Diamer Basha Dam: ଭାରତ ମାଟିରେ ଡ୍ୟାମ କରି ପାକିସ୍ତାନ ପୋତି ଦେଲା ୧୪୦୦ କୋଟି! ଚାନ୍ଦା ମିଳିଥିଲା ଏତିକି ଟଙ୍କା
Advertisement
Article Detail0/zeeodisha/odisha1353967

Diamer Basha Dam: ଭାରତ ମାଟିରେ ଡ୍ୟାମ କରି ପାକିସ୍ତାନ ପୋତି ଦେଲା ୧୪୦୦ କୋଟି! ଚାନ୍ଦା ମିଳିଥିଲା ଏତିକି ଟଙ୍କା

Diamer Basha Dam: ପାକିସ୍ତାନର ସିନ୍ଧୁ ନଦୀରେ Diamer Basha Dam ନିର୍ମାଣର ପାଣ୍ଠି ବିନିଯୋଗ ଉପରେ ପ୍ରଶ୍ନ ଉଠିଛି। ଡ୍ୟାମ ପାଇଁ ସଂଗ୍ରହ ହୋଇଥିବା ପାଣ୍ଠିଖର୍ଚ୍ଚରେ ଦୁର୍ନୀତି ହୋଇଛି। ଏଥିପାଇଁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ପୂର୍ବତନ ପ୍ରଧାନ ବିଚାରପତି ସାକିବ ନିସାରଙ୍କ ଉପରେ ଅଙ୍ଗୁଳି ଉଠିଛି। ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ମିଆନ ସାକିବ ନିସରଙ୍କୁ ସମନ ଜାରି କରି Diamer Basha Dam ପାଣ୍ଠି ସମ୍ପର୍କରେ ସ୍ପଷ୍ଟୀକରଣ ପ୍ରଦାନ କରିବାକୁ କୁହାଯାଇଛି। 

ପ୍ରତିକାତ୍ମକ

Diamer Basha Dam, ଇସଲାମାବାଦ: କିଛି ଦିନ ପୂର୍ବେ ପାକିସ୍ତାନରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଯେଉଁଥିରେ ୧୫୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧାଧିକ ଶିଶୁ ଅଛନ୍ତି। ୩ କୋଟିରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ଅଧିକାରୀଙ୍କ କହିବାନୁସାରେ, ବର୍ତ୍ତମାନର ଏହି ବନ୍ୟା ଇତିହାସରେ ସବୁଠାରୁ ଭୟଙ୍କର ଥିଲା ଏବଂ ବନ୍ୟା ଜଳ ହ୍ରାସ ପାଇବା ପାଇଁ ତିନିରୁ ଚାରିମାସ ସମୟ ଲାଗିପାରେ। ଏହି ସମୟରେ ପାକିସ୍ତାନ ସରକାରଙ୍କ ଏହ ମହାଘୋଟାଲା ସାମନାକୁ ଆସିଛି। ବନ୍ୟାରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଯେଉଁ ଡ୍ୟାମ ତିଆରି କରାଯାଉଛି ସେଥିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଡ୍ୟାମ ନିର୍ମାଣ ପାଇଁ ଲୋକେ ଯେତିକି ଟଙ୍କା ଦେଇଥିଲେ, ତାହାର ପ୍ରାୟ ଦୁଇ ଗୁଣ ଟଙ୍କା କେବଳ ବିଜ୍ଞାପନରେ ଖର୍ଚ୍ଚ କରାଯାଇଥିବା କୁହାଯାଉଛି।

ପାକିସ୍ତାନର ସିନ୍ଧୁ ନଦୀରେ Diamer Basha Dam ନିର୍ମାଣର ପାଣ୍ଠି ବିନିଯୋଗ ଉପରେ ପ୍ରଶ୍ନ ଉଠିଛି। ଡ୍ୟାମ ପାଇଁ ସଂଗ୍ରହ ହୋଇଥିବା ପାଣ୍ଠିଖର୍ଚ୍ଚରେ ଦୁର୍ନୀତି ହୋଇଛି। ଏଥିପାଇଁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ପୂର୍ବତନ ପ୍ରଧାନ ବିଚାରପତି ସାକିବ ନିସାରଙ୍କ ଉପରେ ଅଙ୍ଗୁଳି ଉଠିଛି। ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ମିଆନ ସାକିବ ନିସରଙ୍କୁ ସମନ ଜାରି କରି Diamer Basha Dam ପାଣ୍ଠି ସମ୍ପର୍କରେ ସ୍ପଷ୍ଟୀକରଣ ପ୍ରଦାନ କରିବାକୁ କୁହାଯାଇଛି। ସଂସଦ ପବ୍ଲିକ ଆକାଉଣ୍ଟସ କମିଟି (ପିଏସି) ପକ୍ଷରୁ ପୂର୍ବତନ ମୁଖ୍ୟ ଜଷ୍ଟିସଙ୍କୁ ସମନ ଜାରି କରାଯାଇଥିଲା। କାରଣ ଡ୍ୟାମ ନିର୍ମାଣ ସମୟରେ ମିଆନ ସାକିବ ନିସର ହିଁ ପାକିସ୍ତାନର ମୁଖ୍ୟ ନ୍ୟାୟଧିଶ ଥିଲେ। 

Also Read: ଏକନାଥ ସିନ୍ଦେଙ୍କୁ ଏହି ଡିଲ୍ ବଦଳରେ ବିଜେପି ଠାରୁ ମିଳିଛି ମୁଖ୍ୟମନ୍ତ୍ରୀ ଗାଦି!

ତତ୍କାଳୀନ ସିଜେପି ନିସାର ଜୁଲାଇ ୨୦୧୮ରେ ଏହି Diamer Basha Dam ନିର୍ମାଣ ପାଣ୍ଠି ଉନ୍ମୋଚନ କରି ଦାନ ସଂଗ୍ରହ କରିବାର ପଦକ୍ଷେପ ନେଇଥିଲେ। ଯାହା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଯୋଗ ଦେଇ ଦେଶର ଜଳ ଅଭାବକୁ ଦୂର କରିବା ପାଇଁ ଏହା ଏକ ମିଳିତ ଉଦ୍ୟମରେ ପରିଣତ ହେବ ବୋଲି କହିଥିଲେ। ଡନ୍ ରିପୋର୍ଟ ଅନୁଯାୟୀ, ପିଏସି ସଦସ୍ୟ ତଥା ପାକିସ୍ତାନ ମୁସଲିମ୍ ଲିଗ୍ (ଏନ)ର ବାରଜୀ ତାହିର ଦାବି କରିଛନ୍ତି ଯେ, Diamer Basha Dam ନିର୍ମାଣ ପାଇଁ ପ୍ରାୟ ୯୦୦ କୋଟି ଟଙ୍କା ଚାନ୍ଦା ବା ଦାନ ଆକାରରେ ସଂଗ୍ରହ କରାଯାଇଛି କିନ୍ତୁ ଏହାର ବିଜ୍ଞାପନରେ ୧୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Diamer Basha Dam ନିର୍ମାଣ ପାଇଁ ଟଙ୍କା ବିଭିନ୍ନ ସୂତ୍ରରୁ ଆସିଥିଲା। ରିପୋର୍ଟ ଅନୁସାରେ ଡ୍ୟାମ ପାଇଁ ପାକିସ୍ତାନ ସେନା ୧୦୦ କୋଟି ଟଙ୍କା ଦାନ କରିଥିଲା। ଏଥିସହ ସରକାରୀ କର୍ମଚାରୀଙ୍କ ଦରମା କଟାଯାଇଥିଲା, ଯାହା ଡ୍ୟାମ ପାଇଁ ଦାନ ଭାବରେ ସିଧା ଯାଇଥିଲା। ଦେଶର କ୍ରିକେଟ୍ ଦଳ ଏବଂ ଅନ୍ୟ ପ୍ରସିଦ୍ଧ ସଂଗୀତଜ୍ଞମାନେ ମଧ୍ୟ ସହଯୋଗ କରିଥିଲେ। ୨୦୧୮ରେ ପାକିସ୍ତାନୀ କ୍ରିକେଟ୍ ଅଧିନାୟକ ସର୍ଫରାଜ ଅହମ୍ମଦ କହିଥିଲେ ଯେ, ପ୍ରତ୍ୟେକ ଖେଳାଳି ଦୁଇ ଲକ୍ଷ ଟଙ୍କା ଲେଖାଏଁ ଦେବେ ଏବଂ ଦଳ ମୋଟ ୩୨ ଲକ୍ଷ ଟଙ୍କା ଦେବ। ଡ୍ୟାମ ପାଇଁ ଜଣାଶୁଣା ଗାୟକ ଅତିଫ ଅସଲମ ୨୫ ଲକ୍ଷ ଟଙ୍କା ଦାନ କରିଥିଲେ।

Also Read: Maharashtra Politics: 'ଥଟ୍ଟା କରିବା ବନ୍ଦ କର, ବର୍ତ୍ତମାନ ଗମ୍ଭୀର ହୋଇଯାଅ'

ତେବେ ବହୁ ଉତ୍ସାହର ସହ ଏହି ଉଦ୍ୟମ ଆରମ୍ଭ କରିଥିବା ପ୍ରଧାନ ବିଚାରପତି ସାକିବ ନିସରଙ୍କ ଅବସର ପରେ ସମସ୍ତ ଦଳ ଏହି ପାଣ୍ଠି ପ୍ରତି ଆଗ୍ରହ ହରାଇଥିଲେ ଏବଂ ଦାନ ପ୍ରାୟ ଶୂନ୍ୟରେ ପହଞ୍ଚିଥିଲା। ବର୍ତ୍ତମାନ ମଧ୍ୟ ଡ୍ୟାମର ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ, କିନ୍ତୁ ଏଥିରେ ଏବେ ଦୁର୍ନୀତିର ରଙ୍ଗ ବୋଳି ହୋଇଯାଇଛି। ଯାହାକୁ ନେଇ ପାକିସ୍ତାନୀଙ୍କ ମଧ୍ୟରେ ସରକାରଙ୍କ ପ୍ରତି ଆକ୍ରୋଶ ଦେଖିବାକୁ ମିଳିଛି। ଲୋକେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସରକାରଙ୍କ ବିରୋଧରେ ସ୍ୱର ଉଠାଉଛନ୍ତି। 

ସୂଚନାଯୋଗ୍ୟ, Diamer Basha Dam ବିବାଦୀୟ କାଶ୍ମୀରରେ ନିର୍ମାଣ ହୋଇଛି। ୧୯୮୦ ମସିହାରେ ଏହି ସିନ୍ଧୁ ନଦୀ ଉପରେ ଏହି ଡ୍ୟାମ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ୨୦୦୬ ମସିହାରେ ଏହାକୁ ମଞ୍ଜୁରୀ ମିଳିଲା। କିନ୍ତୁ ବିବାଦୀୟ ଜମି ପାଇଁ ବିଶ୍ୱ ବ୍ୟାଙ୍କ ଓ ଏସିଆ ବ୍ୟାଙ୍କ ଏଥିରେ ପୁଞ୍ଜି ନିବେଶ କଲେ ନାହିଁ। ଫଳରେ ୨୦୧୮ରେ ସରକାର ଏଥିପାଇଁ ଚାନ୍ଦା ଆଦାୟ କଲେ। ତାପରେ ୨୦୨୦ ମସିହାରେ ଏହି Diamer Basha Dam ନିର୍ମାଣ ପାଇଣ ଚୀନ ସହ ୪୪୨୦୦ କୋଟି ଟଙ୍କାର ଏକ ସ୍ୱାକ୍ଷରିତ ହୋଇଥିଲା।