Donald Trump Controversy: ବର୍ତ୍ତମାନ ନ୍ୟୁୟର୍କସ୍ଥିତ ଆଟର୍ଣ୍ଣି ଜେନେରାଲ ତାଙ୍କ ବିରୋଧରେ ମୋକଦ୍ଦମା ଦାଏର କରିବାକୁ ଅଣ୍ଟା ଭିଡ଼ିଛନ୍ତି। ତାଙ୍କ ବିରୋଧରେ ବ୍ୟବସାୟିକ ଠକେଇ କରିଥିବାର ଅଭିଯୋଗ ହୋଇଛି। ଏହି ଠକେଇର ମୂଲ୍ୟ ପ୍ରାୟ ୨ ହଜାର କୋଟି ଟଙ୍କା ହେବ ବୋଲି କୁହାଯାଉଛି।
Trending Photos
Former USA President: ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସଦ୍ୟ ପୁଣି ଥରେ ନିଜର କାରନାମା ପାଇଁ ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ ଆମେରିକୀୟ ରାଷ୍ଟ୍ରାଧ୍ୟକ୍ଷ। ସଦ୍ୟ ମିଳିଥିବା ଖବର ଅନୁସାରେ ବର୍ତ୍ତମାନ ନ୍ୟୁୟର୍କସ୍ଥିତ ଆଟର୍ଣ୍ଣି ଜେନେରାଲ ତାଙ୍କ ବିରୋଧରେ ମୋକଦ୍ଦମା ଦାଏର କରିବାକୁ ଅଣ୍ଟା ଭିଡ଼ିଛନ୍ତି। ତାଙ୍କ ବିରୋଧରେ ବ୍ୟବସାୟିକ ଠକେଇ କରିଥିବାର ଅଭିଯୋଗ ହୋଇଛି। ଏହି ଠକେଇର ମୂଲ୍ୟ ପ୍ରାୟ ୨ ହଜାର କୋଟି ଟଙ୍କା ହେବ ବୋଲି କୁହାଯାଉଛି। ନ୍ୟୁୟର୍କ ଆଟର୍ଣ୍ଣି ଜେନେରାଲ୍ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମେତ ତାଙ୍କର ୩ ଜଣ ସନ୍ତାନଙ୍କ ବିରୋଧରେ ଅଭିଯୋଗ ଚଳାଇକୁ ଯାଉଛନ୍ତି।
ଏନେଇ ମିଳିଥିବା ଖବର ଅନୁସାରେ ନ୍ୟୁୟର୍କ ଆଟର୍ଣ୍ଣି ଜେନେରାଲ୍ ଲେଇସିଆ ଜେମ୍ସ, (New York Attorney General Letitia James) ବୁଧବାର ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Former American President Donald Trump) ଏବଂ ତାଙ୍କ କମ୍ପାନୀର ମହଙ୍ଗା ସମ୍ପତ୍ତି ସହ ମ୍ୟାନହଟନ, ଚିକାଗୋ ଏବଂ ୱାଶିଂଟନ୍ ଡିସି ଠାରେ ହୋଇଥିବା ସମ୍ପତ୍ତି ଠକେଇ ଅଭିଯୋଗରେ ତାଙ୍କ ବିରୋଧରେ ମକଦ୍ଦମା ଦାଏର କରିଛନ୍ତି।
ଏହି ମୋକଦ୍ଦମାରେ ତାଙ୍କର ୩ ଜଣ ବଡ ସନ୍ତାନ ଡୋନାଲ୍ଡ ଜୁନିଅର, ଇଭାଙ୍କା ଟ୍ରମ୍ପ, ଏରିକ ଟ୍ରମ୍ପ ସମେତ ବେଶ ଲମ୍ବା ସମୟ ଧରି ତାଙ୍କର କମ୍ପାନୀ ସହଯୋଗୀ ରହିଥିବା ଏଲେନ ବିସ୍ସେଲବର୍ଗ ଏବଂ ଜେଫରୀ ମୈକକୈନୀଙ୍କୁ ମଧ୍ୟ ଏହି ଠକେଇ ଘଟଣାରେ ଅଭିଯୁକ୍ତ ଦର୍ଶାଯାଇଛି।
ହେଲେ ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଆସିଥିଲା ଏକ ଆଶ୍ୱସ୍ତିକର ଖବର। ଏକ ସ୍ୱତନ୍ତ୍ର ମାଷ୍ଟର ନିଯୁକ୍ତ କରିବାକୁ ଟ୍ରମ୍ପଙ୍କ ଦଳ ଅଦାଲତଙ୍କୁ ଅନୁରୋଧ ଜଣାଇଛି। ଏନେଇ ତାଙ୍କ ଦଳ କହିଛି ଯେ ଟ୍ରମ୍ପଙ୍କ ବାସଭବନ ମାର-ଏ-ଲାଗୋ ଉପରେ ସଂଘୀୟ ଯାଞ୍ଚ ଏଜେନ୍ସି (Federal Bureau of Investigation) ଏଫବିଆଇ (FBI) ପକ୍ଷରୁ କରା ଯାଇଥିବା ଚଢାଉ ସମୟରେ ଜବତ ହୋଇଥିବା ଦସ୍ତାବିଜର ସମୀକ୍ଷା କରାଯିବା ଆବଶ୍ୟକ। ଏହି ମାମଲାରେ ବିଚାରପତି ଟ୍ରମ୍ପଙ୍କ ଦଳ ପକ୍ଷରୁ କରା ଯାଇଥିବା ଅନୁରୋଧ ଗ୍ରହଣ କରିଛନ୍ତି।
ଗତ ଅଗଷ୍ଟ ୮ ତାରିଖରେ ଏଫବିଆଇ ମାର୍-ଏ-ଲାଗୋ ସ୍ଥିତ ଡୋନାଲ୍ଡ ଟ୍ରମ୍ପଙ୍କ ବାସଭବନରେ ଚଢାଉ କରିଥିଲା। ଏହା ଉପରେ ପ୍ରତିକ୍ରିୟା ରଖି ଟ୍ରମ୍ପ କହିଛନ୍ତି ଯେ କିଛି ସପ୍ତାହ ପୂର୍ବରୁ ଯାହା ଘଟିଥିଲା, ଆମେରିକାର ସ୍ୱାଧୀନତା ପାଇଁ ଆଉ କୌଣସି ସ୍ପଷ୍ଟ ଉଦାହରଣ ହୋଇପାରିବ ନାହିଁ। ଆମେରିକାର ଇତିହାସରେ ଯେ କୌଣସି ସରକାର ଅପେକ୍ଷା ସେ କ୍ଷମତାର ଅପବ୍ୟବହାର କରିଛନ୍ତି ବୋଲି କୁହାଯାଉଛି। ଏଫବିଆଇ ପକ୍ଷରୁ କରାଯାଇ ଥିବା ଏହି ଅନୁସନ୍ଧାନ ନ୍ୟାୟକୁ ପରିହାସ କରିବା ସହ ସମାନ।
ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ବାସଭବନରେ ଗୁପ୍ତ ଦସ୍ତାବିଜ ରଖି ଗୁପ୍ତଚର ଆଇନ ଉଲ୍ଲଂଘନ କରିଥିବାର ଅଭିଯୋଗ ହୋଇଛି। ଫେଡେରାଲ ମାଜିଷ୍ଟ୍ରେଟ ଙ୍କ ଦ୍ୱାରା ଅନୁମୋଦିତ ୱାରେଣ୍ଟ ଆଧାରରେ ଏଫବିଆଇ ଏଜେଣ୍ଟ ତାଙ୍କ ବାସଭବନରେ ଚଢାଉ କରିଥିଲେ। ପ୍ରାୟ ୪ ଦିନ ପରେ ସଂଘୀୟ ଯାଞ୍ଚ ଏଜେନ୍ସି ଆଇନଗତ ଦସ୍ତାବିଜ ବାବରେ ଅନେକ ଆଶ୍ଚର୍ଯ୍ୟଜନକ ପର୍ଦ୍ଦାଫାଶ କରିଥିଲେ।