ବ୍ୟାଙ୍କଗୁଡିକୁ ନେଇ ଅର୍ଥ ମନ୍ତ୍ରୀ କଲେ ବଡ଼ ଘୋଷଣା, ଶୁଣି ଆପଣ ହୋଇଯିବେ ଖୁସ୍
Advertisement

ବ୍ୟାଙ୍କଗୁଡିକୁ ନେଇ ଅର୍ଥ ମନ୍ତ୍ରୀ କଲେ ବଡ଼ ଘୋଷଣା, ଶୁଣି ଆପଣ ହୋଇଯିବେ ଖୁସ୍

 Nirmala Sitharaman:  ଅନୁସୂଚିତ ଜାତି ସମ୍ପ୍ରଦାୟ ସହ ଜଡିତ ସମସ୍ତ ବିଚାରାଧୀନ ଅଭିଯୋଗର ସମାଧାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଏକ ସରକାରୀ ବୟାନରେ କୁହାଯାଇଛି । ଅକ୍ଟୋବର ୨ରୁ ଆର୍ଥିକ ସେବା ବିଭାଗ (DFS) ର ସ୍ୱତନ୍ତ୍ର ଅଭିଯାନ ଅଧୀନରେ ସେହି ସମସ୍ୟାର ସମାଧାନ ହୋଇପାରିବ ।

ବ୍ୟାଙ୍କଗୁଡିକୁ ନେଇ ଅର୍ଥ ମନ୍ତ୍ରୀ କଲେ ବଡ଼ ଘୋଷଣା, ଶୁଣି ଆପଣ ହୋଇଯିବେ ଖୁସ୍

ନୂଆଦିଲ୍ଲୀ: Nirmala Sitharaman: କେନ୍ଦ୍ର ଅର୍ଥ ମନ୍ତ୍ରୀ (Finance Minister) ନିର୍ମଳା ସୀତାରମଣ (Nirmala Sitharaman) ଏକ ବଡ଼ ଘୋଷଣା କରିଛନ୍ତି । ଗତକାଲି ଅର୍ଥାତ ସେପ୍ଟେମ୍ୱର ୨୭ରେ ବୈଠକ ପରେ ନିର୍ମଳା ସୀତାରମଣ କହିଛନ୍ତି ଯେ, ଦେଶର ବ୍ୟାଙ୍କଗୁଡିକରେ ଥିବା ସମସ୍ତ ଖାଲି ପଦବୀ ପୂରଣ କରାଯିବା ଆବଶ୍ୟକ । ଏହା ସହିତ ପବ୍ଲିକ ସେକ୍ଟର ବ୍ୟାଙ୍କର ମୁଖ୍ୟମାନଙ୍କ ସହିତ ଅନୁଷ୍ଠିତ ବୈଠକରେ ସେ ମଧ୍ୟ ସମୀକ୍ଷା କରିଛନ୍ତି ଯେ ବ୍ୟାଙ୍କ ଅନୁସୂଚିତ ଜାତିର ଲୋକଙ୍କୁ କିପରି ଋଣ ବଣ୍ଟନ କରେ ଓ ସେମାନଙ୍କୁ ସରକାରୀ ଯୋଜନାର ଉଚିତ୍ ଲାଭ ମିଳୁଛି କି ନାହିଁ । ସେ କହିଛନ୍ତି ଯେ, ଏସସି ବର୍ଗର ସମସ୍ତ ପଦବୀ ଠିକ୍ ସମୟରେ ପୂରଣ ହେବା ଉଚିତ୍ । ଏହା ସହିତ ସରକାରୀ ଯୋଜନାର ପରିସର ବଢ଼ାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏଠାରେ କହି ରଖୁଛୁ ଯେ, ବର୍ତ୍ତମାନ ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନଗୁଡିକର ମୋଟ କର୍ମକ୍ଷେତ୍ରରେ ଅନୁସୂଚିତ ଜାତି (SC Category) ର ଅଂଶ ପ୍ରାୟ ୧୮ ପ୍ରତିଶତ ରହିଛି । ଏହି ବୈଠକରେ ବ୍ୟାଙ୍କଗୁଡିକ ଠାରୁ 'ଆଉଟସୋର୍ସିଂ' କରାଯାଉଛି, ବିଶେଷକରି ସଫେଇ କର୍ମଚାରୀ ଭଳି ଚାକିରି ପାଇଁ ଅକ୍ଟୋବର ୧ରୁ ଉପଯୁକ୍ତ ଡିଜିଟାଲ୍ ରେକର୍ଡ ସୃଷ୍ଟି କରିବାକୁ ଅନୁରୋଧ କରାଯାଇଛି । ଅନୁସୂଚିତ ଜାତି ସମ୍ପ୍ରଦାୟ ସହ ଜଡିତ ସମସ୍ତ ବିଚାରାଧୀନ ଅଭିଯୋଗର ସମାଧାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଏକ ସରକାରୀ ବୟାନରେ କୁହାଯାଇଛି । ଅକ୍ଟୋବର ୨ରୁ ଆର୍ଥିକ ସେବା ବିଭାଗ (DFS) ର ସ୍ୱତନ୍ତ୍ର ଅଭିଯାନ ଅଧୀନରେ ସେହି ସମସ୍ୟାର ସମାଧାନ ହୋଇପାରିବ ।

ଅଧିକ ପଢ଼ନ୍ତୁ:-ଦଶହରା ପୂର୍ବରୁ ୧୪ କୋଟି ଲୋକଙ୍କୁ ମିଳିବ ବଡ଼ ଉପହାର! ସରକାର ସମସ୍ତଙ୍କ ଖାତାରେ ପଠାଇବାକୁ ଯାଉଛନ୍ତି ଏତେ ଟଙ୍କା

ଅଧିକ ପଢ଼ନ୍ତୁ:-ଅଶୋଧିତ ତୈଳ ମୂଲ୍ୟରେ ରେକର୍ଡ ହ୍ରାସ, ଏହି ଦିନ ଶସ୍ତା ହେବ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଆଜିର ରେଟ୍

ଅଧିକ ପଢ଼ନ୍ତୁ:-ରାଜସ୍ଥାନର କ୍ଷମତା ଲଢ଼େଇରେ ସଚିନ ପାଇଲଟଙ୍କ ଠାରୁ ହାରିଗଲେ ଅଶୋକ ଗେହଲୋତ!

 

ଏହା ବ୍ୟତୀତ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନର ସିଇଓମାନଙ୍କର ସମୀକ୍ଷା ବୈଠକରେ ବ୍ୟାଙ୍କ ମୁଖ୍ୟମାନଙ୍କୁ ଦକ୍ଷତା ବୃଦ୍ଧି ଏବଂ ଉଦ୍ୟୋଗୀ ବିକାଶ ଉପରେ ମଧ୍ୟ ଦୃଷ୍ଟି ଦେବାକୁ କୁହାଯାଇଛି । ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନଗୁଡିକର ମୋଟ କର୍ମକ୍ଷେତ୍ରରେ ଅନୁସୂଚିତ ଜାତିର ଅଂଶ ପ୍ରାୟ ୧୮ ପ୍ରତିଶତ ରହିଛି । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଅନୁସୂଚିତ ଜାତି ସହ ଜଡିତ ଋଣ ଓ ନିଯୁକ୍ତି ବିଷୟରେ ବର୍ଷକୁ ଦୁଇ ଥର ଜାତୀୟ ଅନୁସୂଚିତ ଜାତି ଆୟୋଗ (NCSC) କୁ ଜଣାଇବାକୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ NCSC ର ଅଧ୍ୟକ୍ଷ ଓ ସଦସ୍ୟ, ରାଜ୍ୟ ଅର୍ଥମନ୍ତ୍ରୀ, ଆର୍ଥିକ ସେବା ସଚିବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।