ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବଙ୍କୁ ଥାପଡ ମାରି ଚର୍ଚ୍ଚାରେ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ
Advertisement

ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବଙ୍କୁ ଥାପଡ ମାରି ଚର୍ଚ୍ଚାରେ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ

ପୁଣି ଥରେ ନିଜର କାରନାମା ଲାଗି ବଦନାମ ହୋଇଛି ପାକିସ୍ତାନ ।  

ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବଙ୍କୁ ଥାପଡ ମାରି ଚର୍ଚ୍ଚାରେ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ

ଇସଲାମାବାଦ: ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେଶୀ । ଏଥର ସେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁଖ୍ୟ ସଚିବ ଆଜାମ ଖାନଙ୍କୁ ଚାପୁଡ଼ା ମାରିବା ପରେ ଗଣମାଧ୍ୟମରେ ଶିରୋନାମା ପାଲଟିଛନ୍ତ । ଏନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଉଭୟଙ୍କ ମଧ୍ୟରେ ବେଶ ଲମ୍ବା ସମୟ ଧରି ଯୁକ୍ତିତର୍କ ହୋଇଥିଲା ।

ଏହା ପରେ ଉତ୍ତକ୍ଷିପ୍ତ ହୋଇ କ୍ୟୁରେଶୀ, ଖାନଙ୍କୁ ଥାପଡ ମାରିଥିଲେ । ଏନେଇ କୁହାଯାଉଛି ବୈଦେଶିକ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଭେଟିବାକୁ ଚାହୁଁଥିଲେ । ଏହି ସାକ୍ଷାତକାରକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା ।        

ପାକିସ୍ତାନୀ ଗଣମାଧ୍ୟମର କହିବା  ଅନୁସାରେ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭେଟିବାକୁ ଚାହୁଁଥିଲେ। ଯେତେବେଳେ ଇମ୍ରାନଙ୍କ ମୁଖ୍ୟ ସଚିବ ଆଜାମ ଖାନ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ ଅଟକାଇଥିଲେ, ସେତେବେଳେ ସେ ରାଗି ଯାଇଥିଲେ । ପ୍ରଧାନମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଛନ୍ତି । ଏହା ପରେ ଆପଣ ତାଙ୍କୁ ଭେଟି ପାରିବେ ବୋଲି ବୈଦେଶିକ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ମୁଖ୍ୟ ସଚିବ।  

ହେଲେ କ୍ୟୁରେଶୀ ଏହାକୁ ନମାନି ପ୍ରଧାନମନ୍ତ୍ରୀଙ୍କ ସହ ତତକ୍ଷଣାତ ସାକ୍ଷାତ କରିବାକୁ ଜିଦ୍ ଧରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କିଛି ସମୟ ଧରି କଥା କଟାକଟି ହୋଇଥିଲା । ପରେ କ୍ୟୁରେଶୀ ମୁଖ୍ୟ ସଚିବଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡ଼ା ମାରିଥିଲେ। ଏହି ଘଟଣା ପ୍ରଧାନମନ୍ତ୍ରୀଙ୍କ ସଚିବାଳୟରେ ଘଟିଛି। 

ଘଟଣା ବାବଦରେ ବୈଦେଶିକ ମନ୍ତ୍ରୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନିକଟରେ ଅଭିଯୋଗ କରିଛନ୍ତି। କ୍ଷମତାରେ ରହିବାର ଦୁଇ ବର୍ଷର ପୂର୍ତ୍ତି ଅବସରରେ ବୈଦେଶିକ ମନ୍ତ୍ରୀ ନିଜ କାର୍ଯ୍ୟାଳୟକୁ ଡାକିଥିଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ହେଲେ ଯେତେବଳେ ବୈଦେଶିକ ମନ୍ତ୍ରୀ କ୍ୟୁରେଶୀ ଇମରାନ ଖାନଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିବାକୁ ଚାହୁଁଥିଲେ, ସେତେବେଳେ ଆଜାମ ଖାନ ତାଙ୍କୁ ଭିତରକୁ ଯିବାକୁ ଅଟକାଇଲେ ।  

ଏହା ସହିତ ସେ କହିଥିଲେ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ଏକ ବୈଠକରେ ବ୍ୟସ୍ତ ଅଛନ୍ତି । ତାଙ୍କୁ ଭେଟିବା ଲାଗି ସେ କୌଣସି ଅନୁମତି ଦେଇନାହାଁନ୍ତି । ଏହା ଶୁଣି କ୍ୟୁରେଶୀ ରାଗିଯାଇ ଖାନଙ୍କୁ ଥାପଡ ମାରିଥିଲେ ।

ଏହି ଘଟଣାକୁ ନେଇ ପାକିସ୍ତାନୀ ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି। କ୍ୟୁରେଶୀଙ୍କ ବକ୍ତବ୍ୟ ଯୋଗୁଁ ପାକିସ୍ତାନ, ବର୍ତ୍ତମାନ ସାଉଦି ଆରବର ଆକ୍ରୋଶର ସାମ୍ନା କରୁଛି । କାଶ୍ମୀରରେ ମାମଲାରେ ହସ୍ତକ୍ଷେପ ନକରିବା ଲାଗି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ସାଉଦି ଆରବ ଉଦ୍ଦେଶ୍ୟରେ କହିଥିଲେ । ବର୍ତ୍ତମାନ ସେ ସରକାରୀ ଅଧିକାରୀଙ୍କୁ ସର୍ବସାଧାରଣରେ ଥାପଡ ମାରି ସରକାରଙ୍କ ଲାଗି ନୂଆ ବିବାଦ ସୃଷ୍ଟି କରିଛନ୍ତି ।