Pakistan Economic Crisis: ଗୋଟିଏ ଝଟକାରେ ୨୨ ଟଙ୍କା ବଢିଲା ପେଟ୍ରୋଲ ମୂଲ୍ୟ, ଜାଣନ୍ତୁ ଭାରତ ଠାରୁ କେତେ ମହଙ୍ଗା
Advertisement
Article Detail0/zeeodisha/odisha1574293

Pakistan Economic Crisis: ଗୋଟିଏ ଝଟକାରେ ୨୨ ଟଙ୍କା ବଢିଲା ପେଟ୍ରୋଲ ମୂଲ୍ୟ, ଜାଣନ୍ତୁ ଭାରତ ଠାରୁ କେତେ ମହଙ୍ଗା

Pakistan Financial Crisis: ସଦ୍ୟ ଦେଶରେ ଉପସ୍ଥାପିତ ହୋଇଥିବା ମିନି ବଜେଟ ପାକିସ୍ତାନୀଙ୍କ ଲାଗି ସମସ୍ୟା ବଢାଇଦେଇଛି। କାରଣ ଦେଶରେ ଆର୍ଥିକ ସଂକଟ ଜାରି ରହିଥିବା ବେଳେ ପାକିସ୍ତାନ ସରକାର ଆହୁରି ଅଧିକ ଟିକସ ଦେଶବାସୀଙ୍କ ଉପରେ ଲଦି ଦେଇଛନ୍ତି। 

  Pakistan Economic Crisis:  ଗୋଟିଏ ଝଟକାରେ ୨୨ ଟଙ୍କା ବଢିଲା ପେଟ୍ରୋଲ ମୂଲ୍ୟ, ଜାଣନ୍ତୁ ଭାରତ ଠାରୁ କେତେ ମହଙ୍ଗା

Pakistan Petrol Price: ପାକିସ୍ତାନରେ ସୃଷ୍ଟି ହୋଇଥିବା ଆର୍ଥିକ ସଂକଟ ପାଇଁ ଦେଶର ସରକାର ଅନେକାଂଶରେ ଦାୟୀ। ଦେଶରେ ବଢୁଥିବା ମୁଦ୍ରାସ୍ଫୀତି ଏବଂ ଖାଲି ହେବାରେ ଲାଗିଥିବା ସରକାରୀ ରାଜକୋଷ ପାକିସ୍ତାନୀ ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ପରିସ୍ଥିତି ଏଭଳି ହେଉଛି ଏଠାରେ ଗୋଟିଏ ଲିଟର ତେଲର ମୂଲ୍ୟ ୧୨୦ ଟଙ୍କା ଅତିକ୍ରମ କରିସାରିଛି। ଯେତେବେଳେ ଅନ୍ୟପଟେ ଲୋକେ ଘିଅ ଏବଂ ଚିକେନ୍ ଭଳି ଖାଦ୍ୟ ପଦାର୍ଥ ବାବଦରେ ଚିନ୍ତା କରିପାରିବେ ନାହିଁ। ଘିଅର ମୂଲ୍ୟ କିଲୋଗ୍ରାମ ପିଛା ୨୫୦୦ ଟଙ୍କା ହୋଇଥିବା ବେଳେ ଚିକେନ୍ ମୂଲ୍ୟ କିଲୋଗ୍ରାମ ପିଛା ୭୮୦ ଟଙ୍କାରେ ପହଞ୍ଚିଛି। ଦିନକୁ ଦିନ ଖରାପ ହୋଇଠୁଥିବା ଦେଶର ଆର୍ଥିକ ସ୍ଥିତି ମଧ୍ୟରେ ପାକିସ୍ତାନ ସରକାର ଦେଶବାସୀଙ୍କୁ ଆଶ୍ୱସ୍ତି ଦେବା କଥା। ହେଲେ ବର୍ତ୍ତମାନ ପାକିସ୍ତାନ ସରକାର ଦେଶର ଜନସାଧାରଣଙ୍କ କଷ୍ଟ ଉପାର୍ଜିତ ଅର୍ଥ ସାମ୍ନାରେ ଶତ୍ରୁ ଭଳି ଛିଡ଼ା ହୋଇଛି। 

ବେଶ ଦୟନୀୟ ଆର୍ଥିକ ପରିସ୍ଥିତି ମଧ୍ୟରେ ନିଜର ଗୁଜୁରାଣ ମେଣ୍ଟାଉଥିବା ପାକିସ୍ତାନୀଙ୍କ ଉପରେ ଏବେ ଟିକସ ବୋଝ ଲଦି ଦେଇଛନ୍ତି ପାକିସ୍ତାନ ସରକାର। ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ସମସ୍ୟାର ସମାଧାନ କରିବା ପାଇଁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପାଖରୁ ଋଣ ପାଇବାକୁ ପାକିସ୍ତାନ ସରକାର ଯୋଜନା କରିଛନ୍ତି। ଏନେଇ ଦେଶରେ ଟିକସ ବୃଦ୍ଧି କରିବା ସହିତ ଏକ ମିନି ବଜେଟ୍ ଉପସ୍ଥାପନ ମଧ୍ୟ ଉପସ୍ଥାପନ କରିଛନ୍ତି। ଟିକସ ବୃଦ୍ଧି କରାଯିବା କାରଣରୁ ପାକିସ୍ତାନ ବଜାରରେ ବିଭିନ୍ନ ଜିନିଷର ମୂଲ୍ୟ ପୂର୍ବ ଅପେକ୍ଷା ଆହୁରି ଅଧିକ ବୃଦ୍ଧି ପାଇଛି। ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ପାକିସ୍ତାନ ବଜାରରେ ତୈଳ ମୂଲ୍ୟରେ ବହୁତ ବୃଦ୍ଧି ହୋଇଛି।

ଗୋଟିଏ ରାତିରେ ପେଟ୍ରୋଲ ଦର ଲିଟର ପିଛା ୨୨ ଟଙ୍କା ବୃଦ୍ଧି କରାଯାଇଛି। ଯେଉଁ କାରଣରୁ ଏବେ ପାକିସ୍ତାନ ବଜାରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୨୭୨ ଟଙ୍କା ହୋଇଯାଇଛି। ସେହିପରି ଡିଜେଲ ମୂଲ୍ୟ ଲିଟର ପିଛା ୨୮୦ ଟଙ୍କା ହୋଇଥିବା ବେଳେ, କିରୋସିନ ମୂଲ୍ୟ ଲିଟର ପିଛା ୨୦୨ ଟଙ୍କାରୁ ଅଧିକ ହୋଇଯାଇଛି। କିରୋସିନ ମୂଲ୍ୟରେ ଲିଟର ପିଛା ୧୨.୯୦ ଟଙ୍କା ବୃଦ୍ଧି ହୋଇଛି। ବୁଧବାର ମଧ୍ୟରାତ୍ରୀରୁ ନୂତନ ମୂଲ୍ୟ ଲାଗୁ କରାଯାଇଛି। ଭାରତୀୟ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ତୁଳନାରେ ବର୍ତ୍ତମାନ ପାକିସ୍ତାନ ବଜାରରେ ତୈଳ ଦର ମୂଲ୍ୟ ଯଥାକ୍ରମେ ୧୭୬ ଏବଂ ୧୯୧ ଟଙ୍କାରେ ପହଞ୍ଚିଛି।

ବିଶେଷଜ୍ଞ କହିଛନ୍ତି ଯେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପାଖରୁ ସହାୟତା ପାଇବା ଲାଗି ପାକିସ୍ତାନ ସରକାର ସେତବେଳେ ନିଜ ଗୋଡରେ କୁରାଢୀ ମାରି ଦେଇଛନ୍ତି ଯେତେବେଳେ ସରକାରଙ୍କୁ ପ୍ରତ୍ୟେକ ଦିଗ ଉପରେ ନିଆଯାଇଥିବା ପଦକ୍ଷେପ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଥିଲା। ବିଶେଷଜ୍ଞ ବିଶ୍ୱାସ କରୁଛନ୍ତି ଯେ ମିନି ବଜେଟ ଉପସ୍ଥାପନ ହେବା ପରେ ଟିକସ ବୃଦ୍ଧି କରିବା ଦ୍ୱାରା ପାକିସ୍ତାନରେ ମୁଦ୍ରାସ୍ଫୀତି ଆହୁରି ବୃଦ୍ଧି ପାଇବ। ପେଟ୍ରୋଲ ଏବଂ ତୈଳ ମୂଲ୍ୟରେ ହଠାତ୍ ବୃଦ୍ଧି ହେତୁ ଦେଶର ଅର୍ଥନୀତି ଆହୁରି ଦୋଦୁଲ୍ୟମାନ ଅବସ୍ଥାକୁ ଚାଲିଯିବା। ମୋଟ ଉପରେ କହିବାକୁ ପାକିସ୍ତାନ ଅର୍ଥନୀତି ଆହୁରି ଶୋଚନୀୟ ଅବସ୍ଥାକୁ ଚାଲିଯିବ।