ତ୍ରାହି ତ୍ରାହି ଡାକିଲା ପାକିସ୍ତାନ, ପୁଣି ହେଲା ସର୍ଜିକାଲ ଷ୍ଟ୍ରାଇକ
ମଙ୍ଗଳବାର ରାତିରେ ବନ୍ଧକ ଥିବା ନିଜ ସୈନିକଙ୍କୁ ମୁକ୍ତ କରିବା ଲାଗ ପାକିସ୍ତାନ ମାଟିରେ ସର୍ଜିକାଲ ଷ୍ଟ୍ରାଇକ କରିଛି ଇରାନ।
ନୂଆଦିଲ୍ଲୀ: ବିଗତ କିଛି ବର୍ଷ ମଧ୍ୟରେ ପାକିସ୍ତାନର ପିଛା ଛାଡୁନାହିଁ ସର୍ଜିକାଲ ଷ୍ଟ୍ରାଇକ। ଆତଙ୍କବାଦୀଙ୍କୁ ଜବାବ ଦେବାକୁ ଯାଇ ଭାରତ ପକ୍ଷରୁ କରାଯାଇଥିବ ଦୁଇ ଦୁଇଟି ସର୍ଜିକାଲ ଷ୍ଟ୍ରାଇକରେ କମ୍ପି ଉଠିଥିଲା ଆତଙ୍କୀ ସଙ୍ଗଠନକୁ ସମର୍ଥନ କରି ବିଶ୍ୱ ସମୁଦାୟରେ ଏକଘରିଆ ହୋଇପଡିଥିବା ଆତଙ୍କୀସ୍ତାନ ଅର୍ଥାତ ପାକିସ୍ତାନ।
ରାତି ଅଧିଆ କରାଯାଉଥିବା ଏହି ଗୁପ୍ତ ସାମରିକ କାର୍ଯ୍ୟାନୁଷ୍ଠାନରେ (Secret Military Operation) ଥରହର ହୋଇଉଠୁଛି ପାକିସ୍ତାନ। ପ୍ରଥମେ ଭାରତ ଆଉ ଏବେ ଇରାନ (Iran) କରିଛି ପାକିସ୍ତାନ ମାଟିରେ ସର୍ଜିକାଲ ଷ୍ଟ୍ରାଇକ (Surigical Strike)।
ଏନେଇ ମିଳିଥିବା ଖବର ଅନୁସାରେ ମଙ୍ଗଳବାର ରାତିରେ ବନ୍ଧକ ଥିବା ନିଜ ସୈନିକଙ୍କୁ ମୁକ୍ତ କରିବା ଲାଗ ପାକିସ୍ତାନ ମାଟିରେ ସର୍ଜିକାଲ ଷ୍ଟ୍ରାଇକ କରିଛି ଇରାନ। ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦୀଙ୍କ ସମେତ କେତେକ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଛି।
Also Read: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୁଣି ଆମେରିକା କରିବ ପରମାଣୁ ହମଲା! ଟାର୍ଗେଟରେ ଇରାନ
ଏନେଇ ଇରାନ ରିଭୋଲ୍ୟୁସନାରୀ ଗାର୍ଡ-ଆଇଆରଜି (Iran Revolutionary Guard-IRG) ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ୨ ଅପହୃତ ଇରାନୀ ସୈନିକଙ୍କୁ ସଫଳ ଇଣ୍ଟେଲିଜେନ୍ସ ଅପରେସନ (Intelligence Operations) ମାଧ୍ୟମରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆଜକୁ ୨ ବର୍ଷ ପୂର୍ବେ ପାକିସ୍ତାନ ମାଟିରେ ସକ୍ରିୟ ଥିବା ଜୈଶ ଅଲ ଅଦଲ (Jeish Al Adl) ଆତଙ୍କୀ ସଙ୍ଗଠନ ୨ ଆଇଆରଜି ସୈନିକଙ୍କୁ ଅପହରଣ କରିନେଇଥିଲା।
Also Read: ଇରାନ ଉପରେ ଆମେରିକାର ଆକ୍ରମଣ, ଭାରତ ପାଇଁ ବଢୁଛି ଚିନ୍ତା
ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ଇରାନୀ ଗୁପ୍ତଚରଙ୍କ ସୈନିକ ଭାଗଦ ନେଇଥିଲେ। ଆଇଆରଜି ଯବାନଙ୍କୁ ଅପହରଣ କରିଥିବା ସେହି ଆତଙ୍କବାଦୀଙ୍କ ବାବଦରେ ପତ୍ତା ଲଗାଯିବା ପରେ ଇରାନ ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିଲା। ପୂର୍ବରୁ ଆମେରିକା ଆଉ ଭାରତ ପକ୍ଷରୁ ଆତଙ୍କବାଦୀଙ୍କ ବିରୁଦ୍ଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇସାରିଛି।
ଗତ ୨୦୧୮ ଅକ୍ଟୋବରରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈଶ ଅଲ ଅଦଲ ଦକ୍ଷିଣ-ପୂର୍ବ ସିସ୍ତାନ-ବେଲୁଚିସ୍ତାନ ପ୍ରଦେଶରେ ଅବସ୍ଥିତ ମିର୍ଜିବେହ ସୀମାରୁ ୧୪ ଇରାନୀ ସୈନିକଙ୍କୁ ଅପହରଣ କରିନେଇଥିଲା। ସେହି ବର୍ଷ ନଭେମ୍ବର ୧୫ ତାରିଖରେ ୫ ଏବଂ ୨୦୧୯ ମାର୍ଚ୍ଚରେ ୪ ସୈନିକଙ୍କୁ ମୁକ୍ତ କରିଥିଲା। ଏହି କାର୍ଯ୍ୟରେ ଜୈଶ ଅଲ ଅଦଲ ଆତଙ୍କୀ ଗୋଷ୍ଠୀକୁ ବିଦେଶୀ ଗୁଇନ୍ଦା ସଂସ୍ଥା ସହଯୋଗ କରିଥିବା ନେଇ ଅଭିଯୋଗ ଆଣିଥିଲା ଆଇଆରଜି।