ଆର୍ମନିଆ ବିରୁଦ୍ଧରେ ଲଢିବାକୁ ଆଜରବୈଜାନରେ ପହଞ୍ଚିଲେ ପାକ-ଆଫଗାନ ଆତଙ୍କୀ, ଋଷିଆର କାର୍ଯ୍ୟାନୁଷ୍ଠାନ ଧମକ
Advertisement
Article Detail0/zeeodisha/odisha759387

ଆର୍ମନିଆ ବିରୁଦ୍ଧରେ ଲଢିବାକୁ ଆଜରବୈଜାନରେ ପହଞ୍ଚିଲେ ପାକ-ଆଫଗାନ ଆତଙ୍କୀ, ଋଷିଆର କାର୍ଯ୍ୟାନୁଷ୍ଠାନ ଧମକ

ଏହି ଆତଙ୍କବାଦୀ ଆର୍ମେନିଆ ବିରୋଧରେ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି । ଅନ୍ୟପଟେ ଏ ଘଟଣା ବାବଦରେ ଅବଗତ ହେବା ପରେ ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଧମକ ଦେଇଛନ୍ତି ଋଷୀୟ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ।

ଆର୍ମନିଆ ବିରୁଦ୍ଧରେ ଲଢିବାକୁ ଆଜରବୈଜାନରେ ପହଞ୍ଚିଲେ ପାକ-ଆଫଗାନ ଆତଙ୍କୀ, ଋଷିଆର କାର୍ଯ୍ୟାନୁଷ୍ଠାନ ଧମକ

ନୂଆଦିଲ୍ଲୀ: ପୂର୍ବତନ ୟୁଏସଏସଆର (USSR-Union of Soviet Socialist Republics) ରାଷ୍ଟ୍ରସଂଘର ସଦସ୍ୟ ଥିବା ଖ୍ରୀଷ୍ଟିଆନ ବହୁଳ ଆର୍ମେନିଆ (Armenia) ଓ ମୁସଲିମ ବହୁଳ ଆଜରବୈଜାନ (Azerbaijan) ମଧ୍ୟରେ ଯୁଦ୍ଧ ଜାରି ରହିଛି । ଅନ୍ୟପଟେ ଏହି ଯୁଦ୍ଧରେ ଆଜରବୈଜାନକୁ ସହଯୋଗ କରିବା ଲାଗି ପହଞ୍ଚିଛନ୍ତି ପ୍ରାୟ ୩୦୦ ପାକିସ୍ତାନୀ (Pakistani) ଓ ଆଫଗାନ ଆତଙ୍କବାଦୀ (Afghani Terrorist)। 

ଏହି ଆତଙ୍କବାଦୀ ଆର୍ମେନିଆ ବିରୋଧରେ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି । ଅନ୍ୟପଟେ ଏ ଘଟଣା ବାବଦରେ ଅବଗତ ହେବା ପରେ ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଧମକ ଦେଇଛନ୍ତି ଋଷୀୟ ରାଷ୍ଟ୍ରପତି (Russian President) ଭ୍ଲାଦମିର ପୁଟିନ (Vladmir Puttin)।

ବର୍ତ୍ତମାନ ଏ ପ୍ରସଙ୍ଗରେ ପାକିସ୍ତାନ ନିଜ ସୀମା ଅତିକ୍ରମ କରୁଥିବାର ଦେଖିବାକୁ ମିଳିଛି । ହେଲେ ପାକିସ୍ତାନକୁ ଏହା ଜଣାନାହିଁ ସମଗ୍ର ବିଶ୍ୱର ନଜର ଏବେ ଆତଙ୍କବାଦୀଙ୍କ ପୃଷ୍ଠପୋଷକ ଭାବେ ପରିଚୟ ହାସଲ କରି ଅପବାଦ ମୁଣ୍ଡାଇଥିବା ପାକିସ୍ତାନ ଉପରେ ରହିଛି । ଏପରିକି ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦେଶ ଋଷିଆର ନଜର ଏବେ ପାକିସ୍ତାନ ଉପରେ ରହିଛି । ଆର୍ମେନିଆ ବିପକ୍ଷରେ ପାକିସ୍ତାନୀ ଆତଙ୍କବାଦୀ ଲଢିବାକୁ ନେଇ ଖପ୍ପା ହୋଇଉଠିଛନ୍ତି ରଷୀୟ ରାଷ୍ଟ୍ରପତି । ଯୁଦ୍ଧ କଲେ ଏହାର ପରିଣାମ ଭୋଗିବାକୁ ଖୋଲାଖୋଲି ଭାବେ ପାକିସ୍ତାନକୁବ ଜଣାଇ ଦେଇଛି ଋଷିଆ । ଏ ପ୍ରସଙ୍ଗରେ ରାଷ୍ଟ୍ରପତି ପୁଟିନ ଆର୍ମେନିଆ ପ୍ରଧାନମନ୍ତ୍ରୀ (Armenian Prime Minister) ନିକୋଲିଆନ ପାଶିନିଆନ (Nikol Pashinyan) ସହ ଏ ବାବଦରେ ଆଲୋଚନା କରିଛନ୍ତି ।

 ଆର୍ମେନିଆ-ଆଜରବୈଜାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଋଷୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ (Russian President Office) କ୍ରେମଲିନ (Kremlin) ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି  କୁହାଯାଇଛି ଏହି ଯୁଦ୍ଧରେ ଆତଙ୍କବାଦୀ ସାମିଲ ହେବାକୁ ନେଇ ଋଷ ସରକାର ଗୁରୁତର ସହ ବିଚାର କରୁଛନ୍ତି । ଏହା ସହିତ ବର୍ତ୍ତମାନ ଚାଲିଥିବା ଯୁଦ୍ଧକୁ ନେଇ ବିଗତ ୬ ଦିନ ମଧ୍ୟରେ ଋଷ-ଆର୍ମେନିଆ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ୩ ଥର କଥାବାର୍ତ୍ତା ହୋଇସାରିଛି।

ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ କୌଣସି ସମୟରେ ଋଷିଆ ସହ ତୁର୍କୀ (Turkey) ର ଯୁଦ୍ଧ ହୋଇପାରେ । ଆର୍ମେନିଆ-ଆଜେରବୈଜାନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧର ପରିଣାମ ସ୍ୱରୂପ ତୁର୍କୀ ଏଥିରେ ହସ୍ତକ୍ଷେପ କରିବା ସମ୍ଭାବନା ରହିଛି । ଋଷିଆ ଆର୍ମେନିଆକୁ ସମର୍ଥନ କରୁଥିବାବେଳେ ତୁର୍କୀ ଏବଂ ଇସ୍ରାଏଲ (Israel) ଆଦି ନାଟୋ ଦେଶ (NATO Country) ଆଜରବୈଜାନ ସହ ଛିଡା ହୋଇଛନ୍ତି । ରଣନୈତିକ ଦୃଷ୍ଟିକୋଣରୁ  ଆର୍ମେନିଆ-ଋଷିଆ ଏକାଠି ହୋଇଛନ୍ତି କାରଣ ଉଭୟ ଦେଶ ମଧ୍ୟରେ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏଭଳି ସ୍ଥିତିରେ ଯଦି ଆର୍ମେନିଆ ଉପରେ ଆକ୍ରମଣ କରାଯାଏ ତାହେଲେ ଋଷିଆ ଶତ୍ରୁପକ୍ଷଙ୍କୁ ଜବାବ ଦେବା ଲାଗି ଆଗକୁ ଆସିପାରେ ।