CAAକୁ ନେଇ ଜ୍ଞାନ କମ୍, ଗୁଜବ ବେଶି
Advertisement
Article Detail0/zeeodisha/odisha612616

CAAକୁ ନେଇ ଜ୍ଞାନ କମ୍, ଗୁଜବ ବେଶି

ନାଗରିକତା ସଂଶୋଧନ ଆଇନ ଯେବେଠାରୁ ଆସିଛି, ସେବେଠାରୁ ଦେଶର ଭିନ୍ନ ଭିନ୍ନ ଜାଗାରେ ତାକୁ ବିରୋଧ କରାଯାଉଛି

CAAକୁ ନେଇ ଜ୍ଞାନ କମ୍, ଗୁଜବ ବେଶି

ବିଭୂତି ଭୂଷଣ ଦାସ, ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ଯେବେଠାରୁ ଆସିଛି, ସେବେଠାରୁ ଦେଶର ଭିନ୍ନ ଭିନ୍ନ ଜାଗାରେ ତାକୁ ବିରୋଧ କରାଯାଉଛି । ଆଇନ ପଛର ପ୍ରକୃତ ସତ୍ୟ ନଜାଣି, ତାକୁ ନବୁଝି ବାସ୍ କିଛି ଦେଶ ବିରୋଧୀ ସଂଗଠନ, ବୁଦ୍ଧୀଜୀବୀ ଓ ସାମ୍ବାଦିକଙ୍କ କଥାରେ ଭଳିଯାଇ ଏହି ଆଇନକୁ ମୁସଲମାନଙ୍କ ନାଁରେ ବିରୋଧ କରିବା କେତେ ଯଥାର୍ଥ ? ଆଇନର ବିରୋଧରୁ ବିରୋଧୀ ରାଜନୀତିର ରୁଟି ସେକୁଛନ୍ତି । ଆଉ ସତ୍ତାକୁ ହୁଲୁସ୍ତୁଲ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଭାରତ ଭଳି ଦେଶରେ ଯେଉଁଠି ସମ୍ବିଧାନ ନାଗରିକତ୍ୱର ଗ୍ୟାରେଣ୍ଟି ଦିଏ, ସେଠି ଗୋଟିଏ ଆଇନକୁ ନେଇ ବିରୋଧୀଙ୍କ ମାୟାଜାଲରେ ଫଶି ହିଂସକ ହୋଇଉଠିବା କଣ ଠିକ୍ ? ଗୋଟିଏପଟେ ଦେଶ ନାଗରିକତ୍ୱର ଗ୍ୟାରେଣ୍ଟି ଦେଉଥିବା ବେଳେ, କାହିଁକି ବିରୋଧକାରୀଙ୍କ ଏ ଦେଶଦ୍ରୋହୀ ମନୋଭାବ ? ।. ଆମ ସମ୍ବିଧାନ କୁହେ ଆମ ଦେଶ ଧର୍ମନିରପେକ୍ଷ ରାଷ୍ଟ୍ର । ଏଠି ଦେଶଦ୍ରୋହୀମାନେ ଧର୍ମ ନାଁରେ ଲୋକଙ୍କ ମନରେ ଡ଼ର ସୃଷ୍ଟି କରି ଲୋକଙ୍କୁ ଭୟଭୀତ କରାଯାଏ । ଏବଂ ସାମ୍ପ୍ରଦାୟୀକ ଦଙ୍ଗା ସୃଷ୍ଟି କରିବାକୁ ପ୍ରୟାସ ଏବେ ଆମ ଦେଶରେ ଚାଲିଛି । ଯାହାକି ଏଭଳି ପ୍ରୟାସ ଖୁଲମଖୁଲା ଦୋଶଦ୍ରୋହୀମାନେ କରୁଛନ୍ତି । ଦେଶରେ ଏମିତି କିଛି ଶ୍ରେଣୀର ସଂଗଠନ ଅଛନ୍ତି ହିଂସାକୁ ପ୍ରସୟ ଦେଇ ଦଙ୍ଗାକାରୀଙ୍କୁ ଦଙ୍ଗା କରିବାରେ ସାହାର୍ଯ୍ୟ କରନ୍ତି । ଆଉ ଏସବୁ ହେଉଛି ଗଣତନ୍ତ୍ର ନାଁରେ ।

fallback
୨୦୧୯ରେ ସତ୍ତାକୁ ସେକେଣ୍ଡ ଟାଇମ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଶର ସଂଖ୍ୟାଲଘୁ ଓ ଖାସ୍ କରି ମୁସଲମାନଙ୍କୁ ଆଶ୍ୱସ୍ତ କରିଥିଲେ କି ବର୍ଷ ବର୍ଷ ଧରି ସେମାନଙ୍କୁ ଡରାଇ ରଖି ରାଜନୀତିର ରୋଟି ସେକିବା ଖେଳ ଶେଷ ହେବ ।. ସେପଟେ ବିରୋଧୀ ଏହା ମଧ୍ୟରେ ବି ମୁସଲମାନଙ୍କୁ ଡରାଇ ନିଜର ଖେଳ ଜାରି ରଖିଥିଲେ ଏବଂ ଏବେ ନାଗରିକତା ସଂଶୋଧନ ଆଇନକୁ ନେଇ ଭ୍ରାନ୍ତ ଧାରଣା ସୃଷ୍ଟି କରି ମୁସଲମାନଙ୍କୁ ଡରାଇବାକୁ ଚେଷ୍ଟା ଚଳାଇଛନ୍ତି । ନାଗରିକତା ସଂଶୋଧନ ଆଇନର ବିରୋଧରେ ପୂର୍ବୋତ୍ତର ରାଜ୍ୟରୁ ନେଇ ଦିଲ୍ଲୀ ଯାଏଁ ଦେଶର ଅନେକ ଅଞ୍ଚଳରେ ଚାଲୁଥିବା ବିରୋଧ ମଧ୍ୟରେ ଏହି ଆଇନକୁ ନେଇ ଥିବା ଭ୍ରମ ଓ ଏହା ପଛର ସତ୍ୟତା ଜାଣିବା ଜରୁରୀ ।

ଗୋଟେ ବଡ଼ ପ୍ରଶ୍ନ ହେଉଛି, କଣ ନାଗରିକତା ସଂଶୋଧନ ଆଇନରେ ଦେଶର କୌଣସି ନାଗରିକର କିଛି କ୍ଷତି ହେବ କି ? ଯାହାର ଜବାବ ହେଉଛି, ନା' ।.  ଏହାର କୌଣସି ଭାରତୀୟ ନାଗରିକଙ୍କ ସହ କୌଣସି ଦେବା ନେବା ହିଁ ନାହିଁ । ନାଗରିକତା ସଂଶୋଧନ ଆଇନ୍ ମୁସଲମାନ ସମୁଦାୟର ଲୋକଙ୍କ ସମେତ କୌଣସି ଭାରତୀୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।

ମୁସଲମାନମାନଙ୍କୁ ନାଗରିକ ସଂଶୋଧନ ଆଇନକୁ ନେଇ ଏହା କହି ଡରା ଯାଉଛି କି, ଏ ଆଇନ୍ ଧୀରେ ଧୀରେ ଭାରତୀୟ ମୁସଲମାନଙ୍କୁ ଭାରତର ନାଗରିକତାରୁ ହଟାଇଦେବ ।. କିନ୍ତୁ ସତ ହେଉଛି  କି ନାଗରିକତା ସଂଶୋଧନ ଆଇନ, ମୁସଲମାନଙ୍କ ସମେତ କୌଣସି ବି ଭାରତୀୟ ନାଗରିକଙ୍କ ଉପରେ କୌଣସି ପ୍ରକାରେ ମଧ୍ୟ ଲାଗୁ ହେବା ନାହିଁ । ସବୁ ଭାରତୀୟ ନାଗରିକଙ୍କୁ ମୂଳ ଅଧିକାର ମିଳିଛି, ଯାହାର ଗ୍ୟାରେଣ୍ଟି ଖୋଦ୍ ଭାରତୀୟ ସମ୍ବିଧାନ ଦିଏ । CAA ଦ୍ୱାରା ଏମିତି କିଛି ବି ହେବନି, ଯାହା ଦ୍ୱାରା କୌଣସି ବି ଭାରତୀୟ ନାଗରିକଙ୍କର କିଛି ଅସୁବିଧା ହେବ ।. ଖୋଦ୍ ପ୍ରଧାନମନ୍ତ୍ରୀ ଏହାକୁ ଖଣ୍ଡନ କରିଛନ୍ତି ଏବଂ ଭାରତୀୟ ମୁସଲମାନଙ୍କୁ ଆଶ୍ୱସ୍ତ କରିଛନ୍ତି ।

fallback

 ଏସବୁ ଭିତରେ ନାଗରିକତା ଆଇନକୁ ନେଇ ଏହା ବି ଏକ ପ୍ରଶ୍ନ କି, ନାଗରିକତା ସଂଶୋଧନ ଆଇନ କାହା ଉପରେ ଲାଗୁ ହେବ ? ପ୍ରକୃତ କଥା ହେଉଛି, ଏହା ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ୩୧ ଡିସେମ୍ବର ୨୦୧୪ ଯାଏଁ ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ଭାରତକୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଈଶାଈ ଏବଂ ପାରସୀ ସମୁଦାୟର ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବ । ସରକାରଙ୍କର ଦଲିଲ କି, ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶ, ଏହି ତିନିଟି ମୁସଲମାନ ଗଣରାଜ୍ୟ ଅଟେ । ଯେଉଁଠି ମୁସଲମାନ ସଂଖ୍ୟାଲଘୁ ନୁହନ୍ତି ।. ଏଥିପାଇଁ ଏହି ଆଇନରେ ସେମାନଙ୍କୁ ନାଗରିକତା ମିଳିବାର ପ୍ରସ୍ତାବ ନାହିଁ ।

ମୁସଲମାନଙ୍କ ମଧ୍ୟରେ ଏକ ଡର ଏହା ବି ବସିଛି କି, ଏହି ତିନି ଦେଶରେ ବେଆଇନ ଭାବେ ଭାରତ ଆସିଥିବା ମୁସଲମାନ ଅନୁପ୍ରବେଶକାରୀଙ୍କୁ CAA ଦ୍ୱାରା ଦେଶରୁ ବିତାଡ଼ିତ କରାଯିବ । କିନ୍ତୁ ଯଦି ଆଇନକୁ ଧ୍ୟାନ ଦେଇ ବୁଝିବା ତେବେ, CAAରେ କୌଣସି ବିଦେଶୀଙ୍କୁ ଭାରତରୁ ବିତାଡ଼ିତ କରିବାର କୌଣସି ପ୍ରାବଧାନ ବି ନାହିଁ । କୌଣସି ବି ଧର୍ମର କୌଣସି ବି ବିଦେଶୀ ନାଗରିକଙ୍କୁ ବାହାର କରିବା ପ୍ରକ୍ରିୟା, ଫରେନର୍ସ ଆକ୍ଟ ୧୯୪୬ ଏବଂ ପାସପୋର୍ଟ ଆକ୍ଟ, ୧୯୨୦ ଦ୍ୱାରା ହିଁ ସମ୍ଭବ । ଏହି ଲୋକମାନଙ୍କୁ ଦେଶରୁ ବାହାର କରିବାର ପ୍ରକ୍ରିୟା ସେତେବେଳେ ଯାଇ ଆରମ୍ଭ ହେବ, ଯେତେବେଳେ ସେ ବ୍ୟକ୍ତି ଫରେନର୍ସ ଆକ୍ଟ, ୧୯୪୬ ଅନୁଯାୟୀ ବିଦେଶୀ ସାବ୍ୟସ୍ତ ହୋଇଯିବ ।

ଯଦି ଆପଣ ବେଆଇନ ଭାବେ କୌଣସି ଦେଶର ସୀପା ପାର କରୁଛନ୍ତି । ହେଇପାରେ ଆପଣଙ୍କୁ ଗୁଳି ମାରି ଦିଆଯାଇପାରେ, ନ ହେଲେ ଜେଲ ହୋଇପାରେ । ଯଦି ସେ ଦେଶର ଉଦାରତା ଥାଏ, ଆଉ ଆପଣଙ୍କ ଉପରେ ଦୟା ଆସିଯାଏ, ତେବେ ଆପଣଙ୍କୁ ନିଜ ଦେଶକୁ ଫେରାଇ ଦିଆଯାଏ ।ହେଲେ ଯିଏ ଭାରତ ସୀମା ପାର କରି ଚାଲିଆସେ, ଏମିତି ବିଲକୁଲ କିଛି ହୁଏନି । ।ଭାରତରେ ଆଧାର କାର୍ଡ ଦିଆଯାଏ, ଭୋଟ ପରିଚୟ ପତ୍ର ଦିଆଯାଏ । ଏମିତିକି ସମସ୍ତ ସରକାରୀ ସୁବିଧା ଯୋଗାଇଦିଆଯାଏ । ।ଆମ ଦେଶର ଏହି ଉଦାରତା ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରେ ।

ଆପଣ ଜାଣନ୍ତି ଆମ ଦେଶର ବୁଦ୍ଧିଜୀବୀ, କିଛି ଦେଶଦ୍ରୋହୀ ସାମ୍ବାଦିକ, ଏବଂ ବିରୋଧୀ ଦଳର ନେତା ।ଯାହାଙ୍କ ପାଖରେ ବହୁ ଜ୍ଞାନର ଭଣ୍ଡାର ରହିଛି । ବହୁ ବଡ଼ ବଡ଼ ଓକିଲ ଅଛନ୍ତି । ସବୁବେଳେ ଟିଇକେ କଥାରେ ସୁପ୍ରିମକୋର୍ଟ ଦୌଡ଼ି ଯାଆନ୍ତି । ।ଆଉ ନାଗରିକତା ସଂଶୋଧନ ବିଲକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ଯାଇଥିଲେ । ଯାହାକି ସୁପ୍ରିମକୋର୍ଟ ମଧ୍ୟ ବିଲକୁ ଅଟକାଇବାକୁ ମନା କରିଦେଇଥିଲେ । ହେଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏପରି ହିଂସା କଣ ପାଇଁ ? ସେ ଆିନକୁ ନେଇ ଲୋକଙ୍କୁ କାହିଁକି ଡ଼ରାଯାଉଛି ? କାହିଁକି ନା ଆମରି ହିଁ ଦେଶର କିଛି ନେତା, କିଛି ଫିଲ୍ମଷ୍ଟାର, ସାମ୍ଦାଦିକ ଓ କିଛି ଧାର୍ମିକ ସମ୍ମୁହ ନାଗରିକତା ଆଇନକୁ ଧର୍ମ ସହ ଯୋଡ଼ି ହିଂସା ପ୍ରସୟ ଦେବାରେ ଲାଗିଛନ୍ତି । ଏମିତି ମାହୋଲ ବନାଉଛନ୍ତି ଯେ, ଯେମିତି ସିଏଏ ବିଲ ଏବଂ ଏନଆରସି ନାଗରିକତା ଆଇନ ନୁହେଁ, ଧର୍ମ ସହ ଯୋଡ଼ା ଯାଇଥିବା ଆଇନ । ସେମାନେ ପ୍ରଥମେ ବୁଝି ରଖିବା ଉଚିତ ଏ ଆଇନ ଧର୍ମ ନୁହେ, ନାଗରିକତା ସହ ଯୋଡ଼ି ହୋଇଥିବା ଆଇନ । ।

ନାଗରିକତା ସଂଶୋଧନ ଆଇନର ସତ୍ୟତାକୁ ନଜାଣି ହିଂସକ ବିରୋଧ ପ୍ରଦର୍ଶନ ଆଦୌ ଯଥାର୍ଥ ନୁହେଁ । ଖାସ୍ କରି ଏଥିରେ ବିରୋଧୀ ଦଳଗୁଡ଼ିକର ଭୂମିକା ଅତ୍ୟନ୍ତ ଦାୟିତ୍ୱହୀନ ବୋଲି କୁହାଯାଇପାରିବ ।.. ତେବେ ଦେଶର ମୁସଲମାନମାନଙ୍କୁ ସଂସଦ ଭିତରେ ଓ ବାହାରେ ଦେଶର ପିଏମ୍ ଓ ଗୃହମନ୍ତ୍ରୀ ଆଶ୍ୱସ୍ତ କରିଛନ୍ତି ।. ଏସବୁ ପରେ ବି ଏମିତି ବିରୋଧ କାହିଁକି ? ।