ଡରାଉଛି ମଙ୍କିପକ୍ସ, ଦିଲ୍ଲୀରେ ଚିହ୍ନଟ ଆଉ ଏକ ମାମଲା
Advertisement
Article Detail0/zeeodisha/odisha1301078

ଡରାଉଛି ମଙ୍କିପକ୍ସ, ଦିଲ୍ଲୀରେ ଚିହ୍ନଟ ଆଉ ଏକ ମାମଲା

ଜାତୀୟ ରାଜଧାନୀ ଦିଲ୍ଲୀରେ ୫ମ ମଙ୍କିପକ୍ସ ମାମଲା(Monkeypox Case) ଚିହ୍ନଟ ହୋଇଛି। ଏଲଏନଜେପି ମେଡିକାଲ(LNJP Medical) ନିର୍ଦ୍ଦେଶକ ଡ. ସୁରେଶ କୁମାର କହିଛନ୍ତି ଯେ, ମଙ୍କିପକ୍ସର ପଞ୍ଚମ ମାମଲା ଦିଲ୍ଲୀରେ ରିପୋର୍ଟ ହୋଇଛି। ଏହାସହ ଦେଶରେ ମୋଟ ମାମଲା ୧୦କୁ ବୃଦ୍ଧି ପାଇଛି।

ପ୍ରତାକାତ୍ମକ

Delhi Monkeypox Case: ଗୋଟିଏ ପରେ ଗୋଟିଏ ଭୂତାଣୁ ସମଗ୍ର ବିଶ୍ବକୁ ଅସୁବିଧାରେ ପକାଉଥିବା ବେଳେ ସେଥିରୁ ବାଦ ପଡୁନାହିଁ ଭାରତ। କରୋନା ମହାମାରୀ ସମ୍ପୂର୍ଣ୍ଣ ସମାପ୍ତ ହୋଇନଥିବା ବେଳେ ଭାରତ ଅଣ୍ଟା ସଳଖିବା ଆରମ୍ଭ କରିଛି। ହେଲେ ବୋଝ ଉପରେ ନଳିତା ବିଡା ପରି ପୁଣି ଡରାଇବା ଆରମ୍ଭ କରିଛି ମଙ୍କିପକ୍ସ। ଜାତୀୟ ରାଜଧାନୀ ଦିଲ୍ଲୀରେ ୫ମ ମଙ୍କିପକ୍ସ ମାମଲା(Monkeypox Case) ଚିହ୍ନଟ ହୋଇଛି। ଏଲଏନଜେପି ମେଡିକାଲ(LNJP Medical) ନିର୍ଦ୍ଦେଶକ ଡ. ସୁରେଶ କୁମାର କହିଛନ୍ତି ଯେ, ମଙ୍କିପକ୍ସର ପଞ୍ଚମ ମାମଲା ଦିଲ୍ଲୀରେ ରିପୋର୍ଟ ହୋଇଛି। ଏହାସହ ଦେଶରେ ମୋଟ ମାମଲା ୧୦କୁ ବୃଦ୍ଧି ପାଇଛି। ଡାକ୍ତର କୁମାର କହିଛନ୍ତି, ୨୨ ବର୍ଷ ବୟସ୍କା ଜଣେ ମହିଳାଙ୍କ ନମୁନା ପରୀକ୍ଷା ହୋଇଥିଲା ଯାହା ଅଗଷ୍ଟ ୧୨ ତାରିଖରେ ପଜିଟିଭ ବାହାରିଥିଲା। ସଂକ୍ରମିତ ରୋଗୀ(Patient)ଙ୍କୁ ଡାକ୍ତରଖାନାରେ ହେପାଜତରେ ରଖାଯାଇଛି। ତାଙ୍କର ସେଠାରେ ଚିକିତ୍ସା ମଧ୍ୟ ଚାଲିଛି। ଏଥିସହିତ ଦେଶର ରାଜଧାନୀ ଦିଲ୍ଲୀରେ ମାଙ୍କିପକ୍ସର ମୋଟ ୫ଟି ସକ୍ରିୟ ମାମଲା ରହିଛି। ଡକ୍ଟର କୁମାର ANIକୁ କହିଛନ୍ତି, ଜଣେ ରୋଗୀଙ୍କୁ LNJPରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ନମୁନା ପଜିଟିଭ ବାହାରିଛି। ୪ ରୋଗୀଙ୍କର ମଙ୍କିପକ୍ସରେ ଚିକିତ୍ସିତ ହେଉଥିବା ବେଳେ ଜଣଙ୍କୁ ଡିସଚାର୍ଜ କରାଯାଇଛି। ସେ କହିଛନ୍ତି ଚିହ୍ନଟ ରୋଗୀଙ୍କର ନିକଟରେ କୌଣସି ଭ୍ରମଣ ଇତିହାସ ନାହିଁ। କିନ୍ତୁ ଏକ ମାସ ତଳେ ସେ ଭ୍ରମଣ କରିଥିଲେ। 

ଅନ୍ୟପକ୍ଷରେ ଭାରତରେ ମଙ୍କିପକ୍ସର ମୋଟ ମାମଲା ୧୦ରେ ପହଞ୍ଚିଛି। କେରଳରେ ମଙ୍କିପକ୍ସର ପ୍ରଥମ ସଂକ୍ରମଣ ଚିହ୍ନଟ ହୋଇଥିଲା। ସେଠାରେ ମଙ୍କିପକ୍ସରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଏଥି ସହିତ ଦିଲ୍ଲୀରେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। କେରଳରେ ମଧ୍ୟ ତୃତୀୟ ମାମଲା ସାମ୍ନାକୁ ଆସିଥିଲା।

ଏଠାରେ କହି ରଖୁଛୁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ସାର୍ବଜନୀନ ଆନ୍ତର୍ଜାତୀକ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାର ଗୋଟିଏ ଦିନ ପରେ ଚଳିତ ବର୍ଷ ଜୁଲାଇ ୨୪ରେ ଦିଲ୍ଲୀରେ ମଙ୍କିପକ୍ସର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା। ଦେଶର ପ୍ରବେଶ ପଥ ସମେତ ଭାରତରେ ବ୍ୟାପିଥିବା ଭୂତାଣୁର ଅନୁସନ୍ଧାନ ପାଇଁ କେନ୍ଦ୍ର ସରକାର ଅନେକ ନିର୍ଦ୍ଦେଶନାମା ଜାରି କରିଥିଲେ। ଉଦାହରଣ ସ୍ୱରୂପ, ଆନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ଅସୁସ୍ଥ ବ୍ୟକ୍ତି, ମୃତ କିମ୍ବା ଜୀବନ୍ତ ବଣ୍ୟଜନ୍ତୁ ଏବଂ ଅନ୍ୟ ଲୋକଙ୍କ ସହିତ ନିବିଡ ସମ୍ପର୍କରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

ଭାରତରେ ମଙ୍କିପକ୍ସର ପ୍ରଥମ ମାମଲା ଜୁଲାଇ ୧୪ରେ କେରଳର କୋଲାମ ଜିଲ୍ଲାରେ ଚିହ୍ନଟ ହୋଇଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ଅନୁଯାୟୀ, ମଙ୍କିପକ୍ସ ହେଉଛି ଏକ ଭୂତାଣୁ ଜୁନୋସିସ୍ (ପଶୁଙ୍କ ଠାରୁ ମଣିଷକୁ ସଂକ୍ରମିତ ହେଉଥିବା ଭୂତାଣୁ) ଅଟେ।