TRAI - ଲାଗୁ ହେଲା ନୂଆ ନିୟମ : କଲରଙ୍କ ନମ୍ବର୍ ସହିତ ନାମ ଦୃଶ୍ୟମାନ ହେବ
Advertisement
Article Detail0/zeeodisha/odisha2309988

TRAI - ଲାଗୁ ହେଲା ନୂଆ ନିୟମ : କଲରଙ୍କ ନମ୍ବର୍ ସହିତ ନାମ ଦୃଶ୍ୟମାନ ହେବ

TRAI new rule -:ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଛି ନୂତନ ଟେଲିକମ୍ ନିୟମ।ଏହି ନୂଆ ନିୟମ ଅନୁଯାୟୀ,ଯଦି ଆପଣଙ୍କୁ କୌଣସି ଅଜଣା ବ୍ୟକ୍ତି ଫୋନ୍ କରୁଛନ୍ତି ତାହେଲେ ତାଙ୍କର ସଠିକ୍ ନାମ ଆପଣଙ୍କୁ ଆସିଯିବ।ଏଥିପାଇଁ ଆପଣଙ୍କୁ କୌଣସି ଆପ୍ଲିକେସନ୍ ର ବ୍ୟବହାର କରିବାକୁ ପଡ଼ିବ ନାହିଁ।

trai rules

TRAI new rule -: ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଛି ନୂତନ ଟେଲିକମ୍ ନିୟମ।ଏହି ନୂଆ ନିୟମ ଅନୁଯାୟୀ,ଯଦି ଆପଣଙ୍କୁ କୌଣସି ଅଜଣା ବ୍ୟକ୍ତି ଫୋନ୍ କରୁଛନ୍ତି ତାହେଲେ ତାଙ୍କର ସଠିକ୍ ନାମ ଆପଣଙ୍କୁ ଆସିଯିବ।ଏଥିପାଇଁ ଆପଣଙ୍କୁ କୌଣସି ଆପ୍ଲିକେସନ୍ ର ବ୍ୟବହାର କରିବାକୁ ପଡ଼ିବ ନାହିଁ।ଏବଂ ସିମ୍ କାର୍ଡ କିଣିବା , କଲ୍ ଟ୍ୟାପିଂ ଭଳି ଘଟଣା ଉପରେ ମଧ୍ୟ କଡା କାର୍ଯ୍ୟନୁଷ୍ଠାନ ବ୍ୟବସ୍ଥା ରହିବ। 

ଜୁଲାଇରୁ କଲରଙ୍କ ଫୋନ୍ ନମ୍ୱର୍ ସହିତ କଲରଙ୍କ ନାମ ଦୃଶ୍ୟମାନ ହେବ। ଅପଣଙ୍କୁ କଲ କରିଥିବା ଅଜଣା ବ୍ୟକ୍ତିଙ୍କ ପରିଚୟ ମଧ୍ୟ ଜାଣିପାରିବେ।ସିମ୍ କିଣିବାବେଳେ, KYC ଫର୍ମରେ ଭର୍ତ୍ତି ହୋଇଥିବା ତଥ୍ୟକୁ ଆଧାର କରି ଏହି ନାମ ପ୍ରଦର୍ଶିତ ହେବ।ଲୋକପ୍ରିୟ ଆପ୍ଲିକେସନ୍ ଟ୍ରୁ କଲ ରେ ଅଜଣା ବ୍ୟକ୍ତିଙ୍କ ନାମ ଜଣା ପଡୁଥିଲେ ମଧ୍ୟ ସେଥିରେ ପୂର୍ଣ୍ଣ ସତ୍ୟତା ନଥିଲା। ଟ୍ରୁକଲ ଆପ୍ଲିକେସନ୍ ରେ ଆପଣ ଆପଣଙ୍କ ନାଁ କୁ ଯେକୌଣସି ନାମରେ ସେଭ୍ କରିବା ର ଅପ୍ସନ୍ ଥିଲା।କିନ୍ତୁ ଏଥିରେ ସଠିକ୍ ପଞ୍ଜୀକୃତ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ମଧ୍ୟରେ ଦେଶରେ ସାଇବର ଅପରାଧର ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଇଛି ।ସାଇବର ଅପରାଧର ବଢ଼ୁଥିବା ଅପରାଧକୁ ରୋକିବା ପାଇଁ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) ଏକ ଭଲ ପଦକ୍ଷେପ ଆରମ୍ଭ କରିବାକୁ ଯାଉଛି।ବର୍ତ୍ତମାନ ମୁମ୍ବାଇ ଏବଂ ହରିୟାଣାରେ ଏହାର ପରୀକ୍ଷା ଆରମ୍ଭ ହୋଇଛି। ଏହି ସୁବିଧା ଜୁଲାଇ ୧୫ ସୁଦ୍ଧା ସାରା ଦେଶରେ ଆରମ୍ଭ ହେବ। 

 ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀଗୁଡିକ କହିଛନ୍ତି ଯେ ସାଇବର ଅପରାଧକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଉଛି। TRAI ଅନୁଯାୟୀ, ସମଗ୍ର ଦେଶରେ ନେଟୱାର୍କ ପ୍ରଦାନକାରୀମାନେ ସେମାନଙ୍କ ଗ୍ରାହକ ଆବେଦନ ଫର୍ମ (CAF) ରେ ପ୍ରଦାନ କରାଯାଇଥିବା ନାମ ପରିଚୟ ବ୍ୟବହାର କରିବାକୁ ବାଧ୍ୟ ହେବ ଆବଶ୍ୟକ।ଏହା ସହିତ ବ୍ୟବସାୟ କଲ୍ କ୍ଷେତ୍ରରେ କମ୍ପାନୀର ନାମ ପ୍ରଦର୍ଶିତ ହେବ।