ଆମେରିକା-ଇରାନ ବିବାଦ, ସତର୍କ ସୂଚନା ଜାରି କଲା ଆମେରିକା ଦୂତାବାସ
Advertisement
Article Detail0/zeeodisha/odisha621031

ଆମେରିକା-ଇରାନ ବିବାଦ, ସତର୍କ ସୂଚନା ଜାରି କଲା ଆମେରିକା ଦୂତାବାସ

ଇରାନ ଉପରେ ଆମେରିକା କରିଥିବା ଏୟାର ଷ୍ଟ୍ରାଇକର ପ୍ରଭାବ ଭାରତରେ ଦେଖିବାକୁ ମିଳିଛି।

ସତର୍କ ସୂଚନା ଜାରି କଲା ଆମେରିକା ଦୂତାବାସ

ନୂଆଦିଲ୍ଲୀ: ଇରାନ ଉପରେ ଆମେରିକା କରିଥିବା ଏୟାର ଷ୍ଟ୍ରାଇକର ପ୍ରଭାବ ଭାରତରେ ଦେଖିବାକୁ ମିଳିଛି। ଭାରତରେ ଥିବା ଆମେରିକା ଦୂତାବାସ ଆଗରେ ଆଜି କିଛି ଇରାନ ସମର୍ଥକ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି। ତେବେ ଏହାକୁ ଦେଖି ସୁରକ୍ଷା କାରଣରୁ ଆମେରିକାର ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରି କରିଛି ଆମେରିକା ସରକାର। ଆନ୍ଦୋଳନ ହେଉଥିବା ସ୍ଥାନରୁ ନାଗରିକ ମାନଙ୍କୁ ଦୁରେଇ ରହିବାକୁ ଆମେରିକା ସରକାର ସତର୍କ ସୂଚନାରେ ଦର୍ଶାଇଛନ୍ତି। 

ଅଧିକ ପଢନ୍ତୁ: ଏହି ସବୁ ରାଜ୍ୟରେ ଲାଗୁ ହୋଇପାରେ ରାଷ୍ଟ୍ରପତି ଶାସନ

ଆମେରିକା ଦୂତାବାସ ଜାରି କରିଥିବା ଏକ ବୟାନ ଅନୁଯାୟୀ ଦିଲ୍ଲୀରେ ତିନିମୂର୍ତ୍ତି ଭବନ ଇଲାକା ଏବଂ ଆମେରିକା ଦୂତାବାସ କାର୍ଯ୍ୟାଳୟ ଆଗରେ ବିରୋଧି ପ୍ରଦର୍ଶନ ହେବାର ସମ୍ଭାବନା ରହିଛି। ଦିଲ୍ଲୀ ପୋଲିସକୁ ଏନେଇ ଦୂତାବାସ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷାକୁ କଡ଼ାକଡ଼଼ି କରାଯାଇଛି। ଆମେରିକୀୟ ନାଗରିକଙ୍କୁ ଆନ୍ଦୋଳନ ସମୟରେ ବାହାରକୁ ନ ବାହାରିବା ପାଇଁ ଆମେରିକା ସରକାର ନିର୍ଦ୍ଦେଶ ଦେଇଛନ୍ତି। 

ଅଧିକ ପଢନ୍ତୁ: ଏମିତି କହିଲେ ଟ୍ରମ୍ପ

ଆମେରିକା ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନାରେ କୁହାଯାଇଛି ଯେ, ପ୍ରଦର୍ଶନ ହେଉଥିବା ଅଞ୍ଚଳକୁ ଯାଆନ୍ତୁ ନାହିଁ। ସେହିପରି ସ୍ଥାନୀୟ ଖବର ଉପରେ ନଜର ରଖିବାକୁ କୁହାଯାଇଥିବା ବେଳେ ଆମେରିକାରେ ଥିବା ପରିବାର ସଦସ୍ୟଙ୍କ ସହିତ ଯୋଗାଯୋଗରେ ରହିବାକୁ ଦୂତାବାସ ପକ୍ଷରୁ ସତର୍କ ସୂଚନାରେ କୁହାଯାଇଛି। ଏଠାରେ ଆମେ କହି ରଖୁଛୁ ଯେ ଯେତେବେଳେ ଭାରତରେ ସିଏଏ ବିରୋଧୀ ହିଂସାକାଣ୍ଡ ଦେଖାଦେଇଥିଲା, ସେତେବେଳେ ମଧ୍ୟ ଆମେରିକା ସରକାରଙ୍କ ପକ୍ଷରୁ ଏଭଳି ସତର୍କ ସୂଚନା ଜାରି କରାଯାଇଥିଲା।