ଆମ ପିଏମ୍ ୭୦ ବର୍ଷୀୟ ଯୁବକ
Advertisement

ଆମ ପିଏମ୍ ୭୦ ବର୍ଷୀୟ ଯୁବକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ପୂରିଛି ୭୦ ବର୍ଷ। ସାରା ଦେଶ ତାଙ୍କ ଜନ୍ମଦିନ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଦେଶସାରା ଉତ୍ସାହ ଓ ଉତ୍ସବ। ଏହାର କାରଣ ହେଉଛି ଯେ, ଦେଶର ଜନତା ନରେନ୍ଦ୍ର ମୋଦିଙ୍କ ହାତରେ ଦେଶର ଶାସନ ଭାର ଦେଇ ଆଜି ନିଶ୍ଚିନ୍ତ ରହିଛନ୍ତି। ଏହାର କାରଣ ହେଉଛି ଦେଶର ୧୩୭ କୋଟି ଜନତା ଭାବୁଛନ୍ତି

ଆମ ପିଏମ୍ ୭୦ ବର୍ଷୀୟ ଯୁବକ

ଜିନୁ ଜେନା, ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ପୂରିଛି ୭୦ ବର୍ଷ। ସାରା ଦେଶ ତାଙ୍କ ଜନ୍ମଦିନ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଦେଶସାରା ଉତ୍ସାହ ଓ ଉତ୍ସବ। ଏହାର କାରଣ ହେଉଛି ଯେ, ଦେଶର ଜନତା ନରେନ୍ଦ୍ର ମୋଦିଙ୍କ ହାତରେ ଦେଶର ଶାସନ ଭାର ଦେଇ ଆଜି ନିଶ୍ଚିନ୍ତ ରହିଛନ୍ତି। ଏହାର କାରଣ ହେଉଛି ଦେଶର ୧୩୭ କୋଟି ଜନତା ଭାବୁଛନ୍ତି ଦେଶର ସବୁଠୁ ବଡ଼ ରାଷ୍ଟ୍ର ପ୍ରହରୀଙ୍କ ହାତରେ ଦେଶ ସୁରକ୍ଷିତ ଅଟେ।

୬୨ରୁ ନୁହେଁ, ୨୦୨୦ର ନ୍ୟୁ ଇଣ୍ଡିଆ
ଯେତେବେଳେ ଚୀନ୍ ଏବଂ ପାକିସ୍ତାନ ଯୁଦ୍ଧ ଧମକ ଦେଉଛନ୍ତି, LOC ଏବଂ LAC ଉପରେ ସୈନ୍ୟ ମୁତୟନ କରୁଛନ୍ତି। ତୋପ ଏବଂ କ୍ଷେପଣାସ୍ତ୍ର ନିୟୋଜିତ କରୁଛନ୍ତି ସେହି ସମୟରେ ପିଏମ ମୋଦି ସୀମା ପରିଦର୍ଶନ କରିବାକୁ ଯାଉଛନ୍ତି। ସୀମାନ୍ତରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଗୋଟିଏ ଗୋଟିଏ ପଦକ୍ଷେପ ଚୀନ୍ ଏବଂ ପାକିସ୍ତାନକୁ ଏହା କହିବା ପାଇଁ ଯଥେଷ୍ଟ ଯେ, ତାଙ୍କ ପାଇଁ ଭାରତ ମାଟି ନୁହଁ ମାତୃଭୂମି। ଏଭଳି କରି ପ୍ରଧାନମନ୍ତ୍ରୀ ମୋଦି ନିଜ ସେନାର ମନୋବଳ ବଢାଇଛନ୍ତି। ରାଷ୍ଟ୍ରର ସୁରକ୍ଷା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି କହିଥିବା ସମସ୍ତ କଥା ଏହା ସ୍ପଷ୍ଟ କରୁଛି ଯେ  ଡ୍ରାଗନ, ବୁଝିବାକୁ ଚେଷ୍ଟା କର। ଏହା ୧୯୬୨ ନୁହଁ। ୨୦୨୦ର ନୂଆ ଭାରତ। ଜାଣିନେ ଚୀନ୍। ଇଏ ହେଉଛି ରାଷ୍ଟ୍ର ପ୍ରହରୀ ମୋଦିଙ୍କ ଭାରତ ଽ

ସେନାକୁ ସମ୍ମାନ
ଗତକାଲିର କଥା କହୁଛୁ। ଚୀନ୍ ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଧମକପୂର୍ଣ୍ଣ ଶବ୍ଦ ଲେଖିଛି। ଏଥିରେ ଲେଖିଛି। ପଣ୍ଡିତ ଜବାହରଲାଲ ନେହରୁଙ୍କ ଭୁଲକୁ ଭାରତ ପୁନରାବୃତ୍ତି କରୁଛି। ଭାରତର ବର୍ତ୍ତମାନର ପ୍ରଶାସନ ସୀମାରେ ଆକ୍ରମଣାତ୍ମକ ଆଚରଣ ପ୍ରଦର୍ଶନ କରୁଛି। ଭାରତର ମୋଦି ସରକାର ମଧ୍ୟ ନେହରୁଙ୍କ ରଣନୀତି ଉପରେ କାର୍ଯ୍ୟ କରୁଛନ୍ତି ଏବଂ ସିନୋ-ଆମେରିକା ଏହି ଟେନସନର ଫାଇଦା ନେବାକୁ ଚାହୁଁଛି। ଭାରତର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଅତ୍ୟଧିକ ଆତ୍ମବିଶ୍ୱାସ ପ୍ରଦର୍ଶନ କରୁଛନ୍ତି। ଏହା ହେଉଛି ଚୀନର ନିରାଶା, ଯାହାର ଭାବମୂର୍ତ୍ତି ଏହାର ସରକାରୀ ଖବରକାଗଜରେ ସ୍ପଷ୍ଟ ଦେଖାଯାଉଛି। ଆଜିର ଭାରତ ବହୁତ ବଦଳି ଯାଇଛି। ଆଜି ଦୃଢ ରାଜନୈତିକ ଇଚ୍ଛାଶକ୍ତି ଅଛି। ଶୀଘ୍ର ନିଷ୍ପତ୍ତି ନେବାର ଦକ୍ଷତା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତ ନିକଟରେ ଅତ୍ୟାଧୁନିକ ଅସ୍ତ୍ର ଅଛି। ଏବେ ରାଫାଲ ଭଳି ଯୁଦ୍ଧ ବିମାନ ଅଛି। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ସେନା ପ୍ରସ୍ତୁତ ରହିଛି।  ଏହା ପଛରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଅଛି । ସେନାକୁ ସମ୍ମାନ ଦିଆଯାଉଛି। ଯାହା ବିଷୟରେ ନିଜେ ଘୋଷଣା କରି ସାରିଛନ୍ତି। ଦେଶର ଯବାନଙ୍କ ସହିତ ସରକାର ଏବଂ ଦେଶବାସୀ ପୂରା ଠିଆ ହୋଇଛନ୍ତି।

ସାହାସ ଦେଉଛନ୍ତି ମୋଦି
ଭାରତର ପ୍ରଧାନମନ୍ତ୍ରୀଙ୍କ ହୁଂକାରରେ ଚୀନର ଆତ୍ମବଳ ଭାଙ୍ଗିପଡ଼ିଛି। କାରଣ ଏଠାରେ ପ୍ରଧାନମନ୍ତ୍ରୀ ନିଜେ ଅଗ୍ରୀମ ମୋର୍ଚ୍ଚାରେ ସେନାର ନେତୃତ୍ୱ ନେଉଛନ୍ତି। ଚୀନକୁ ଆହ୍ୱାନ ଦେଉଛନ୍ତି। ସେଠାରେ ଜିନପିଙ୍ଗ ନିଜ ସେନାକୁ ଆଖି ଦେଖାଉଛନ୍ତି। ଏହା ହିଁ ଭାରତୀୟ ଯବାନମାନଙ୍କର ଜୋଶକୁ ବଢାଇ ଦେଇଥାଏ। ପ୍ରଧାନମନ୍ତ୍ରୀ ମୋଦି କେବଳ ଚାପ ସମୟରେ ସେନାକୁ ଉତ୍ସାହିତ କରନ୍ତି ତାହା ନୁହଁ, ବରଂ କୌଣସି ଉତ୍ସବ ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ସେନା ସହିତ ସମୟ କାଟନ୍ତି। ସେନା ସହିତ କଥାବାର୍ତ୍ତା କରନ୍ତି। ​​ସେମାନଙ୍କୁ ମିଠା ଖୁଆନ୍ତି। କେବଳ ଚୀନକୁ ନୁହେଁ, ପାକିସ୍ତାନକୁ ମଧ୍ୟ ତାର ସୀମା ଭିତରେ ରଖିବାକୁ ବାଧ୍ୟ କରିଥାନ୍ତି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ। ଯେ ବର୍ତ୍ତମାନ ସମୟରେ ଚୀନ୍ ଏବଂ ପାକିସ୍ତାନ ଯେତେ ବି ବିଶୃଙ୍ଖଳିତ ଆଚରଣ କଲେ ସୁଦ୍ଧା। କିନ୍ତୁ ସେମାନେ ଜାଣନ୍ତି ଯେ ହିନ୍ଦୁସ୍ତାନ ବର୍ତ୍ତମାନ ସବୁଠାରୁ ଶକ୍ତିଶାଳୀ ନେତୃତ୍ୱ ହାତରେ।