ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁକାଶ୍ମୀରର ଚିତ୍ର
Advertisement
Article Detail0/zeeodisha/odisha723079

ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁକାଶ୍ମୀରର ଚିତ୍ର

୨୦୧୯, ଅଗଷ୍ଟ ୫ ତାରିଖ। ସଂସଦର ଉଭୟ ଗୃହରେ ହଟ୍ଟଗୋଳ ମଧ୍ୟରେ ଗୃହମନ୍ତ୍ରୀ ନିଜର ଭାଷଣ ରଖୁଥାନ୍ତି। ଆଉ ଏହି ସମୟରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦, ୩୫(ଏ)କୁ ଉଚ୍ଛେଦ କରିବା ନେଇ ଘୋଷଣା କରିଥିଲେ। 

ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁକାଶ୍ମୀରର ଚିତ୍ର

ନୂଆଦିଲ୍ଲୀ: ବଦଳିଛି ପରିଚୟ। ବଦଳିଛି ଜୀବନ। ବିଚ୍ଛିନତାବାଦୀର ପରିଚୟ ବଦଳରେ ଅଖଣ଼୍ଡ ଭାରତର ସାଧାରଣ ନାଗରିକର ପରିଚୟ ମଧ୍ୟ ମିଳିଛି। ଜୀବନ ସ୍ୱାଭାବିକ ହୋଇଛି। ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ବି ମିଳିଛି ସ୍ୱତନ୍ତ୍ରତା। ଧାରା ୩୭୦ ଉଚ୍ଛେଦ ପରେ କିଛି ଏଭଳି ରହିଛି ଜମ୍ମୁକାଶ୍ମୀର ଓ ଲଦାଖ ବାସୀଙ୍କ ଜୀବନ। ପୂର୍ବରୁ ସ୍ୱତନ୍ତ୍ର ରାଜ୍ୟର ବାସିନ୍ଦା ପରିବର୍ତ୍ତେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ବାସିନ୍ଦାର ପରିଚୟ ମଧ୍ୟ ମିଳିଛି। 

୨୦୧୯, ଅଗଷ୍ଟ ୫ ତାରିଖ। ସଂସଦର ଉଭୟ ଗୃହରେ ହଟ୍ଟଗୋଳ ମଧ୍ୟରେ ଗୃହମନ୍ତ୍ରୀ ନିଜର ଭାଷଣ ରଖୁଥାନ୍ତି। ଆଉ ଏହି ସମୟରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦, ୩୫(ଏ)କୁ ଉଚ୍ଛେଦ କରିବା ନେଇ ଘୋଷଣା କରିଥିଲେ। ଏହା ସହିତ ଜମ୍ମୁ କାଶ୍ମୀରକୁ ଭାଗ କରି ଦୁଇଟି ନୂତନ କେନ୍ଦ୍ର ଶାସିତ ଅଞ୍ଚଳରେ ପରିବର୍ତ୍ତନ କରାଯିବା ନେଇ ମଧ୍ୟ ଘୋଷଣା କରିଥିଲେ। ଜମ୍ମୁ କାଶ୍ମୀର ଓ ଲଦାଖ ଦୁଇଟି ନୂତନ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା ନେଇ ମଧ୍ୟ କରିଥିଲେ। ଏହି ଘୋଷଣା ମଧ୍ୟରେ ସଂସଦ ମଧ୍ୟରେ ହଟ୍ଟଗୋଳ ଜୋରଦାର ହୋଇଥିଲା। ପ୍ରବଳ ବିରୋଧ ମଧ୍ୟ କରାଯାଇଥିଲା। ମାତ୍ର ସଂସଦ ବାହାରେ ଗୃହମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରାଯ଼ାଇଥିଲା। ଏହି ଘୋଷଣା ପରେ ଅଖଣ୍ଡ ଭାରତର ଜୟ ବୋଲି ଜୟଜୟକାର କରାଯାଇଥିଲା। 

ପ୍ରଥମ ଓଡ଼ିଆ ଗଭର୍ଣ୍ଣର
ଜମ୍ମୁ କାଶ୍ମୀର ବିଭାଜିତ ହେବା ପରେ ଜାମ୍ମୁ କାଶ୍ମୀର ଓ ଲଦାଖ ଦୁଇଟି ନୂତନ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଗଠନ କରାଯାଇଥିଲା। ଜମ୍ମୁ କାଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ଜଣେ ଓଡ଼ିଆ ଦାୟିତ୍ୱ ନେଇଥିଲେ। ଓଡ଼ିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ କେନ୍ଦ୍ର ସରକାର ମନୋନୀତ କରିଥିଲେ। ସେହିପରି ଲଦାଖର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ମଧ୍ୟ ଆରକେ ମାଥୁର ଦାୟିତ୍ୱ ଗ୍ରହଣ କରିଥିଲେ। 

ସ୍ଥିତି ପରଖିଥିଲା ଜି ନ୍ୟୁଜ
ଧାରା ୩୭୦ ହଟାଇବା ପରେ ଜମ୍ମୁ କାଶ୍ମୀରରେ ତୃଣମୂଳ ସ୍ତରରେ ସ୍ଥିତି ପରଖିଥିଲା ଜି ନ୍ୟୁଜ୍ ଟିମ୍ । ଏହି ସମୟ ମଧ୍ୟରେ ଗଣମାଧ୍ୟମ ସଂସ୍ଥାର ଟିମ ଶ୍ରୀନଗରର ଷ୍ଟାଡିୟମରେ ପହଞ୍ଚିଥିଲା। ପୂର୍ବରୁ ଏହି ଷ୍ଟାଡିୟମ୍ ସାଧାରଣତଃ ଖାଲି ପଡ଼ିଥାଏ । କିନ୍ତୁ ବର୍ତ୍ତମାନ ଏକ ଲୋକମାନଙ୍କ ଗହଳି ଦେଖିବାକୁ ମିଳୁଛି । 

କାଶ୍ମୀରୀ ଯୁବକ ସନ୍ଦୀପ ମଟ୍ଟୁଙ୍କ ଫୁଟବଲ କ୍ଲବ 
କାଶ୍ମିରୀ ଯୁବକ ସନ୍ଦୀପ ମଟ୍ଟୁ ନାମକ ଜଣେ ଯୁବକ ସ୍ଥାନୀୟ ଯୁବକଙ୍କ ପାଇଁ ଏକ ଫୁଟବଲ କ୍ଲବ ମଧ୍ୟ ପ୍ରସ୍ତୁତ କରିଛନ୍ତି। ସହରରେ ଲୁଚି ରହିଥିବା କ୍ରୀଡ଼ା ପ୍ରତିଭାଙ୍କୁ ସେ ଚିହ୍ନିବା ସହିତ ତାଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା। ଏଥିପାଇଁ ୨୦୧୬ ମସିହାରେ ସେ ଏକ ଫୁଟବଲ କ୍ଲବକୁ ପ୍ରତିଷ୍ଠା କରିଥିଲେ। ଏହି କ୍ଲବ ମାଧ୍ୟମରେ ସେ ଖେଳାଳିମାନଙ୍କୁ ଅଭ୍ୟାସ ଦେବା ସହିତ ନୂତନ ଖେଳାଳି ମଧ୍ୟ ସୃଷ୍ଟି କରିଛନ୍ତି। 

କଳାଦିବସ ଭାବେ ଘୋଷଣା
ଧାରା ୩୭୦ ଉଚ୍ଛେଦ ପୂର୍ବରୁ ଜମ୍ମୁ କାଶ୍ମୀରର ସ୍ଥାନୀୟ ନେତାଙ୍କୁ ନଜରବନ୍ଦୀ କରିନେଇଥିଲେ ଭାରତ ସରକାର। ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ମଧ୍ୟ ନଜର ବନ୍ଦୀ କରି ନିଆଯାଇଥିଲା। ଧାରା ୩୭୦ ଉଚ୍ଛେଦ ପରେ ଭାରତ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ମେହବୁବା ମୁଫତିଙ୍କ ଝିଅ ଇଲତିଆଜ ମୁଫତି। ଏହି ଦିବସକୁ ସେ କଳାଦିବସ ବୋଲି ଘୋଷଣା କରିଥିଲେ। ତାଙ୍କ ସ୍ୱରରେ ସ୍ୱର ମିଳାଇଥିଲା ସ୍ଥାନୀୟ ରାଜନୈତିକ ଦଳ ପିଡିପି। ଇଲତିଆଜ କହିଥିଲେ କି, ଏଠାରେ କାହାର କିଛି କହିବାର ସ୍ୱାଧୀନତା ନାହିଁ। ମିଛ କହି ସ୍ଥାନୀୟ ଲୋକମାନଙ୍କୁ ଭ୍ରମିତ କରାଯାଉଛି। ବିଭିନ୍ନ ପ୍ରକାର ମିଥ୍ୟା ପ୍ରତିଶୃତି ଦେଇ ଜମ୍ମୁ କାଶ୍ମୀର ଲୋକମାନଙ୍କୁ ପ୍ରତାରଣା ଦେଉଛନ୍ତି ବୋଲି ସେ କହିଥିଲେ। 

୩ ମାସ ଅଧିକ ନଜରବନ୍ଦୀରେ ଥିଲେ ମେହବୁବା ମୁଫତି
ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରର ନେତାମାନଙ୍କୁ ନଜରବନ୍ଦୀରେ ରଖାଯାଇଥିଲା। ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ମଧ୍ୟ ନଜରବନ୍ଦୀରେ ରଖାଯାଇଥିଲା। ତେବେ ଜନ ସୁରକ୍ଷା ଆଇନ ଅନୁଯାୟୀ ତାଙ୍କୁ ଗିରଫ କରାଯାଇଥିବା ନେଇ କେନ୍ଦ୍ର ସରକାର ଦର୍ଶାଇଥିଲେ। ତାଙ୍କୁ ଅଧିକ ୩ ମାସ ନଜର ବନ୍ଦୀରେ ରଖିଥିଲେ। ୨୦୧୯ ମସିହାରେ ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରଠାରୁ ହିଁ ମେହବୁବା ମୁଫତି ନଜରବନ୍ଦୀରେ ରହିଛନ୍ତି। 

ସେହିଭଳି ମେହବୁବା ମୁଫତିଙ୍କ ଝିଅ ଇଲତିଆଜ ମୁଫତି କହିଛନ୍ତି କି, ୩୭୦ ଉଚ୍ଛେଦ ହଟାଯିବା ବିରୋଧରେ ସାମୁହିକ ଧାରଣାର ଆବଶ୍ୟକ ରହିଛି। ଜାମ୍ମୁ କାଶ୍ମୀରରେ ୩୭୦ ସେତେବେଳେ ହଟାଯାଇଛି, ସେବେଠାରୁ କାଶ୍ମୀରରେ ପୋଲିସ ଆତଙ୍କବାଦୀ ସଫା କରିବା କାର୍ଯ୍ୟରେ ଲାଗି ରହିଛି। ଅଧିକାଂଶ ଜିଲ୍ଲାକୁ ଆତଙ୍କବାଦୀ ମୁକ୍ତ ଭାବେ ଘୋଷଣା କରାଯାଇଛି। କେନ୍ଦ୍ର ସରକାର ବିରୋଧରେ ଇଲତିଆଜ ଅଭିଯୋଗ କରିଛନ୍ତି କି, ଜମ୍ମୁ କାଶ୍ମୀରରେ ବର୍ତ୍ତମାନ କୌଣସି ସ୍ୱାଧୀନତା ନାହିଁ। ଏଠାରେ ଭୟର ବାତାବରଣ ସୃଷ୍ଟି କରିଛନ୍ତି କେନ୍ଦ୍ର ସରକାର। ବର୍ତ୍ତମାନ ସମସ୍ତ ଜାମ୍ମୁକାଶ୍ମୀର ନେତା ଜେଲରେ ଅଛନ୍ତି ବୋଲି ଇଲତିଆଜ କହିଛନ୍ତି।