ବିଶ୍ୱର ଏହି ଧନୀ ଦେଶରେ ଖାଦ୍ୟ ପାଇଁ ଲାଗିଛି ଲୋକଙ୍କ ଲମ୍ୱା ଲାଇନ
Advertisement

ବିଶ୍ୱର ଏହି ଧନୀ ଦେଶରେ ଖାଦ୍ୟ ପାଇଁ ଲାଗିଛି ଲୋକଙ୍କ ଲମ୍ୱା ଲାଇନ

୨୦୧୮ ରିପୋର୍ଟ ଅନୁଯାୟୀ, ୮୬ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ କେବଳ ୬.୬ ଲକ୍ଷ ଲୋକ ଗରିବ ଥିଲେ । ବିଶେଷକରି ଅବିବାହିତ ପିତାମାତା ଏବଂ କମ୍ ଶିକ୍ଷିତ ବ୍ୟକ୍ତି ଏଠାରେ ଚାକିରି ପାଇବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: କୋରୋନା ଭୂତାଣୁ ମହାମାରୀ ଯୋଗୁଁ ଦୁନିଆର ଅନେକ ଦେଶର ଅବସ୍ଥା ଅତି ଖରାପ ସ୍ଥିତିରେ ପହଞ୍ଚିଛି । ସବୁଠାରୁ ଧନୀ ଦେଶ ମଧ୍ୟରେ ସାମିଲ ଥିବା ସ୍ୱିଜରଲ୍ୟାଣ୍ଡର ସ୍ଥିତି ଅତି ସଙ୍କଟାପନ୍ନ । ଏଠାରେ ଲୋକମାନେ ମାଗଣାରେ ଖାଇବା ପାଇଁ ଧାଡ଼ିରେ ଦେଖାଯାଉଛନ୍ତି । ରଏଟର୍ସ ରିପୋର୍ଟ ଅନୁଯାୟୀ, ଶନିବାର ଜେନେଭାରେ ଏକ ହଜାରରୁ ଅଧିକ ଲୋକ ଲାଇନ ଛିଡ଼ା ହୋଇ ଖାଦ୍ୟ ଗ୍ରହଣ କରିଥିଲେ ।

ସ୍ୱିଜରଲ୍ୟାଣ୍ଡରେ ୩୦,୩୦୫ରୁ ଅଧିକ କୋରୋନା ମାମଲା ସାମ୍ନାକୁ ଆସିଛି । ଏପର୍ଯ୍ୟନ୍ତ ୧୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସ୍ୱିଜରଲ୍ୟାଣ୍ଡର ଜନସଂଖ୍ୟା ମାତ୍ର ୮୬ ଲକ୍ଷ ହେବ । କୋରୋନା ପ୍ରଭାବରେ ଏପରି ଦେଖାଦେଇଛି ଯେ ଜେନେଭାରେ ଲୋକମାନେ ଏକ କିଲୋମିଟର ଲମ୍ବା ଲାଇନରେ ଶନିବାର ଖାଦ୍ୟ ପ୍ୟାକେଟ୍ ନେଉଥିବାର ଦେଖାଯାଇଥିଲା । ଏଥିପାଇଁ ଲୋକମାନେ ସକାଳ ୫ଟାରୁ ଲାଇନରେ ଲାଗିଥିଲେ ।

ନିକାର୍ଗୁଆରୁ ଆସି ପରେ ଜେନେଭାରେ ରହୁଥିବା ଇନଗ୍ରିଡ ବର୍ଲା କହିଛନ୍ତି ଯେ, ମାସ ଶେଷରେ ମୋ ପକେଟ ଖାଲି ହୋଇଯାଇଥାଏ । ଆମକୁ ବିଲ୍, ବୀମା ଏବଂ ଅନ୍ୟାନ୍ୟ ଜିନିଷ ଦେବାକୁ ପଡିଥାଏ । ଏହା ଭଲ ଯେ ଆମେ ଏକ ସପ୍ତାହ ପାଇଁ ଖାଦ୍ୟ ପାଇଲୁ । ଆଗାମୀ ସପ୍ତାହ ବିଷୟରେ ଜାଣେନି ।

୨୦୧୮ ରିପୋର୍ଟ ଅନୁଯାୟୀ, ୮୬ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ କେବଳ ୬.୬ ଲକ୍ଷ ଲୋକ ଗରିବ ଥିଲେ । ବିଶେଷକରି ଅବିବାହିତ ପିତାମାତା ଏବଂ କମ୍ ଶିକ୍ଷିତ ବ୍ୟକ୍ତି ଏଠାରେ ଚାକିରି ପାଇବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ।

ସ୍ୱିସ୍ ବ୍ୟାଙ୍କ ୟୁବିଏସ୍ ଦ୍ୱାରା କରାଯାଇଥିବା ଏକ ଆକଳନ ଅନୁଯାୟୀ, ୩ ଜଣଙ୍କ ପରିବାର ଅନୁଯାୟୀ ଜେନେଭା ବିଶ୍ୱର ଦ୍ୱିତୀୟ ମହଙ୍ଗା ସହର ଅଟେ । ଯଦିଓ ସହରରେ ରହୁଥିବା ଲୋକଙ୍କ ହାରାହାରି ଆୟ ଭଲ । କିନ୍ତୁ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କୁ ଏଥିରୁ ସାହାଯ୍ୟ ମିଳି ନଥାଏ ।