ଗୁଜବ ସୃଷ୍ଟି କରି ଭାରତ ସହ ରହିଥିବା ସମ୍ପର୍କକୁ ପ୍ରଭାବିତ ଲାଗି ଉଦ୍ୟମ ଚାଲିଛି ବୋଲି ଇରାନ ପକ୍ଷରୁ କୁହାଯାଇଛି।
Trending Photos
ନୂଆଦିଲ୍ଲୀ: ଚାବାହାର ରେଳ ପ୍ରକଳ୍ପରୁ ଭାରତକୁ ବାଦ ଦିଆଯାଇଥିବା ଖବରକୁ ଇରାନ ଅସ୍ୱୀକାର କରିଛି। ଇରାନ କହିଛି ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ କେତେକ ଶକ୍ତିଙ୍କ ଦ୍ୱାରା ଉଦ୍ୟମ ତାଲିଛି । ଆଉ ଏ ସମ୍ପର୍କିତ ଖବର ବାରମ୍ବାର ପ୍ରସାରିତ ହେବାରେ ଲାଗିଛି। ହେଲେ ସେମାନଙ୍କର ଉଦ୍ଦେଶ୍ୟରେ ସଫଳ ହେବେ ନାହିଁ ବୋଲି ଇରାନ ପକ୍ଷରୁ କୁହାଯାଇଛି ।
ଏନେଇ ଇରାନୀ ସଡକ- ରେଳ ମନ୍ତ୍ରଣାଳୟ ପକ୍ଷରୁ ଆଲୋଚନା କରିବା ଲାଗି ସୋମବାର ଭାରତୀୟ ରାଷ୍ଟ୍ରଦୂତ ଗଦ୍ଦାମ ଧର୍ମେନ୍ଦ୍ରଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରିଛନ୍ତି ଇରାନ ସରକାର । ଏହି ମନ୍ତ୍ରଣାଳୟର ଉପମନ୍ତ୍ରୀ ସୟଦ ରସୋଲି ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରି ଚାବାହାର ବନ୍ଦର ଏବଂ ଚାବାହର-ଜାହଦାନ ରେଳ ପ୍ରକଳ୍ପରେ ସହଯୋଗ ବୃଦ୍ଧି କରିବା ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
ଏନେଇ ମନ୍ତ୍ରୀ ରସୋଲି କହିଛନ୍ତି ଚାବାହାର-ଜାହଦାନ ରେଳ ପ୍ରକଳ୍ପରୁ ଭାରତକୁ ବାଦ ଦିଆଯିବା ଖବରରେ କୌଣସି ସତ୍ୟତା ନାହିଁ। କେତେକ ବାହ୍ୟ ଶକ୍ତି ଏପରି ମିଥ୍ୟା ଖବର ପ୍ରସାର କରି ଦୁଇ ଦେଶ ମଧ୍ୟରେ ଦୂରତା ବଢାଇବାକୁ ଚେଷ୍ଟା କରିଛନ୍ତି। ହେଲ ସେମାନଙ୍କ ଚାଲିଥିବା ଏହି ଷଡଯନ୍ତ୍ର କେବେ ହେଲେ ସଫଳ ହେବ ନାହିଁ ।
ବିଗତ ସପ୍ତାହରେ ଏକ ରିପୋର୍ଟ ଆସିଥିଲା ଯେଉଁଥିରେ ଦାବି କରାଯାଇଥିଲା ଇରାନରେ କ୍ଷମତାସୀନ ଥିବା ହାସନ ରୋହାନୀଙ୍କ ନେତୃତ୍ୱାଧିନ ସରକାର ଭାରତକୁ ଚାବାହାର-ଜାହଦାନ ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରୁ ପୃଥକ କରିଦେଇଛନ୍ତି। ଏପରି ରିପୋର୍ଟ ଆସିବା ପରେ ଭାରତ ପକ୍ଷରୁ ଉଦବେଗ ପ୍ରକାଶ ପାଇଥିଲା । ହେଲେ ଇରାନ କିମ୍ବା ଭାରତ ପକ୍ଷରୁ ଏ ପ୍ରସଙ୍ଗରେ ଆନୁଷ୍ଠାନିକ ଭାବେ କୌଣସି ବିବୃତ୍ତି ରଖାଯାଇ ନାହିଁ।
ବର୍ତ୍ତମାନ ଇରାନ ଏ ମାମଲାରେ ଥିବା ଗୁଜବକୁ ଦୂର କରିବା ଲାଗି ଇରାନ ପକ୍ଷରୁ ଉଦ୍ୟମ କରାଯିବା ସହ ଭାରତ ସହ ଆଲୋଚନା କରିବା ଲାଗି ବୁଝାମଣା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଚାବାହର ବନ୍ଦରକୁ ଜାହଦାନ ସହର ସହିତ ସଂଯୋଗ କରିବା ପାଇଁ ରେଳ ଲାଇନ ନିର୍ମାଣ ପାଇଁ ଭାରତ-ଇରାନ ମଧ୍ୟରେ ବୁଝାମଣା ହୋଇଛି। ଏହି ରେଳପଥ ମାଧ୍ୟମରେ ଭାରତ ଇରାନ ସହାୟତାରେ ଆଫଗାନିସ୍ତାନ ସମେତ କେନ୍ଦ୍ର ଏସିଆରେ ଅବସ୍ଥିତି ଦେଶରେ ପହଞ୍ଚିବାକୁ ଯୋଜନା ରଖିଛି ।