେପି ଶର୍ମା ଓଲି ସରକାରଙ୍କ ବିରୁଦ୍ଧରେ ବିରୋଧ ବୃଦ୍ଧି ପାଇବାରେ ଲାଗିଛି। ନେପାଳର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବେଶ ସତର୍କ ହୋଇଉଠିଛି ଚୀନ।

ସୀମା ବିବାଦ ପ୍ରସଙ୍ଗରେ ଭାରତ ପ୍ରତି ପ୍ରଦର୍ଶିତ ହୋଇଥିବା ଆଭିମୁଖ୍ୟ କାରଣରୁ ନେପାଳରେ କ୍ଷମତାସୀନ ଶାସକ କମ୍ୟୁନିଷ୍ଟ ପାର୍ଟି-ଏନସିପି(Nepal Communist Party-NCP) ଦଳୀୟ ବିବାଦ ତେଜିବାରେ ଲାଗିଛି। ଯାହାର ଫଳ ସ୍ୱରୂପ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବିରୁଦ୍ଧରେ ଅସନ୍ତାଷ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ କ୍ଷମତାସୀନ ଥିବା ସରକାରଙ୍କ ବଞ୍ଚାଇବା ପାଇଁ ପ୍ରାଣମୂର୍ଛା ଉଦ୍ୟମ ଚଳାଇଛି ଚୀନ।    

ଚୀନର ନିର୍ଦ୍ଦେଶକ୍ରମେ କାଠମାଣ୍ଡୁରେ ଅବସ୍ଥାପିତ ଚୀନୀ ରାଷ୍ଟ୍ରଦୂତ ନେପାଳ ରାଜନୀତିରେ ହସ୍ତକ୍ଷେପ କରିବାରେ ଲାଗିଛନ୍ତି । ଏହି କ୍ରମରେ ସେ ନେପାଳ କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତା ମାଧବ କୁମାର ନେପାଳଙ୍କୁ ତାଙ୍କ ଘରେ ଭେଟିଥିଲେ। ଯିଏକି ଓଲି ସରକାରଙ୍କୁ ବିରୋଧ କରୁଛନ୍ତି । ରବିବାର ନେପାଳର କୋଟେଶ୍ୱରରେ ଅନୁଷ୍ଠିତ ବୈଠକରେ ଚୀନର ପ୍ରତିନିଧି ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟିରେ ହୋଇଥିବା ମତଭେଦକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି। 

ଚୀନ ରାଷ୍ଟ୍ରଦୂତ ମଧ୍ୟ ନେପାଳର ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀଙ୍କୁ ଭେଟିଛନ୍ତି। ଗାଦି ଛାଡିବା ପାଇଁ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ଉପରେ ଚାପ ବଢିବାରେ ଲାଗିଛି । ବାସ୍ତବରେ ନେପାଳର ଓଲି ସରକାର ଦୁର୍ନୀତିର ଗୁରୁତର ଅଭିଯୋଗରେ ଛନ୍ଦି ହୋଇ ପଡିଛନ୍ତି। ଏହି କାରଣରୁ ନେପାଳ କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ଗଭୀର ଅସନ୍ତୋଷ ରହିଛି। ଏପରିକି କମ୍ୟୁନିଷ୍ଟ ଦଳ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏକପ୍ରକାର ବିଦ୍ରୋହ ଘୋଷଣା କରିଛନ୍ତି ।

କେପି ଶର୍ମା ଓଲି ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଜୋରସୋରରେ ଦାବି କରୁଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ନେପାଳ କମ୍ୟୁନିଷ୍ଟ ପାର୍ଟି ସଭାପତି ପୁଷ୍ପ କୁମାର ଦହଲ ପ୍ରଚଣ୍ଡ। ତାଙ୍କ ମନାଇବା ପାଇଁ ଓଲି ଉଦ୍ୟମ ଜାରି ରଖିଛନ୍ତି । ହେଲେ ଦଳର ବଡ ନେତାମାନେ ଖୋଲାଖୋଲି ଭାବେ ଗାଦି ଛାଡିବାକୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କୁ ଜଣାଇ ଦେଇଛନ୍ତି। ନେପାଳରେ କ୍ଷମତାସୀନ ସରକାରଙ୍କୁ ବଞ୍ଚାଇବା ଲାଗି ସମସ୍ତ ଚେଷ୍ଟା ଜାରି ରଖିଛି ଚୀନ।