Today Petrol-Diesel Rate 13 September 2022: ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।
Trending Photos
ନୂଆଦିଲ୍ଲୀ: Today Petrol-Diesel Rate 13 September 2022: ପେଟ୍ରୋଲ ଓ ଡିଜେଲ (Petrol Diesel Price) ର ମୂଲ୍ୟରେ ହ୍ରାସ ବୃଦ୍ଧି ଆମର ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ସେଥିପାଇଁ ଆମର ନଜର ପ୍ରତିଦିନ ଏହାର ମୂଲ୍ୟ ଉପରେ ଥାଏ । ଆଜି (ସୋମବାର) ଅର୍ଥାତ ସେପ୍ଟେମ୍ୱର ୧୩ରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ (Petrol Diesel Price) ର ନୂଆ ଦର ଜାରି କରିଦେଇଛନ୍ତି । ଆଜି ଲଗାତର ୧୧୩ ଦିନ ହେବ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ଘଟି ନାହିଁ ।
ଅନ୍ୟପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ (Crude Oil Price) ରେ ବୃଦ୍ଧି ଘଟିଛି । ଆଜି ସକାଳେ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ପ୍ରାୟ ୯୪.୦୮ ଡଲାର ଥିବାବେଳେ ଡବ୍ଲୁଟିଆଇ ବ୍ୟାରେଲ ପିଛା ୮୭.୮୭ ଡଲାରକୁ ପହଞ୍ଚିଛି । ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ, ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୬.୭୨ ଟଙ୍କା ଓ ଗୋଟିଏ ଲିଟର ଡିଜେଲ ୮୯.୬୨ ଟଙ୍କା ରହିଛି । ସେପଟେ ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ସ୍ଥିରତା ଦେଖାଦେଇଛି । ଆଜି ଭୁବନେଶ୍ୱରରେ ତୈଲ ଦରରେ ବୃଦ୍ଧି ରେକର୍ଡ କରାଯାଇଛି ।
ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୬.୭୨ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୬.୩୧ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୬.୦୩ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୩.୧୯ ଟଙ୍କା ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୩.୧୯ ଟଙ୍କା ରହିଛି । ଗତକାଲି ଏଠାରେ ପେଟ୍ରୋଲ ଦର ୧୦୩.୦୧ ଟଙ୍କା ଥିଲା ।
ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୯.୬୨ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୪.୨୭ ଟଙ୍କା ଓ କୋଲକାତାରେ ଲିଟର ପିଛା ୯୨.୭୬ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୪.୨୪ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ଡିଜେଲ ଦର ୯୪.୭୬ ଟଙ୍କାରେ ବିକ୍ରି ହେଉଛି । ଗତକାଲି ଡିଜେଲ ଦର ୯୪.୫୮ ଟଙ୍କା ଥିଲା ।
ଅଧିକ ପଢ଼ନ୍ତୁ:-ନୋସ୍ତ୍ରେଦମସ୍ ଋଷ ଓ ଚୀନକୁ ନେଇ କରିଥିଲେ ଏହି ଭବିଷ୍ୟବାଣୀ, ଯଦି ସତ ହୁଏ ତ ବଦଳି ଯିବ ଦୁନିଆ
ଅଧିକ ପଢ଼ନ୍ତୁ:-କୋଟି କୋଟି କର୍ମଚାରୀଙ୍କ ପାଇଁ ବଡ଼ ଅପଡେଟ୍; ବଦଳିଯିବ ଅଫିସର ନିୟମ, ସପ୍ତାହରେ ୪ ଦିନ କରିବାକୁ ପଡ଼ିବ କାମ, ୩ ଦିନ ମିଳିବ ଛୁଟି!
ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍, ସ୍ଥିର ହୋଇଯାଇଛି ତାରିଖ! ଜାଣନ୍ତୁ କେଉଁ ଦିନ ମୋଦି ସରକାର ବଢ଼ାଇବେ ମହଙ୍ଗା ଭତ୍ତା?
ଜାଣନ୍ତୁ ଆପଣଙ୍କ ସହରର ରେଟ୍
ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।
ଏଠାରେ ଚେକ୍ କରନ୍ତୁ-https://iocl.com/Products/PetrolDieselPrices.aspx
ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।