ଜାଣନ୍ତୁ ଅକ୍ସିଡେଟିଭ୍ ଷ୍ଟ୍ରେସ୍ କ’ଣ, ଯାହା ଆପଣଙ୍କୁ ବୟସ ପୂର୍ବରୁ କରୁଛି ବୃଦ୍ଧ
Advertisement
Article Detail0/zeeodisha/odisha1249706

ଜାଣନ୍ତୁ ଅକ୍ସିଡେଟିଭ୍ ଷ୍ଟ୍ରେସ୍ କ’ଣ, ଯାହା ଆପଣଙ୍କୁ ବୟସ ପୂର୍ବରୁ କରୁଛି ବୃଦ୍ଧ

Oxidative Stress: ଆଜିକାଲି ସହରରେ ଲୋକଙ୍କ ମଧ୍ୟରେ ବୃଦ୍ଧି ପାଉଛି ଅକ୍ସିଡେଟିଭ୍ ଷ୍ଟ୍ରେସ୍ । ଯାହା ଶରୀରରେ ମଧୁମେହ ଏବଂ ହୃଦରୋଗ ଆଶଙ୍କାକୁ ବଢ଼ାଇ ଦେଇଥାଏ । କେବଳ ଏତିକି ନୁହେଁ, ଏହା ଶରୀରରେ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରିଥାଏ ।

ସୌ: ସୋସିଆଲ ମିଡିଆ

Oxidative Stress: ଆଜିକାଲି ସହରରେ ଲୋକଙ୍କ ମଧ୍ୟରେ ବୃଦ୍ଧି ପାଉଛି ଅକ୍ସିଡେଟିଭ୍ ଷ୍ଟ୍ରେସ୍ ।  ଯାହା ଶରୀରରେ ମଧୁମେହ ଏବଂ ହୃଦରୋଗ ଆଶଙ୍କାକୁ ବଢ଼ାଇ ଦେଇଥାଏ । କେବଳ ଏତିକି ନୁହେଁ, ଏହା ଶରୀରରେ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରିଥାଏ । ବର୍ତ୍ତମାନ ସହରୀ ଜୀବନରେ ଚାପ ଏବଂ ଟେନସନ ଜୀବନର ଅଂଶ ପାଲଟି ଯାଇଛି । ଯଦିଓ ଏହି ଚାପକୁ ହ୍ରାସ କରିବା ପାଇଁ ଅନେକ ସହଜ ଉପାୟ ରହିଛି, କିନ୍ତୁ ଅଧିକାଂଶ ଲୋକ ଏହାକୁ ସାଧାରଣ ମନେକରି କୌଣସି ଚିକିତ୍ସା କରିନଥାନ୍ତି । କିନ୍ତୁ ଅକ୍ସିଡେଟିଭ୍ ଷ୍ଟ୍ରେସରେ ପୀଡ଼ିତ ବ୍ୟକ୍ତି ଉଚିତ ସମୟରେ ଏହାକୁ ନିୟନ୍ତ୍ରଣ ନକଲେ ପରବର୍ତ୍ତୀ ସମୟରେ ଏହା ଶରୀରରେ ବିପଜ୍ଜନକ ରୋଗ ସୃଷ୍ଟିର କାରଣ ହୋଇଥାଏ ।

କେତେବେଳେ ହୋଇଥାଏ ଅକ୍ସିଡେଟିଭ୍ ଷ୍ଟ୍ରେସ୍
NCBIର ଏକ ରିପୋର୍ଟ ଅନୁଯାୟୀ, ଶରୀର ପାଇଁ ଅକ୍ସିଡେସନ୍ ଏକ ସାଧାରଣ ଏବଂ ଆବଶ୍ୟକ ପ୍ରକ୍ରିୟା । ଯାହା ଆମ ଶରୀରରେ ଘଟିଥାଏ । ଅକ୍ସିଡେଟିଭ ଜନିତ ଉତ୍ତେଜନା ସେତେବେଳେ ହୋଇଥାଏ, ଯେତେବେଳେ ରେଡିକଲ୍ସ ଗତିବିଧି ଓ ଆଣ୍ଟିଅକ୍ସିଡାଣ୍ଟ କାର୍ଯ୍ୟକଳାପ ମଧ୍ୟରେ ଅସନ୍ତୁଳନ ଫଳରେ ଷ୍ଟ୍ରେସ ବୃଦ୍ଧି ପାଇଥାଏ । ସଠିକ୍ ଭାବରେ କାର୍ଯ୍ୟ କରିବାବେଳେ, ଯେଉଁ ଫ୍ରି ରେଡିକଲ୍ସ ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରିଥାଏ ।  

ଆଣ୍ଟିଅକ୍ସିଡାଣ୍ଟକୁ ସନ୍ତୁଳିତ ରଖିବା ପାଇଁ ଅଧିକ ଫ୍ରି ରେଡିକଲ୍ସର ଆବଶ୍ୟକତା ଥାଏ । ଫ୍ରି ରେଡିକଲ୍ସ ଆପଣଙ୍କ ଶରୀରରେ ଫ୍ୟାଟି ଟିସୁ, DNA ଏବଂ ପ୍ରୋଟିନକୁ ନଷ୍ଟ କରିବାକୁ ଆରମ୍ଭ କରିଥାଏ । ପ୍ରୋଟିନ୍, ଲିପିଡ ଏବଂ ଡିଏନ୍ଏ  ଶରୀର ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହାର କ୍ଷତି ସମୟ ସହିତ ବହୁ ସଂଖ୍ୟକ ରୋଗର କାରଣ ହୋଇପାରେ । ମଧୁମେହ, ଆଥେରୋସ୍କ୍ଲେରୋସିସ୍ , ରକ୍ତ ବାହିକାରେ କଠିନତା, ଉଚ୍ଚ ରକ୍ତଚାପ, ହୃଦରୋଗ, ନ୍ୟୁରୋଡେଜେନେରେଟିଭ୍ ରୋଗ ଯେପରିକି ପାର୍କିନ୍ସନ୍ ଏବଂ ଆଲଜାଇମର, କର୍କଟ ରୋଗକୁ ଅକ୍ସିଡେଟିଭ୍ ଚାପ ବଢ଼ାଇ ଦେଇଥାଏ ।

ଫ୍ରି ରେଡିକଲ୍ସ କେଉଁଠୁ ଆସେ?
ଶାରୀରିକ ପରିଶ୍ରମ ବା ବ୍ୟାୟାମ କରିବା ସମୟରେ ଶରୀରରେ ସ୍ୱାଭାବିକ ଭାବେ ଶରୀରରେ ଫ୍ରି ରେଡିକଲ୍ସ ଉତ୍ପାଦନ କରିଥାଏ । ଏହା ସ୍ୱାଭାବିକଭାବେ ଶରୀରକୁ ସୁସ୍ଥ ରଖିବା ପାଇଁ ସହାୟତ ହୋଇଥାଏ । ଏପରିକି ଆପଣ ମୁକ୍ତ ପରିବେଶରୁ ମଧ୍ୟ ଫ୍ରି ରେଡିକଲ୍ସ ସଂସ୍ପର୍ଶରେ ଆସିପାରନ୍ତି । ଏହାର କେତେକ ଉତ୍ସରେ ଓଜୋନ୍, କିଛି କୀଟନାଶକ ଏବଂ କ୍ଲିନର୍, ସିଗାରେଟ୍ ଧୂଆଁ ଏବଂ ପ୍ରଦୂଷଣ ସାମିଲ ଥାଏ । ଏହାସହିତ ଚିନି, ଚର୍ବି ଜାତୀୟ ଖାଦ୍ୟ ଏବଂ ମଦ୍ୟ ଫ୍ରି ରେଡିକଲ୍ସ ବୃଦ୍ଧିରେ ସହାୟକ ହୋଇଥାଏ ।

ଅକ୍ସିଡେଟିଭ୍ ଚାପରୁ ରକ୍ଷା ପାଇବା ପାଇଁ ଉପାୟ
ମୁକ୍ତ ରେଡିକଲ୍ସ ଏବଂ ଅକ୍ସିଡେଟିଭ୍ ଚାପରୁ ସମ୍ପୂର୍ଣ୍ଣ ମୁକ୍ତ ରହିବା ଅସମ୍ଭବ । ଆପଣଙ୍କ ଶରୀର ଉପରେ ଅକ୍ସିଡେଟିଭ୍ ଚାପର ପ୍ରଭାବକୁ ହ୍ରାସ କରିବା ପାଇଁ ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟର ପରିମାଣ ବୃଦ୍ଦି କରିବା ଉଚିତ । ଏହାବ୍ୟତୀୟ ଶରୀରର ଆଣ୍ଟିଅକ୍ସିଡାଣ୍ଟ ବୃଦ୍ଧି ପାଇଁ ଆପଣଙ୍କୁ ଖାଦ୍ୟ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଦୈନିକ ଆହାରରେ ସତେଜ ଫଳ, ପନିପରିବା ସାମିଲ କଲେ, ଅଧିକ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ମିଳିପାରିବ ।

ଆଣ୍ଟିଅକ୍ସିଡାଣ୍ଟର ଶାକାହାରୀ ଉତ୍ସ  
ଜାମୁ, ଚେରୀ, ସାଇଟ୍ରସ୍ ଫଳ, ଶୁଖିଲା ଆଳୁବୁଖାରା, ଶାଗ, ବ୍ରୋକୋଲି, ଗାଜର, ଟମାଟୋରେ ପ୍ରଚୁର ପରିମାଣରେ ଆଣ୍ଟିଆକ୍ସିଡାଣ୍ଟ ଭରି ରହିଥାଏ ।
ଏକଥା ମନେ ରଖିବା ଜରୁରୀ ଯେ ଶରୀର ପାଇଁ ଉଭୟ ଫ୍ରି ରେଡିକଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଆବଶ୍ୟକ ।  ଏହାର ଅତ୍ୟଧିକ ମାତ୍ରା କିମ୍ବା ବହୁତ କମ୍ ରହିବା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ମୁଖ୍ୟତ ଜୀବନଶୈଳୀ ପରିବର୍ତ୍ତନ ହିଁ ଶରୀରରେ ଅକ୍ସିଡେଟିଭ୍ ଚାପ ହ୍ରାସ କରିବାର ମୁଖ୍ୟ ସରଳ ଉପାୟ । ନିୟମିତ ଯୋଗ, ବ୍ୟାୟାମ ଆପଣଙ୍କୁ  ଅକ୍ସିଡେଟିଭ୍ ଚାପରୁ ଦୂରେଇ ରଖିପାରିବ ।