Parag Desai: କୁକୁର କାମୁଡ଼ାରେ ଏହି ଜଣାଶୁଣା ଉଦ୍ୟୋଗପତିଙ୍କ ଦେହାନ୍ତ
Advertisement
Article Detail0/zeeodisha/odisha1927335

Parag Desai: କୁକୁର କାମୁଡ଼ାରେ ଏହି ଜଣାଶୁଣା ଉଦ୍ୟୋଗପତିଙ୍କ ଦେହାନ୍ତ

ଗୁରୁତର ଅବସ୍ଥାରେ ଶ୍ରୀ ଦେଶାଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। 

Parag Desai: କୁକୁର କାମୁଡ଼ାରେ ଏହି ଜଣାଶୁଣା ଉଦ୍ୟୋଗପତିଙ୍କ ଦେହାନ୍ତ

Parag Desai: ନୂଆଦିଲ୍ଲୀ: ଦେଶର ଜଣାଶୁଣା ଚାହା କମ୍ପାନୀ 'ବାଘ ବକରୀ ଚାୟ'ର ମାଲିକ ପରାଗ ଦେଶାଇଙ୍କ ପରଲୋକ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ଦେଶାଇ ନିଜ ବାସଭବନ ବାହାରେ ବୁଲୁଥିବା କୁକୁରଙ୍କ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା। ଗଣମାଧ୍ୟମ ସୂଚନା ଅନୁଯାୟୀ ଗତ ୧୫ ତାରିଖରେ ତାଙ୍କୁ କିଛି ବୁଲା କୁକୁର ମରଣାନ୍ତକ ଭାବେ ଆକ୍ରମଣ କରିଥିଲେ। ଫଳରେ କୁକୁର କାମୁଡ଼ିବା ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଏ ସମ୍ପର୍କରେ ସୁରକ୍ଷା କର୍ମୀ ପରାଗଙ୍କ ପରିବାରକୁ ସୂଚନା ଦେଇଥିଲେ। ଗୁରୁତର ଅବସ୍ଥାରେ ଶ୍ରୀ ଦେଶାଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। 

ଖବର ଅପଡେଟ ହେଉଛି।