ପରମାଣୁ ପରୀକ୍ଷଣକୁ ନେଇ ପୁଣି ଚର୍ଚ୍ଚାରେ ଉତ୍ତର କୋରିଆ, ଭାଇରାଲ ସାଟେଲାଇଟ ଫଟୋକୁ ନେଇ ଚର୍ଚ୍ଚା
Advertisement

ପରମାଣୁ ପରୀକ୍ଷଣକୁ ନେଇ ପୁଣି ଚର୍ଚ୍ଚାରେ ଉତ୍ତର କୋରିଆ, ଭାଇରାଲ ସାଟେଲାଇଟ ଫଟୋକୁ ନେଇ ଚର୍ଚ୍ଚା

ପୁନର୍ବାର ଆଣବିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବାକୁ ନେଇ ଚର୍ଚ୍ଚାରେ ରହିଛି ଉତ୍ତରଲ କୋରିଆ । 

ପରମାଣୁ ପରୀକ୍ଷଣକୁ ନେଇ ପୁଣି ଚର୍ଚ୍ଚାରେ ଉତ୍ତର କୋରିଆ, ଭାଇରାଲ ସାଟେଲାଇଟ ଫଟୋକୁ ନେଇ ଚର୍ଚ୍ଚା

ପୋଙ୍ଗୟାଙ୍ଗ: ସାମରିକ କ୍ଷେତ୍ରରେ ଅଜବ କାରନାମା ପାଇଁ ଚର୍ଚ୍ଚାରେ ରହିଥାଏ ଉତ୍ତର କୋରିଆ । ପାରମାଣବିକ ଅସ୍ତ୍ରଶସ୍ତ୍ରର ନିର୍ମାଣକୁ କରିବାକୁ ନେଇ ଦେଶର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଦ୍ୱାରା ନିଆଯାଉଥିବା ନିଷ୍ପତ୍ତିକୁ ନେଇ ବିଶ୍ୱର ପ୍ରମୁଖ ସାମରିକ ମହାଶକ୍ତି ଯ଼ୁକ୍ତରାଷ୍ଟ୍ର ଆମେରିକା ସମେତ ସମଗ୍ର ବିଶ୍ୱର ସନ୍ଦେହ ଘେରରେ ରହିଥାଏ ଏହି ଦେଶ ।

ସଦ୍ୟ ଉତ୍ତର କୋରିଆ ପକ୍ଷରୁ ଚାଲିଥିବା ସାମରିକ କାର୍ଯ୍ୟକ୍ରମ ପୁଣି ଥରେ ଏହାକୁ ଚର୍ଚ୍ଚାର ପରିସରକୁ ଆଣିଛି । ଏହା ସହ ଜଡିତ ସାଟେଲାଇଟ ଭାଇରାଲ ଫଟୋ ଭାଇରାଲ ହେବା ପରେ ଏ ଘଟଣା ଏବେ ସାମ୍ନାକୁ ଆସିଛି। ଏକଛତ୍ରବାଦୀ ଉତ୍ତର କୋରିଆ ପୁନର୍ବାର ଆଣବିକ ଅସ୍ତ୍ରଶସ୍ତ୍ର ନିର୍ମାଣ କାର୍ଯ୍ୟରେ ଜଡିତ ଥିବା ନେଇ ସନ୍ଦେହ ଦୃଢୀଭୂତ ହୋଇଛି।   

ଆମେରିକୀୟ ଗଣମାଧ୍ୟମ ସିଏନଏନ ଅନୁଯାୟୀ, ଭାଇରଲ ସାଟେଲାଇଟ ଫଟୋରୁ ଜଣାପଡିଛି, ଉତ୍ତର କୋରିଆ ପୁଣି ଥରେ ଆଣବିକ କାର୍ଯ୍ୟକ୍ରମ ସହ ଜଡିତ ରହିଛି। ରାଜଧାନୀ ପ୍ୟୋଙ୍ଗୟାଙ୍ଗ ନିକଟସ୍ଥ ୱୋଲୋ-ରି ନାମକ ସ୍ଥାନରେ ଏହି ବିବାଦୀୟ ଆଣବିକ କେନ୍ଦ୍ରକୁ ଦୀର୍ଘ ସମୟ ଧରି ବିଶ୍ୱ ନଜରରୁ ଲୁଚାଇ ରଖିଛି । ଏହାକୁ ପ୍ରଥମେ ୨୦୧୫ ବର୍ଷରେ ଜେମ୍ସ ମାର୍ଟିନ ସେଣ୍ଟର ଫର ନନ ପ୍ରୋଲିଫରେସନ ଷ୍ଟଡିଜ ସହ ଜଡିତ ଅନୁସନ୍ଧାନକାରୀ ଏହାକୁ ଚିହ୍ନଟ କରିଥିଲେ ।

ଏହି ଘଟଣା ସାମ୍ନାକୁ ଆସିବା, ଉତ୍ତର କୋରିଆ କୌଣସି ପାରମାଣବିକ କାର୍ଯ୍ୟକ୍ରମରେ ଜଡିତ ନାହଁ ବୋଲି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମଙ୍କ ପକ୍ଷରୁ କରାଯାଉଥିବା ଦାବି ମିଛ ସାବ୍ୟସ୍ତ ହୋଇଛି । କାରଣ ପୂର୍ବରୁ ଆମେରିକା ପକ୍ଷରୁ କୁହାଯାଇଥିଲା ଉତ୍ତର କୋରିଆ କୌଣସି ପାରମାଣବିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁନଥିବାରୁ  କୌଣସି ବିପଦ ସମ୍ଭାବନା ନାହିଁ । 

ଏନେଇ ଭାଇରାଲ ହୋଇଥିବା  ସାଟେଲାଇଟ ଫଟୋରୁ ଜଣାପଡିଛି, ଏହି ଆଣବିକ କେନ୍ଦ୍ରରେ ଏକ ଭୂତଳ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି। ଏହି କ୍ୟାମ୍ପସ କେତେ ପ୍ରଶସ୍ତ ତାହା ଆକଳନ କରିବା ଅତ୍ୟନ୍ତ କଷ୍ଟକର ବୋଲି ବିଶେଷଜ୍ଞ ସ୍ୱୀକାର କରିଛନ୍ତି। ଏହି ଅଞ୍ଚଳରେ ଯାନବାହାନ କ୍ରମାଗତ ଗତିବିଧି ରହିଛି, ଏହା ସ୍ପଷ୍ଟ କରୁଛି ଉତ୍ତର କୋରିଆ ଏଠାରେ ଦ୍ରୁତ ଗତିରେ କୌଣସି ଗୋପନୀୟ କାର୍ଯ୍ୟ ଜାରି ରଖିଛି। ଆଣବିକ କାର୍ଯ୍ୟକ୍ରମକୁ ନେଇ ଉତ୍ତର କୋରିଆ ଉପରେ ପୂର୍ବରୁ ଅନେକ ଅନ୍ତର୍ଜାତୀୟ ପ୍ରତିବନ୍ଧକ ରହିଛି। ଯଦିଓ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଦେଶରେ କୌଣସି ଆଣବିକ କାର୍ଯ୍ୟକ୍ରମ ହେଉଥିବା ନେଇ ଅସ୍ୱୀକାର କରୁଛନ୍ତି, ହେଲେ ସମଗ୍ର ବିଶ୍ୱ ଏହାକୁ ସନ୍ଦେହପୂର୍ଣ୍ଣ ଆଖିରେ ଦେଖୁଛି।