ବିରି ମାଡ଼ ଦେଖି କୋଳଥ ଚେପା...
Advertisement
Article Detail0/zeeodisha/odisha704940

ବିରି ମାଡ଼ ଦେଖି କୋଳଥ ଚେପା...

ଓଡ଼ିଆରେ ଏକ ଲୋକକଥା ରହିଛି ବିରି ମାଡ଼ ଦେଖି କୋଳଥ ଚେପା। ଆଉ ଏହି ଉକ୍ତିଟି ପାକିସ୍ତାନ ପାଇଁ ଶତପ୍ରତିଶତ ଭାବେ ଲାଗୁ ହୋଇଛି। ପିଓକେରେ ପାକିସ୍ତାନ ସେନା ଠୁଳ କରୁଛି। ଚୀନ ନିର୍ଦ୍ଦେଶରେ ପାକିସ୍ତାନ ଏଭଳି କରୁଥିବା ନେଇ ଖବର ପ୍ରକାଶ ପାଇଥିଲା। ସେପଟେ କିନ୍ତୁ ୫୯ ଚାଇନିଜ ଆପ ବନ୍ଦ କରି ଭାରତ ଚୀନ ଉପରେ ନେଇଥିବା ପଦକ୍ଷେପ ଭୟରେ ପ୍ରକାଶିତ ଖବର ଭୁ

ବିରି ମାଡ଼ ଦେଖି କୋଳଥ ଚେପା...

ଇସଲାମାବାଦ: ଓଡ଼ିଆରେ ଏକ ଲୋକକଥା ରହିଛି ବିରି ମାଡ଼ ଦେଖି କୋଳଥ ଚେପା। ଆଉ ଏହି ଉକ୍ତିଟି ପାକିସ୍ତାନ ପାଇଁ ଶତପ୍ରତିଶତ ଭାବେ ଲାଗୁ ହୋଇଛି। ପିଓକେରେ ପାକିସ୍ତାନ ସେନା ଠୁଳ କରୁଛି। ଚୀନ ନିର୍ଦ୍ଦେଶରେ ପାକିସ୍ତାନ ଏଭଳି କରୁଥିବା ନେଇ ଖବର ପ୍ରକାଶ ପାଇଥିଲା। ସେପଟେ କିନ୍ତୁ ୫୯ ଚାଇନିଜ ଆପ ବନ୍ଦ କରି ଭାରତ ଚୀନ ଉପରେ ନେଇଥିବା ପଦକ୍ଷେପ ଭୟରେ ପ୍ରକାଶିତ ଖବର ଭୁଲ ବୋଲି କହିଛି ପାକିସ୍ତାନ। ସୀମାରେ ସେନାଠୁଳ କରିବା ଅଭିଯୋଗକୁ ଖାରଜ କରିଛି ପାକିସ୍ତାନ। 

ପାକିସ୍ତାନୀ ସେନାର ମିଡିଆ ୱିଙ୍ଗ, ଆନ୍ତଃସେବା ଜନସମ୍ପର୍କ ବିଭାଗ (ଆଇଏସଆରପି) ଟ୍ୱିଟ କରି କହିଛନ୍ତି ଯେ ଭାରତୀୟ ଇଲେକ୍ଟ୍ରୋନିକ ତଥା ସୋସିଆଲ ମିଡିଆରେ ଚୀନ ଦ୍ୱାରା ପାକିସ୍ତାନୀ ସେନା କର୍ମଚାରୀଙ୍କ ଅତିରିକ୍ତ ନିୟୋଜନ ଦାବିରେ ଚାଲିଥିବା ଖବର ଅଭିଯୋଗର ବ୍ୟବହାର ମିଥ୍ୟା, ଦାୟିତ୍ୱହୀନ ଏବଂ ସତ୍ୟଠାରୁ ବହୁ ଦୂରରେ ବୋଲି ପାକିସ୍ତାନ ସେନା ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛି। 

ଆହୁରି ମଧ୍ୟ କହୁଯାଇଛି ଯେ, ଚୀନ ଓ ଭାରତ ମଧ୍ୟରେ ଦେଖା ଦେଇଥିବା ବିବାଦ ମଧ୍ୟ କାଶ୍ମୀର ଓ ଘାଟି ଅଞ୍ଚଳରେ ପାକିସ୍ତାନ ଆତଙ୍କୀ କାର୍ଯ୍ୟକଳାପରେ ବୃଦ୍ଧି କରିଥିବା ସୂଚନା ରହିଛି। ଏପରିକି ଘାଟି ଅଞ୍ଚଳରେ ପ୍ରାୟ ୧୦୦ ପାକିସ୍ତାନୀ ଆତଙ୍କବାଦୀ ସକ୍ରିୟ ରହିଥିବା ଗୁଇନ୍ଦା ସୂଚନା ଦେଇଛି। ତେବେ ପାକିସ୍ତାନୀ ଏଜେଣ୍ଟ ଆଇଏସଆଇ ଭାରତର ସୀମା ଓ ଏଲଓସିରେ ଆତଙ୍କୀ କାର୍ଯ୍ୟକଳାପ ଘଟାଇବାକୁ ପ୍ରୟାସ କରୁଛି ବୋଲି ଗୁଇନ୍ଦା ସୂଚନା ଦେଇଛି। 

ଆହୁରି ମଧ୍ୟ ଜଣାପଡ଼ିଛି ଯେ, ପାକିସ୍ତାନ ବାଲାକୋଟ ଏୟାରଷ୍ଟ୍ରାଇକ ସମୟରେ ଯେତିକି ସୈନ୍ୟଙ୍କୁ ଠୁଳ କରିଥିଲା ତାହାଠାରୁ ଢେର ଅଧିକ ସୈନ୍ୟଙ୍କୁ ଠୁଳ କରିଥିବା ସୂଚନା ରହିଛି। ଏପରିକି ସୀମା କାର୍ଯ୍ୟାକଳାପ ଉପରେ ପାକିସ୍ତାନର ଏୟାର ଡିଫେନ୍ସ ରାଡାର ୨୪ ଘଣ୍ଟା ନଜର ରଖିଥିବା ଗୁଇନ୍ଦା ସୂଚନା ଦେଇଛି। 

;