ଇରାନ ଉପରେ ଆମେରିକାର ଆକ୍ରମଣ, ଭାରତ ପାଇଁ ବଢୁଛି ଚିନ୍ତା
Advertisement
Article Detail0/zeeodisha/odisha619705

ଇରାନ ଉପରେ ଆମେରିକାର ଆକ୍ରମଣ, ଭାରତ ପାଇଁ ବଢୁଛି ଚିନ୍ତା

 ଇରାନ ଓ ଆମେରିକା ମଧ୍ୟରେ ଦେଖାଦେଇଥିବା ବିବାଦକୁ ନେଇ ଏବେ ସମଗ୍ର ବିଶ୍ୱ ଚିନ୍ତିତ । 

ଇରାନ ଉପରେ ଆମେରିକାର ଆକ୍ରମଣ, ଭାରତ ପାଇଁ ବଢୁଛି ଚିନ୍ତା

ଓ୍ୱାସିଂଟନ: ଇରାନ ଓ ଆମେରିକା ମଧ୍ୟରେ ଦେଖାଦେଇଥିବା ବିବାଦକୁ ନେଇ ଏବେ ସମଗ୍ର ବିଶ୍ୱ ଚିନ୍ତିତ । କେହି କେହି ଏହା ତୃତୀୟ ବିଶ୍ୱଯୁଦ୍ଧର ଆରମ୍ଭ ବୋଲି କହୁଥିବା ବେଳେ ଅନ୍ୟ କିଛି ଦେଶ ପାଇଁ ବିପଦ ସୃଷ୍ଟି କରିଛି । ତେବେ ଏହି ବିବାଦକୁ ନେଇ ଏବେ ଭାରତ ଚିନ୍ତା ଗ୍ରସ୍ତ ହୋଇ ପଡ଼ିଛି । ଏନେଇ ଭାରତ ସରକାର କହିଛନ୍ତି କି, ଉଭୟ ଆମେରିକା ଓ ଇରାନ ମଧ୍ୟରେ ଦେଖାଦେଇଥିବା ଏହି ଅବସ୍ଥା ଯେପରି ନିୟନ୍ତ୍ରଣ ବାହରକୁ ନଯାଏ । ଏହା ଗୁରୁତର ରୁପ ନେଲେ ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟି କରିବ । ଭାରତ ନିୟନ୍ତ୍ରଣ ରଖିବା ପାଇଁ ଉଭୟ ଦେଶକୁ ଅନୁରୋଧ କରି ଆସୁଛି । ତେବେ ଏହା ଆଗକୁ ମଧ୍ୟ କରିବ ବୋଲି ଭାରତ ସରକାର କହିଛନ୍ତି । 

ସେପଟେ ତଲମିଜ ଅହମ୍ମଦ କହିଛନ୍ତି ଏଭଳି ସ୍ଥଳେ ଭାରତକୁ ଏକ ପ୍ରମୁଖ ଭୁମିକା ତୁଲାଇବାକୁ ପଡ଼ିବ । ରାଜନୈତିକ ରଣଭୂମୀରେ ନିଜକୁ ସକରାତ୍ମକ ଭୁମିକାରେ ରଖିବାକୁ ହେବ । ଉଭୟ ପକ୍ଷରେ କିଭଳି ଶାନ୍ତି ଓ ସୁରକ୍ଷା ବଜାୟ ରହିବ ସେଥିପାଇଁ ଭାରତ ଦୃଷ୍ଟି ଦେବା ଆବଶ୍ୟକ ରହିଛି । ଏପରିକି ଭାରତର ପ୍ରତିକ୍ରିୟା ଉଭୟ ରାଷ୍ଟ୍ର ପାଇଁ ପାରମ୍ପରିକ ଦ୍ୱିପାକ୍ଷିକ ଏବଂ ପାରସ୍ପରିକ ହିତ ପାଇଁ ହେବା ଉଚିତ ବୋଲି ସେ କହିଛନ୍ତି । 

ଇରାନ ଉପରେ ଆମେରିକା ଆକ୍ରମଣ କରି ପରୋକ୍ଷରେ ଭାରତକୁ ଏଥିରେ ଫସାଇ ଦେଇଥିବା ଆଲୋଚନା ହୁଏ । ପୂର୍ବତନ ବୈଦେଶିକ ସଚିବ କମ୍ବଲ ଶିବଲ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ବେଆଇନ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ପରୋକ୍ଷରେ ଛନ୍ଦି ହୋଇ ପଡ଼ିଛି । ଭାରତ ସମ୍ମୁଖରେ ଏକ ବଡ଼ ସମସ୍ୟା ଭାବେ ଏହା ଉଭା ହେବାକୁ ଲାଗିଲାଣି । ଶିବଲ କହିଛନ୍ତି ଉଭୟ ଦେଶ ପକ୍ଷରୁ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତେବେ ତାହା ଉଗ୍ରରୂପ ଧାରଣ କରିବ । ସେପଟେ ଏହି କାର୍ଯ୍ୟାନୁଷ୍ଠାନ ଫଳରେ ଭାରତରେ ବ୍ୟାପକ ଅସ୍ଥିରତା ପ୍ରକାଶ ପାଇବ । ଏହା ସହିତ ଭାରତର ବ୍ୟାପକ କ୍ଷତି ଘଟିବ ବୋଲି ସେ କହିଛନ୍ତି ।

ସେପଟେ ଉଭୟ ରାଷ୍ଟ୍ର ମଧ୍ୟରେ ଦେଖାଦେଇଥିବା ଏହି କାର୍ଯ୍ୟାନୁଷ୍ଠାନ ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଗୁରୁତର ଭାବେ ପ୍ରଭାବ ପକାଇଛି । ଇରାନରୁ ଅନେକ ଦେଶକୁ ତୈଳ ରପ୍ତାନୀ ହେଉଥିବା ବେଳେ ତୈଳ ଦର ମଧ୍ୟ ଯଥେଷ୍ଟ ବଢିବାର ସମ୍ଭାବନା ଦେଖାଦେଇଛି । ଭାରତ ଦୈନିକ ପ୍ରାୟ ଆବଶ୍ୟକ କରୁଥିବା ତୈଳରୁ ପ୍ରାୟ ୮୦ ପ୍ରତିଶତ ତୈଳ ଇରାନରୁ ଆମଦାନୀ କରିଥାଏ । ୭୦ ପ୍ରତିଶତ ତୈଳ କେବଳ ଓପିଇସି ରାଷ୍ଟ୍ରରୁ ହିଁ ଆମଦାନୀ କରିଥାଏ । ତେବେ ଇରାନ ଦେଇ ତୈଳ ଆସୁଥିବା ବେଳେ ପରିବହନ କ୍ଷେତ୍ରରେ ମଧ୍ୟ ଏକ ପ୍ରକାର ବାଧା ସୃଷ୍ଟି ହୋଇପାରେ । ଫଳରେ ଭାରତରେ ତୈଳଦର ବଢିବା ମଧ୍ୟ ଏକ ପ୍ରକାର ନିଶ୍ଚିତ ।