ପୁରୁଣା ଫୋନରେ ମଧ୍ୟ ହେବ Fast charge, କେବଳ କରିନିଅନ୍ତୁ ଏହି ଜରୁରୀ କାମ
Advertisement
Article Detail0/zeeodisha/odisha931006

ପୁରୁଣା ଫୋନରେ ମଧ୍ୟ ହେବ Fast charge, କେବଳ କରିନିଅନ୍ତୁ ଏହି ଜରୁରୀ କାମ

ଯଦି ଆପଣଙ୍କର ଫୋନ୍ ଶୀଘ୍ର ଚାର୍ଜ ହେଉ ନାହିଁ, ତେବେ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡିବ ନାହିଁ । କିଛି ଜରୁରୀ ଷ୍ଟେପ ଆପଣାଇ ଆପଣ ଆପଣଙ୍କର ଫୋନକୁ ନୂଆ ଫୋନ ପରି ଶୀଘ୍ର ଚାର୍ଜ (Fast charge) କରିବାରେ ସକ୍ଷମ ହୋଇପାରିବେ ।

 

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ପୁରୁଣା ଫୋନର ବ୍ୟାଟେରୀ ବ୍ୟାକଅପ୍ ପାଇଁ ଅନେକ ସମୟରେ ଲୋକମାନେ ଚିନ୍ତିତ ରହିଥାନ୍ତି । ଯେତେବେଳେ ଫୋନ୍ ପୁରୁଣା ହୋଇଯାଏ ସତେବେଳେ ଲୋକଙ୍କୁ ଧୀର ଚାର୍ଜିଂ (Slow charge), କମ୍ ବ୍ୟାଟେରୀ ବ୍ୟାକଅପ୍ (Low battery backup) ଓ ଫୋନର ଗତି ମନ୍ଥର ହେବା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଏପରି କିଛି ପଦକ୍ଷେପ କହିବାକୁ ଯାଉଛୁ, ଯାହାକୁ ଆପଣ ନିଜ ଫୋନରେ ଆପଣାଇ ଏହି ସମସ୍ୟାର ସମାଧାନ କରିପାରିବେ:

ଅବ୍ୟବହୃତ ଆପଗୁଡ଼ିକୁ କରିଦିଅନ୍ତୁ Uninstall
ସ୍ମାର୍ଟଫୋନରେ ଗୁଗୁଲ୍ ପ୍ଲେ ଷ୍ଟୋରରୁ (Google Play Store) ଯେକୌଣସି ଆପ୍ ଇନଷ୍ଟଲ୍ କରିବା ବହୁତ ସହଜ ଅଟେ । ଏପରି ପରିସ୍ଥିତିରେ ଆପଣ ସେହି ଆପଗୁଡ଼ିକୁ ନିଜ ଫୋନରୁ ଅନଇନଷ୍ଟଲ୍ (Uninstall) କରିପାରିବେ । ଯାହାକୁ ଆପଣ ନିୟମିତ ବ୍ୟବହାର କରନ୍ତି ନାହିଁ । ଆପଣ ପ୍ରତି ମାସରେ ଆପଣଙ୍କ ଫୋନରୁ ଏହିପରି ଆପ୍ଗୁଡ଼ିକୁ ଅନଇନଷ୍ଟଲ୍ କରିବା ଉଚିତ୍, ଯାହାକୁ ଆପଣ ଗତ ୨ ସପ୍ତାହରେ ବ୍ୟବହାର କରିନାହାଁନ୍ତି । ଏହା ସହିତ ଆପଣଙ୍କର ବ୍ୟାଟେରୀ ବ୍ୟାକଅପ୍ (Battery backup) ମଧ୍ୟ ଭଲ ହେବ ଓ ଫୋନର ଗତି ମଧ୍ୟ ଫାଷ୍ଟ ହେବ ।

ଅଧିକ ପଢ଼ନ୍ତୁ: କ’ଣ ଏହି ନକଲି କୋଭିଡ ଭ୍ୟାକ୍ସିନେସନ, କିପରି ଚିହ୍ନଟ କରିପାରିବେ ଏକ ନକଲି ସେଣ୍ଟର?

ଫୋନରେ ଡାର୍କ ମୋଡ୍ ବ୍ୟବହାର କରନ୍ତୁ
ଆପଣ ନିଜ ଫୋନରେ ବ୍ୟାଟେରୀ ସଞ୍ଚୟ କରିବାକୁ ଡାର୍କ ମୋଡ୍ (Dark Mode) ବ୍ୟବହାର କରିପାରିବେ । ଏହି ମୋଡର ନିୟମିତ ବ୍ୟବହାର ସହିତ, ଆପଣଙ୍କର ବ୍ୟାଟେରୀ ମଧ୍ୟ ସଞ୍ଚୟ ହୋଇପାରିବ ଓ ଫୋନର ବ୍ୟାଟେରୀ ବ୍ୟାକଅପ୍ ମଧ୍ୟ ଭଲ ରହିବ । ଅଧିକାଂଶ ସ୍ମାର୍ଟଫୋନରେ ଏହି ଫିଚର ଇନଷ୍ଟଲ୍ ହୋଇସାରିଛି । ଉନ୍ନତ ବ୍ୟାଟେରୀ ବ୍ୟାକଅପ୍ ପାଇଁ ଆପଣ ଏହାକୁ ସ୍ୱୟଂଚାଳିତ ମୋଡରେ ମଧ୍ୟ ରଖିପାରିବେ ।

ଫୋନରୁ ବଡ ଫାଇଲ୍ ଡିଲିଟ୍ କରିବାକୁ ଚେଷ୍ଟା କରନ୍ତୁ
ଯଦି ଆପଣଙ୍କର ସ୍ମାର୍ଟଫୋନ୍ ପୁରୁଣା ଓ ଏହାର ଷ୍ଟୋରେଜ୍ ବହୁତ କମ୍, ତେବେ ସର୍ବପ୍ରଥମେ ଆପଣଙ୍କ ଫୋନରେ ଗଚ୍ଛିତ ବଡ ଫାଇଲଗୁଡ଼ିକୁ SD କାର୍ଡକୁ ଟ୍ରାନ୍ସଫର କରନ୍ତୁ । ଆପଣ ଭିଡିଓ ଫାଇଲ ପରି ବଡ଼ ଫାଇଲଗୁଡ଼ିକୁ SD କାର୍ଡକୁ ଟ୍ରାନ୍ସଫର କରିପାରିବେ । ଯେତେ ଶୀଘ୍ର ଆପଣଙ୍କ ସ୍ମାର୍ଟଫୋନରେ ଇଣ୍ଟରନେଲ ଷ୍ଟୋରେଜ୍ ଫ୍ରି ହେବ, ସେତେ ଜଲ୍ଦି ଆପଣଙ୍କ ଫୋନର ଗତି ଫାଷ୍ଟ ହେବ । ଫୋନରେ କୌଣସି ମେମୋରୀ କାର୍ଡ ନ ଥିଲେ ଆପଣ ଗୁଗୁଲ୍ ଡ୍ରାଇଭ୍ କିମ୍ବା କୌଣସି କ୍ଲାଉଡ୍ ଷ୍ଟୋରେଜ୍ ରେ ମଧ୍ୟ ଆପଣଙ୍କର ଡାଟା ସେଭ୍ କରିପାରିବେ ।

ଅଧିକ ପଢ଼ନ୍ତୁ: ଭାରତ ଜାତିସଂଘରେ ଉଠଇଲା ଡ୍ରୋନ୍ ପ୍ରସଙ୍ଗ, ସମସ୍ତ ଦେଶକୁ ଦେଲା ଏହି ବାର୍ତ୍ତା

ସମୟ ସମୟରେ ଡାଉନଲୋଡ୍ ଯାଞ୍ଚ କରନ୍ତୁ
ଅନେକ ଥର ଏହା ଘଟେ ଯେ ଅଜାଣତରେ ଅନେକ ଫାଇଲ୍ ଆପଣଙ୍କ ଫୋନରେ ଡାଉନଲୋଡ୍ ରେ ପଡ଼ିଥାଏ  । ଆପଣ ଏହିପରି ଫାଇଲଗୁଡିକ ବିଷୟରେ ଅବଗତ ନୁହଁନ୍ତି । ଏପରି ପରିସ୍ଥିତିରେ ଏହା ଅତ୍ୟନ୍ତ ଜରୁରୀ ଯେ ଆପଣ ସମୟ ସମୟରେ ଫାଇଲ୍ ମ୍ୟାନେଜରକୁ ଯାଇ ଆପଣଙ୍କ ଡାଉନଲୋଡ୍ଗୁଡ଼ିକୁ ଯାଞ୍ଚ କରି ସେହି ଫାଇଲଗୁଡ଼ିକୁ ଡିଲିଟ୍ କରି ଦିଅନ୍ତୁ ।