Organ Transplant: ଆଉ ଅଙ୍ଗ ପ୍ରତିରୋପଣରେ ହେବନାହିଁ ଡେରି, ତିଆରି ହେଲା ପ୍ରୋଟୋଟାଇପ୍ ଡ୍ରୋନ୍
Advertisement
Article Detail0/zeeodisha/odisha1334209

Organ Transplant: ଆଉ ଅଙ୍ଗ ପ୍ରତିରୋପଣରେ ହେବନାହିଁ ଡେରି, ତିଆରି ହେଲା ପ୍ରୋଟୋଟାଇପ୍ ଡ୍ରୋନ୍

Prototype Drone: ଏବେ ଅଙ୍ଗ ପ୍ରତିରୋପଣ (Organ Transplant) ପାଇଁ ଯାଉଥିବା ଅଙ୍ଗଗୁଡିକ ବିମାନବନ୍ଦରରୁ ଡାକ୍ତରଖାନାକୁ ନେବାରେ ଆଉ ବିଳମ୍ବ ହେବନାହିଁ। ଏଥିପାଇଁ ଏବେ ଡ୍ରୋନର ବ୍ୟବହାର କରାଯିବ। 

ସାଂକେତିକ ଫଟୋ

Prototype Drone: ଏବେ ଅଙ୍ଗ ପ୍ରତିରୋପଣ (Organ Transplant) ପାଇଁ ଯାଉଥିବା ଅଙ୍ଗଗୁଡିକ ବିମାନବନ୍ଦରରୁ ଡାକ୍ତରଖାନାକୁ ନେବାରେ ଆଉ ବିଳମ୍ବ ହେବନାହିଁ। ଏଥିପାଇଁ ଏବେ ଡ୍ରୋନ(Drone)ର ବ୍ୟବହାର କରାଯିବ। ବିମାନବନ୍ଦରରୁ ସଡକ ମାର୍ଗ ଦେଇ ଅଙ୍ଗ ହସ୍ପିଟାଲକୁ ନିଆଯାଉଥିବା ବର୍ତ୍ତମାନର ପଦ୍ଧତି ତୁଳନାରେ ଡ୍ରୋନ୍ ପରିବହନରେ ବହୁତ କମ୍ ସମୟ ଲାଗିବ। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଶନିବାର ଦିନ ଡାକ୍ତରଖାନାରେ ଶୀଘ୍ର ଅଙ୍ଗ ପ୍ରତିରୋପଣ ପାଇଁ ମାନବ ଅଙ୍ଗର ଡ୍ରୋନ୍ ପରିବହନ (Drone Transport) ପାଇଁ ଭାରତର ପ୍ରଥମ ପ୍ରୋଟୋଟାଇପ୍ ଡ୍ରୋନ୍ (Prototype Drone)ର ଉନ୍ମୋଚନ କରିଛନ୍ତି।

ବର୍ତ୍ତମାନ ତିଆରି ହୋଇଥିବା ଡ୍ରୋନର ଉପଯୋଗ ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ପାଇଁ ପ୍ରସ୍ତୁତ ବକ୍ସକୁ ୨୦ କିଲୋମିଟର ଦୂରତା ପଯ୍ୟନ୍ତ ନେବାରେ ବ୍ୟବହାର କରାଯାଇପାରିବ ଏବଂ ଏହାକୁ ଖୁବଶୀଘ୍ର ପ୍ରତିରୋପଣ କାର୍ଯ୍ୟରେ ଲଗାଯାଇପାରିବ। ଏହି ପ୍ରଯୁକ୍ତିବିଦ୍ୟା ଅଙ୍ଗ ପ୍ରତିରୋପଣ ପ୍ରକ୍ରିୟାରେ ଏକ ମାଇଲଖୁଣ୍ଟ ଭାବେ ପ୍ରମାଣିତ ହେବ।

ପ୍ରୋଟୋଟାଇପ୍ ଡ୍ରୋନ୍ ଟେକ୍ନୋଲୋଜିର ସହ-ନିର୍ମାତା ତଥା MGM ହେଲଥ କେୟାରର ନିର୍ଦ୍ଦେଶକ ଡକ୍ଟର ପ୍ରଶାନ୍ତ ରାଜଗୋପାଲନ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ତାଙ୍କ ଡାକ୍ତରଖାନା ଅଙ୍ଗର ସ୍ଥାନାନ୍ତର ପାଇଁ ସହରର ଏକ ଡ଼୍ରୋନ କମ୍ପାନୀ ସହିତ ଚୁକ୍ତି କରିଛନ୍ତି। ସେ କହିଛନ୍ତି ଯେ, ଏହାର ଉଦ୍ଦେଶ୍ୟ ହେଉଛି ଅଙ୍ଗଗୁଡ଼ିକୁ ଦେଶର ଶେଷ ପ୍ରାନ୍ତକୁ ପହଞ୍ଚାଇବାରେ ବିପ୍ଳବ ସୃଷ୍ଟି କରିବା। 

ଏହି ଜ୍ଞାନକୌଶଳକୁ ଉନ୍ମୋଚନ କରିବା ପରେ ଗଡକରୀ କହିଥିଲେ ଯେ, ଅଙ୍ଗର ପ୍ରତିରୋପଣରେ ଆବଶ୍ୟକ ହେଉଥିବା ଗତି ଓ ଉପଲବ୍ଧତା ଏବଂ ପରିବହନ ପାଇଁ ଆମକୁ ଏକ ନୂତନ ଟେକ୍ନୋଲେଜିକ ଆବଶ୍ୟକତା ଥିଲା। ତେଣୁ, ଏହି ଡ୍ରୋନ ଟେକନିକ ମାଧ୍ୟମରେ ଏହା ସମ୍ଭବ ହେବା ନିହାତି ଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, "ଆମେ ଦିଲ୍ଲୀରୁ ଡେରାଡୁନ୍ ପର୍ଯ୍ୟନ୍ତ ଏକ୍ସପ୍ରେସୱେ ପ୍ରକଳ୍ପ ଆରମ୍ଭ କରିବା ପ୍ରକ୍ରିୟାରେ ଅଛୁ, ଯାହା ଯାତ୍ରା ସମୟକୁ ହ୍ରାସ କରିବ। ଅଙ୍ଗ ପରିବହନକୁ ନେଇ ମୁଁ ଅତ୍ୟନ୍ତ ସତର୍କ ଏବଂ ସମ୍ବେଦନଶୀଳ ଅଟେ । ତେଣୁ ଯଥାସମ୍ଭବ ଏହି କ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ କରିପାରିବି।" ଗଡକରୀ, ଡକ୍ଟର କେ.ଆର ବାଲାକ୍ରିଷ୍ଣନ୍ ଏବଂ ତାଙ୍କ ଟିମକୁ ଧନ୍ୟବାଦ ଜଣାଇ କହିଛନ୍ତି, ଯେଉଁମାନେ ଭାରତରେ ୫୦୦ରୁ ଅଧିକ ହାର୍ଟ ଓ ଫୁସଫୁସ ପ୍ରତିରୋପଣ ସଫଳତା ପୂର୍ବକ କରିଛନ୍ତି ଏବଂ ଭାରତର ସବୁଠୁ ବୟସ୍କ ଓ ଶିଶୁ ହୃଦ୍ ପ୍ରତିରୋପଣ କାର୍ଯ୍ୟକ୍ରମ ଚଳାଉଛନ୍ତି ସେମାନଙ୍କୁ ସାଧୁବାଦ। ଗଡକରୀ କହିଛନ୍ତି ଯେ, ଏହି ଟେକ୍ନୋଲୋଜି ହାସଲ ଭାରତ ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବା ସହିତ ଭାରତ ବିଶ୍ୱ ମାନଚିତ୍ରରେ ସାମିଲ ହୋଇଛି।