ପିଓକେ ବିକିବ ପାକିସ୍ତାନ, କିଣିବାକୁ ଟଙ୍କାଦେଲାଣି ଚୀନ!
Advertisement

ପିଓକେ ବିକିବ ପାକିସ୍ତାନ, କିଣିବାକୁ ଟଙ୍କାଦେଲାଣି ଚୀନ!

ପିଓକେ ଏବଂ ଗିଲଗିଟ୍ ବଲଟିସ୍ତାନରେ ପାକିସ୍ତାନର ସହଯୋଗରେ ଚୀନ ପ୍ରଭାବ ବିସ୍ତାର କରିବାରେ ଲାଗିଛି।

ପିଓକେ ବିକିବ ପାକିସ୍ତାନ, କିଣିବାକୁ ଟଙ୍କାଦେଲାଣି ଚୀନ!

ଅମିତ ମହାନ୍ତି,ନୂଆଦିଲ୍ଲୀ: କୌଣସି ଦ୍ରବ୍ୟ କିମ୍ବା ଜମିକୁ ବନ୍ଧକ ରଖି ଆବଶ୍ୟକ ସମୟରେ ଦରକାର ପଡୁଥିବା ଟଙ୍କା ନିଆ ଯାଉଥିବାର ଆପଣ ଶୁଣିଥିବେ । ସଦ୍ୟ ଏହାର ଉଦାହରଣ ଦେଖିବାକୁ ମିଳିଛି ପାକିସ୍ତାନ (Pakistan) କ୍ଷେତ୍ରରେ । ନିଜ ଅଧିକୃତ କାଶ୍ମୀର-ପିଓକେ (POK-Pakistan Occupied Kashmir), ଗିଲଗିଟ୍-ବଲଟିସ୍ତାନ (Gilgit-Baltistan) ଅଞ୍ଚଳକୁ ଚୀନ (China) ପାଖରେ ବନ୍ଧା ପକାଇଛନ୍ତି  ପାକିସ୍ତାନ ପ୍ରଧାନମନ୍ତ୍ରୀ (Pakistan Prime Minister) ଇମରାନ ଖାନ (Imran Khan), ସେନାମୁଖ୍ୟ ଜେବାରାଲ ବାଜୱା (Army General Bjawa)। 

ଚୀନ ଏଠାରେ ହଜାର ହଜାର କୋଟି ଟଙ୍କା ବ୍ୟୟରେ ଅନେକ ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛି । ଯାହା ମଧ୍ୟରେ ରହିଛି ଡ୍ୟାମ୍ ନିର୍ମାଣ ସମ୍ବଳ ଯୋଗାଡ। ଏଥିପାଇଁ ଚୀନର ସ୍ଥାନୀୟ ଲୋକଙ୍କୁ ଶ୍ରମିକ ଭାବେ ବ୍ୟବହାର କରୁଛି। ସ୍ଥିତି ଏବେ ଏମିତି ହୋଇଛି ପିଓକେ ଉପରେ ଏବେ ପାକିସ୍ତାନ ସରକାରଙ୍କ ନୁହେଁ, ବରଂ ଚୀନର ଶାସନ ଲାଗୁ ହେବା ଭଳି ଜଣାପଡୁଛି। ସେପଟେ ସେନାମୁଖ୍ୟ ବାଜୱା ଚୀନ ନିକଟରୁ ଏତେ ମୋଟା ପରିମାଣର ଲାଞ୍ଚ୍ ନେଇ ଇମରାନ ସରକାରଙ୍କୁ ପିଓକେ ମାମଲାରେ କୌଣସି ହସ୍ତକ୍ଷେପ କରିବାକୁ ଦେଉନାହାଁନ୍ତି। ପିଓକେରେ ପାକିସ୍ତାନର ଜୁଲମ୍ ଘଟଣା ବେଶ ପୁରୁଣା । ହେଲେ ଏହି ଅଞ୍ଚଳରେ ଯେବେଠୁ ଚୀନ କମ୍ପାନୀ ନିଜ ପ୍ରକଳ୍ପ ଆରମ୍ଭ କରିଛି ସେବେଠୁ ଏଠାକାର ଲୋକଙ୍କ ବଞ୍ଚିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି । ଚୀନ ଏଠାରେ ଚୀନ ପାକିସ୍ତାନ ଇକୋନୋମିକ କରିଡର-ସିପିଇସି (CPEC-Chian pakistan Economic Corridor) ପ୍ରକଳ୍ପ କାର୍ଯ୍ୟକାରୀ କରୁଛି । ଚୀନ ଏଠାରେ ପାକିସ୍ତାନ ସରକାରଙ୍କ ସହ ମିଶି ଅନେକ ଛୋଟ ବନ୍ଧ ତିଆରି କରିଛି। 

ଏହା ସହ ଚୀନ ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ନିର୍ମାଣ କରୁଛି। ଯେତେବେଳେ ଚୀନର ସ୍ୱାର୍ଥ ଉପରେ ଯେବେ ଆଞ୍ଚ୍ ଆସିଛି, ସେତେବେଳେ ପାକିସ୍ତାନ ପୋଲିସ (Pakistan Police) ଏଠାକାର ଲୋକଙ୍କ ଉପରେ ଲାଠି ବର୍ଷଣ କରୁଛି। ଚୀନ ଏଠାକାର ଲୋକଙ୍କୁ ଶସ୍ତା ଶ୍ରମିକ ଭାବେ କାମରେ ଲଗାଉଛି। ଏପରିକି ସେମାନଙ୍କ ଜମିକୁ ଦଖଲ କରିବାରେ ଲାଗିଛି। ହେଲେ ପାକିସ୍ତାନର ବିକାଶ ଆଳରେ ଚୀନ ଏଠାରେ ବଡ ଧରଣର ସାମରିକ ଭିତ୍ତିଭୂମି (Military infrastructure) ବିକଶିତ କରିବାରେ ଲାଗିଛି। ଏପରିକି ପାକିସ୍ତାନ ସରକାରଙ୍କ ସହ ସେନାବାହିନୀକୁ ମଧ୍ୟ ଏବେ ଚୀନ ନିୟନ୍ତ୍ରଣ କରିବା ଆରମ୍ଭକଲାଣି। ପାକିସ୍ତାନ ମାଟିରେ ପାକିସ୍ତାନୀ ସେନା ସହ ଦେଶର ଜନସାଧାରଣ ଚୀନ ଅଧିକାରୀଙ୍କ ଆକ୍ରୋଶର ଶୀକାର ହେଉଥିବା ଖବର ଏବେ ସାମ୍ନାକୁ ଆସୁଛି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାକିସ୍ତାନରେ ଚୀନରେ ଉପସ୍ଥିତି ବଢିବା ପରେ ଏବେ ଦେଶରେ ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏଠାକାର ସେନା ଏବଂ ସରକାର ବିକ୍ରି ହୋଇପାରନ୍ତି ଅର୍ଥାତ ସେମାନେ ଟଙ୍କା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି।

ପିଓକରେ ଚୀନ ବେଶ ଅର୍ଥ ବିନିଯୋଗ କରି ନିଜ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପକୁ ଯେକୌଣସି ଉପାୟରେ ଶେଷ କରିବାକୁ ଚାହୁଁଛନ୍ତି। ଆଉ ଏଥିପାଇଁ ଜେନେରାଲ ବାଜୱାଙ୍କୁ ବେଶ ମୋଟା ଅଙ୍କର ଲାଞ୍ଚ ଦିଆଯାଇଛି। ସ୍ଥିତି ଏବେ ଏମିତି ଯେ ଜେନାରାଲ ବାଜୱା ନିଜ ଦେଶର ବିରୋଧି ଦଳର ନେତାଙ୍କ ସହ ବୈଠକ କରି ଏହି ଅଞ୍ଚଳ ପାଇଁ ରାୟ ମାଗିଛନ୍ତି। ଆଉ ଏନେଇ ଆୟୋଜିତ ହୋଇଥିବା ବୈଠକରେ ଯୋଗ ଦେବା ଲାଗି ଇମରାନ ସରକାରଙ୍କୁ ଡକାଯାଇ ନାହିଁ। ଚୀନ ପ୍ରେମରେ ପଡି ଏବେ ଦେଶରେ କ୍ଷମତାସୀନ ସରକାରଙ୍କୁ ଦୂରେଇ ଦେବାରେ ଲାଗିଛନ୍ତି ପାକିସ୍ତାନୀ ସେନା ମୁଖ୍ୟ । ପିଓକେ ଏବଂ ଗିଲଗିଟ୍ ବଲଟିସ୍ତାନରେ ପାକିସ୍ତାନର ସହଯୋଗରେ ଚୀନ ପ୍ରଭାବ ବିସ୍ତାର କରିବାରେ ଲାଗିଛି। 

 

 

ହଜାର ହଜାର ସଂଖ୍ୟାରେ ଚୀନ ନାଗରିକ ରାସ୍ତା, ଡ୍ୟାମ୍, ପୋଲ, ଟନେଲ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି । ସେମାନେ ଏଠାକାର ନାଗରିକଙ୍କୁ ନିଜ ଗୁଲାମ ବୋଲି ଭାବୁଛନ୍ତି । ପାକିସ୍ତାନ ସରକାର ଚୀନ ଦ୍ୱାରା ପରିଚାଳିତ ହେବାକୁ ନେଇ ପିଓକେ ଜନତା କ୍ଷୁବ୍ଧ ହୋଇ ଉଠିଛନ୍ତି । ଗିଲଗିଟ୍-ବଲଟିସ୍ତାନରେ ପାକିସ୍ତାନ ସହଯୋଗରେ ବନ୍ଧ ତିଆରି କରିବାକୁ ପ୍ରସ୍ତୁତି ଚଳାଇଛି ଚୀନ । ଏଥିପାଇଁ ଏବେ ଗିଲଗିଟ୍-ବଲଟିସ୍ତାନ ଜନତା ଏବେ ଏହା ବିରୋଧରେ ଯୁଦ୍ଧ ଲଢିବା ପାଇଁ ପ୍ରସ୍ତୁତ ହେବା ନିର୍ମିତ ହୋଇଥିବା ବନ୍ଧକୁ ଜୋରଦାର ବିରୋଧ କରିଛନ୍ତି । ଏବେ ପିଓକେର ଜନତା ପାକିସ୍ତାନୀ ସେନା ଓ ସରକାର ସମେତ ଚୀନ ଦ୍ୱାରା କରାଯାଉଥିବା ଅତ୍ୟାଚାରର ସାମ୍ନା କରୁଛନ୍ତି।

ସେପଟେ ପ୍ରଧାନମନ୍ତ୍ରୀ ଇମରାନ ଓ ସେନାମୁଖ୍ୟ ବାଜୱାଙ୍କ ମଧ୍ୟରେ ଲାଞ୍ଚ କାରବାରକୁ ନେଇ ବିବାଦ ବଢିଯାଇଛି । ଚୀନ ସବୁଠୁ ଅଧିକ ଅର୍ଥ ପିଓକେରେ ନିବେଶ କରିଛି। ପିଓକେରେ କାହାର ଶାସନ ଚାଲିବ ସେନେଇ ମଧ୍ୟ ନିଷ୍ପତ୍ତି ହୋଇସାରିଛି। ବିଶେଷଜ୍ଞଙ୍କ ଅନୁସାରେ ପାକିସ୍ତାନର ଲଗାମ ଏବେ ଇମରାନ ସରକାରଙ୍କ ହାତରୁ ଖସିସାରିଛି। ଆଉ ବାଜୱା ଦେଶ ଚଳାଉଛନ୍ତି। ଏଥିପାଇଁ ତ ସେ ନିଜ ଦେଶର ସୈନିକଙ୍କୁ ଚୀନ ଜରିଆରେ ମାଡ ଖୁଆଉଛନ୍ତି। ଏପରିକି ଦେଶର ଜନତାଙ୍କ ଉପରେ ଗୁଳିମାଡ ମଧ୍ୟ କରୁଛନ୍ତି। ଅନ୍ୟପଟେ ପିଓକେ ପୋଲିସ ଉପରେ ପଞ୍ଜାବ ପୋଲିସ ଦ୍ୱାରା ଲାଠିଚାର୍ଜ କରାଉଛନ୍ତି । ଏଥିପାଇଁ ଏବେ ପିଓକେ ଜନତା ଯେକୌଣସି ପରିସ୍ଥିତି ସ୍ୱାଧୀନତା ଚାହୁଁଛନ୍ତି। ପାକିସ୍ତାନ ଜେଲରେ ବନ୍ଦୀ ଥିବା ପିଓକେ ବାସିନ୍ଦାଙ୍କୁ ମୁକୁଳାଇବା ପାଇଁ ଦାବି ମଧ୍ୟ ଜୋର ଧରିଛି। ପିଓକେକୁ ସ୍ୱାଧିନ କରିବାକୁ ଏକ ବଡ ଧରଣର ହେବାର ସମ୍ଭାବନା ସୃଷ୍ଟି ହୋଇଛି।