''ଚାକିରି ନଦେଲେ ତାଜମହଲ ଉଡ଼େଇଦେବି''
Advertisement

''ଚାକିରି ନଦେଲେ ତାଜମହଲ ଉଡ଼େଇଦେବି''


ତାଜମହଲ ଭିତରେ ଯେତେବେଳେ ବମ ରହିଥିବା ନେଇ ସୂଚନା ମିଳିଥିଲା ସେତେବେଳେ ଭିତରେ ଏବଂ ବାହାରା ପର୍ଯ୍ୟଟକ ମାନେ ଯାତାୟତ କରିବା ଆରମ୍ଭ କରିଦେଇଥିଲେ। 

''ଚାକିରି ନଦେଲେ ତାଜମହଲ ଉଡ଼େଇଦେବି''

ଆଗ୍ରା : ଦୁନିଆରେ ଥିବା ସବୁ ଏୈତିହ୍ୟସ୍ଥଳୀରୁ ପ୍ରେମର ପ୍ରତୀକ ତାଜମହଲ ଅନ୍ୟତମ । ହେଲେ ଏହି ତାଜମହଲକୁ ଏବେ ଭୟ । କାରଣ ଆଜି ସକାଳ ସମୟ ୭.୩୦ ସମୟରେ ତାଜମହଲକୁ ବମ ପକାଇ ଉଡ଼ାଇଦେବାର ଧମକ ଆସିବା ପରେ ତାଜମହଲ ସହ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ତାଜମହଲ ଭିତରେ ଯେତେବେଳେ ବମ ରହିଥିବା ନେଇ ସୂଚନା ମିଳିଥିଲା ସେତେବେଳେ ଭିତରେ ଏବଂ ବାହାରା ପର୍ଯ୍ୟଟକ ମାନେ ଯାତାୟତ କରିବା ଆରମ୍ଭ କରିଦେଇଥିଲେ। ସୂଚନା ମିଳିବା ପରେ ସଙ୍ଗେ ସଙ୍ଗେ ଆକ୍ସନ ମୁଡକୁ ଆସିଯାଇଥିଲେ ସୁରକ୍ଷା କର୍ମୀ । ପର୍ଯ୍ୟଟକଙ୍କୁ ବାହାରକୁ ବାହାର କରି ତାଜମହଲର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ବନ୍ଦ କରିଦିଆଯାଇଥିବା ସୂଚନା ରହିଛି ।

ସୂଚନାନୁସାରେ, ତାଜମହଲ (TajMahal) ରେ ବମ ଥିବା ନେଇ ସୂଚନା ଦେଇଥିବା ବ୍ୟକ୍ତିକୁ ପୋଲିସ ନିଜ ହେପାଜତରେ ନେଇଛି। ପୋଲିସର କହିବା କଥା, ଏହି ବ୍ୟକ୍ତିଙ୍କୁ ଚାକିରି  ନମିଳିବାରୁ ସେ ବହୁତ ଚିନ୍ତାଗ୍ରସ୍ତ ଥିଲେ । ସେନା (Indian Army) ରେ ଭର୍ତ୍ତି ହେବା ନେଇ ସେ ଉଦ୍ୟମ କରିଥିଲେ । ମାତ୍ର  ତାଙ୍କ ଚାକିରି (Job) ନହେବା ରୁ ସେ ଭୀଷଣ ରାଗିଯାଇଥିଲେ । ସେଥିପାଇଁ ସେ କଲ କରି ତାଜମହଲରେ ବୋମା (Bomb) ରଖିଥିବା ଓ ତାଜମହଲକୁ ବୋମାରେ ଉଡ଼ାଇଦେବା  ନେଇ ସୂଚନା ଧମକପୂର୍ଣ୍ଣ କଲ କରିଥିଲେ। 

Also Read: ପ୍ରଧାନମନ୍ତ୍ରୀଙ୍କ ବାସଗୃହକୁ ସୁଡ଼ଙ୍ଗ

ମିଳିଥିବା ଖବରନୁସାରେ, ସକାଳ ସମୟ ପାଖାପାଖି ୭ଟା ସମୟରେ ୧୧୨ ନମ୍ବରକୁ ଜଣେ ବ୍ୟକ୍ତି ତାଜମହଲରେ ବୋମା ଥିବା ନେଇ ସୂଚନା ଦେଇଥିଲେ। ଖବର ପାଇବା ମାତ୍ରେ ପ୍ରଶାସନ ଓ ପୋଲିସ (Police) ଅଧିକାରୀ ଆଚମ୍ବିତ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ଯିବା ସହ ସେଠାରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ।

Also Read: ଆଜି ବସିବ ବିଜେପି ବୈଠକ, ମମତାଙ୍କୁ ଘେରିବାକୁ ବିଜେପିର କଡ଼ା ରଣନୀତି

କଲରେ କଣ କହିଥିଲା ବ୍ୟକ୍ତି ଜଣକ ?

ତାଜମହଲ (TajMahal) ରେ ଏକ ବୋମା ଖଞ୍ଜା ଯାଇଛି। ଯାହା ଆଉ କିଛି ସମୟ ମଧ୍ୟରେ ବିସ୍ଫୋରଣରେ ଉଡ଼ି ଧ୍ୱସ୍ତବିଧ୍ୱସ୍ତ କରିଦେବ ।ତାଜମହଲର ଆଖପାଖ ଅଞ୍ଚଳରେ ସୁରକ୍ଷା ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଏହାସହ CISF କୁ ଆଲର୍ଟ କରିବା ସହ ଫୋନ କରିଥିବା ବେଳେ କଲ କରିଥିବା ବ୍ୟକ୍ତିଙ୍କ ଘର ଫିରୋଜାବାଦ୍ ବୋଲି ଜଣାପଡ଼ିଛି । ତେବେ ବ୍ୟକ୍ତି ଜଣଙ୍କୁ ହେପାଜତରେ ନିଆଯାଇ ଯାଞ୍ଚ (Investigation) ପ୍ରକ୍ରିୟା ଜାରି ରହିଛି ।