New Emergency medicine list : ଜରୁରୀ ଔଷଧର ତାଲିକାରୁ ୨୬ ଔଷଧ ପଡ଼ିଲା ବାଦ, ସୂଚୀ ଜାରି କଲେ କେନ୍ଦ୍ର ସରକାର
Advertisement
Article Detail0/zeeodisha/odisha1350004

New Emergency medicine list : ଜରୁରୀ ଔଷଧର ତାଲିକାରୁ ୨୬ ଔଷଧ ପଡ଼ିଲା ବାଦ, ସୂଚୀ ଜାରି କଲେ କେନ୍ଦ୍ର ସରକାର

 ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଯେଉଁ ତାଲିକା ପ୍ରକାଶ କରିଚନ୍ତି, ସେଥିରେ ୩୪ଟି ନୂଆ ଔଷଧକୁ ମଧ୍ୟ ସାମିଲ କରାଯାଇଛି। ତେବେ ଏହି ତାଲିକାରୁ ୨୬ଟି ଔଷଧକୁ ବାଦ ମଧ୍ୟ ଦିଆଯାଇଛି।

New Emergency medicine list : ଜରୁରୀ ଔଷଧର ତାଲିକାରୁ ୨୬ ଔଷଧ ପଡ଼ିଲା ବାଦ, ସୂଚୀ ଜାରି କଲେ କେନ୍ଦ୍ର ସରକାର

New Emergency medicine list: ନୂଆଦିଲ୍ଲୀ: ଜରୁରୀ ଔଷଧକୁ (Emergency Medicine) ନେଇ ଯେଉଁ ଆଲୋଚନା ପର୍ଯ୍ୟାଲୋଚନା ଲାଗି ରହିଥିଲା, ସେଥିରେ ଏକ ପ୍ରକାର ପୂର୍ଣ୍ଣଛେଦ ପଡ଼ିଛି। ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (Health & Family wellfare Ministry) ପକ୍ଷରୁ ସାଧାରଣ ଲୋକଙ୍କୁ ସର୍ବଦା ସୁଲଭ ମୂଲ୍ୟରେ ଜରୁରୀ ଔଷଧ (Medicine) ଯୋଗାଇ ଦେବାକୁ ତର୍ଜମା କରାଯାଉଥିଲା। ତେବେ ଆଜି ମନ୍ତ୍ରଣାଳୟ (Health Ministry) ପକ୍ଷରୁ  ସାଧାରଣ ଲୋକଙ୍କ ଅବଗତି ନିମନ୍ତେ ଜରୁରୀ ଔଷଧର (Emergency Medicine) ତାଲିକା ପ୍ରକାଶ କରାଯାଇଛି। ଏଥିରେ ମୋଟ ୩୮୪ଟି ଔଷଧକୁ ତାଲିକାଭୁକ୍ତ କରାଯାଇଥିଲା। ଏନେଇ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ (Central Health Minister) ମନସୁଖ ମାଣ୍ଡଭୀୟ (Mansukh Mandaviya) ତାଲିକା ପ୍ରକାଶ କରିଛନ୍ତି। 

ମିଳିଥିବା ସୂଚନା ମୁତାବକ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଯେଉଁ ତାଲିକା ପ୍ରକାଶ କରିଚନ୍ତି, ସେଥିରେ ୩୪ଟି ନୂଆ ଔଷଧକୁ ମଧ୍ୟ ସାମିଲ କରାଯାଇଛି। ତେବେ ଏହି ତାଲିକାରୁ ୨୬ଟି ଔଷଧକୁ ବାଦ ମଧ୍ୟ ଦିଆଯାଇଛି। ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି କି ଏହା ପୂର୍ବରୁ ୨୦୧୫ ମସିହାରେ କେନ୍ଦ୍ର ସରକାର ଏହି ଔଷଧ ତାଲିକା ପ୍ରକାଶ କରାଯାଇଥିଲା। 

ସୂଚନାଯୋଗ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜରୁରୀ ଔଷଧ ତାଲିକାକୁ ନେଇ ତନାଘନା କରାଯାଇଥାଏ। ଆବଶ୍ୟକ ଅନୁଯାୟୀ ଏହି ତାଲିକାରେ ମଧ୍ୟ ପରିବର୍ତ୍ତନ କରାଯାଇଥାଏ। ବର୍ତ୍ତମାନ ପରିସ୍ଥିତିରେ ସ୍ଥିତିକୁ ଦୃଷ୍ଚିରେ ରଖି ଏହି ତାଲିକାକୁ ଅନୁଧ୍ୟାନ କରାଯାଇଥିଲା। ତେବେ ଏହି ତାଲିକାରେ ପରିବର୍ତ୍ତନ କରାଯାଇ ନୂତନ ତାଲିକାକୁ ପ୍ରକାଶ କରାଯାଇଛି। 

ତେବେ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଥିଲେ କି ୨୦୧୫ ପରେ ଏବେ ୨୦୨୨ରେ ଏହି ତାଲିକାରେ ପରିବର୍ତ୍ତନ କରାଯାଇଛି। ଏହି ତାଲିକାର ଆବଶ୍ୟକତାକୁ ଦୃଷ୍ଟିରେ ରଖି କିଛି ଟା ପରିବର୍ତ୍ତନ କରାଯାଇଛି। କିଛି ନୂଆ ଔଷଧକୁ ତାଲିକାରେ ସାମିଲ କରାଯାଇଛି। କିଛିକୁ ବାଦ ଦିଆଯାଇଛି। ତେବେ ଏହି ସୂଚିକୁ ପରିବର୍ତ୍ତନ କରିବା ପାଇଁ ଆମକୁ ଏକାଧିକ ସ୍ତରଦେଇ ନିଷ୍ପତ୍ତି ନେଇଛୁ। ବହୁ ଆଲୋଚନା ତର୍ଜମା ପରେ ଏହି ତାଲିକାକୁ ପ୍ରସ୍ତୁତ କରାଯାଇଛି। ଏକ୍ସପର୍ଟ କମିଟି ସହିତ ଦୀର୍ଘ ସମୟ ଧରି ଆଲୋଚନା ପର୍ଯ୍ୟାଲୋଚନା ତର୍ଜମା ପରେ ଏହି ତାଲିକାକୁ ପ୍ରସ୍ତୁ କରାଯାଇଛି। ଏଥିରେ ସୁରକ୍ଷା, ଉପଲବ୍ଧତା ଓ ଶସ୍ତାରେ ଲୋକମାନଙ୍କୁ କିପରି ଔଷଧ ଉପଲବ୍ଧ କରାଯାଇ ପାରିବ ସେ ଉପରେ ଅଧିକ ଗୁରୁତ୍ତ୍ୱ ଦିଆଯାଇଥିଲା। 

ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ କି ଏହି ସୂଚୀ ଜାରି କରିବାର ମୂଖ୍ୟ ଉଦ୍ଦେଶ୍ୟ ହେଉଛି କି ସାଧାରଣ ଲୋକଙ୍କ ନିକଟରେ ଶସ୍ତାରେ ଔଷଧ, ସୁଲଭ ଓ ସହଜରେ ଉପଲବ୍ଧ କରାଇବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କହିଥିଲେ କି ସାଧାରଣ ଲୋକଙ୍କୁ କିପରି ଔଷଧ ଉପଲବ୍ଧ କରାଯାଇ ପାରିବ ତାହା ଉପରେ ଧ୍ୟାନ ଦେବାକୁ କହିଥିଲେ। 

ଅଧିକ ପଢନ୍ତୁ: Nitish Government: ଡାକ୍ତରଙ୍କ ପାଇଁ ନୀତିଶ ନେଲେ ବଡ଼ ନିଷ୍ପତ୍ତି, ଶୁଣିଲେ ଆପଣ ବି ପ୍ରଶଂସା ନ କରି ରହିପାରିବେନି

ଅଧିକ ପଢନ୍ତୁ: ବିଜୁଳି ସୁଧାର ଆଇନକୁ ବିରୋଧ କରିବେ ମୁଖ୍ୟମନ୍ତ୍ରୀ, ବିଜେପିକୁ ବିରୋଧ କରିବ କି ରାଜ୍ୟ