Philippines: ଅଗ୍ନିକାଣ୍ଡ ପରେ ହୁ ହୁ ହୋଇ ଜଳିଉଠିଲା ପାସେଞ୍ଜର ଫେରୀ, ୩୧ ମୃତ
Advertisement

Philippines: ଅଗ୍ନିକାଣ୍ଡ ପରେ ହୁ ହୁ ହୋଇ ଜଳିଉଠିଲା ପାସେଞ୍ଜର ଫେରୀ, ୩୧ ମୃତ

Philippines Ferry: ଦେଶର ବେସିଲାନ୍ ଦ୍ୱୀପ ଠାରେ ହୋଇଥିବା ଅଗ୍ନିକାଣ୍ଡ ସମ୍ପର୍କରେ ପ୍ରତିକ୍ରିୟା ରଖିଛି ଫିଲିପାଇନ୍ସ ତଟରକ୍ଷକ ବଳ। ଏନେଇ ତଟରକ୍ଷକ ବଳ ମୁଖ୍ୟ କହିଛନ୍ତି ପ୍ରଥମେ ପାଣିରୁ ୧୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ପାଣିରେ ବୁଡ଼ି ଯିବା କାରଣରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପରେ ପାସେଞ୍ଜର ଫେରୀ କ୍ୟାବିନ ମଧ୍ୟରୁ ଆଉ ୧୮ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ହେଲେ ସେମାନେ ସମ୍ପୂର୍ଣ୍ଣ ଜଳି ଯାଇଥିଲେ। 

Philippines: ଅଗ୍ନିକାଣ୍ଡ ପରେ ହୁ ହୁ ହୋଇ ଜଳିଉଠିଲା ପାସେଞ୍ଜର ଫେରୀ, ୩୧ ମୃତ

Philippines Ferry Fire: ଦକ୍ଷିଣ ଫିଲିପାଇନ୍ସ ଠାରେ ଏକ ପାସେଞ୍ଜର ଫେରୀରେ ଅଗ୍ନିକାଣ୍ଡ ହେବାରୁ ୩୧ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର ଶୀକାର ହୋଇଥିବା ଏହି ପାସେଞ୍ଜର ଫେରୀ ସ୍ଥାନୀୟ ଅଞ୍ଚଳରେ ଯାତ୍ରୀ ପରିବହନ କାର୍ଯ୍ୟରେ ବ୍ୟବହୃତ ହେଉଥିଲା। ପାସେଞ୍ଜର ଫେରୀରେ ହୋଇଥିବା ଅଗ୍ନିକାଣ୍ଡ ସମ୍ପର୍କରେ ଫିଲିପାଇନ୍ସ ତଟରକ୍ଷୀ ବାହିନୀ ଗୁରୁବାର ସ୍ପଷ୍ଟ କରିଛି। ମୃତକଙ୍କ ମଧ୍ୟରେ ଏକ ୬ ମାସର ଶିଶୁ ରହିଥିବା ଜଣାପଡ଼ିଛି। ବୁଧବାର ରାତି ସମୟରେ ବେସିଲାନ୍ ଦ୍ୱୀପ ଠାରେ ହୋଇଥିବା ଅଗ୍ନିକାଣ୍ଡର କାରଣ ଜାଣିବାକୁ ସ୍ଥାନୀୟ ପ୍ରଶାସନ ଚେଷ୍ଟା କରୁଛି। ନିଆଁ ଲାଗିବା ପରେ ଅଧିକାଂଶ ଯାତ୍ରୀ ଫେରୀ ତଳ ଭାଗରେ ଡେକ୍ ମଧ୍ୟରେ ରହିଥିବା ଶୀତତାପ ନିୟନ୍ତ୍ରିତ କ୍ୟାବିନ ଠାରେ ଶୋଇଥିଲେ।

ବେସିଲାନ୍ ଦ୍ୱୀପ ଠାରେ ହୋଇଥିବା ଅଗ୍ନିକାଣ୍ଡ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଦକ୍ଷିଣ ମିଣ୍ଡାନାଓ ଅଞ୍ଚଳ କୋଷ୍ଟଗାର୍ଡ ମୁଖ୍ୟ କମୋଡୋର ରେଜାର୍ଡ ମାର୍ଫେ। ଏନେଇ କୋଷ୍ଟଗାର୍ଡ ମୁଖ୍ୟ କହିଛନ୍ତି ପ୍ରଥମେ ପାଣିରୁ ୧୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ପାଣିରେ ବୁଡ଼ି ଯିବା କାରଣରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପରେ ପାସେଞ୍ଜର ଫେରୀ କ୍ୟାବିନ ମଧ୍ୟରୁ ଆଉ ୧୮ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ହେଲେ ସେମାନେ ସମ୍ପୂର୍ଣ୍ଣ ଜଳି ଯାଇଥିଲେ। 

ଏହି ଘଟଣାରେ ମୃତକଙ୍କ ସଂଖ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ୩୧ ରହିଥିବା ସ୍ପଷ୍ଟ କରିଛନ୍ତି ବେସିଲାନ ଗଭର୍ଣ୍ଣର ଜିମ ହାଟମାନ ସଲିମାନ। ତାଙ୍କ କହିବା ଅନୁସାରେ ଅଗ୍ନିକାଣ୍ଡ ହେବା ପରେ ପ୍ରଥମେ ଜଣାପଡ଼ିଥିଲା ଯେ ଏହି ଘଟଣାରେ ୧୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ହେଲେ ପରେ ଆହୁରି ୧୮ ମୃତଦେହ ମିଳିଥିଲା। ବେସିଲାନ ଗଭର୍ଣ୍ଣର ଆହୁରି କହିଛନ୍ତି ଯେ, ଉଦ୍ଧାର ହୋଇଥିବା ଅନେକ ଲୋକ ନିଆଁ ଆତଙ୍କରେ "ଏମଭି ଲେଡି ମେରି ଜୟ ୨" ଫେରୀରୁ ଡେଇଁ ପଡ଼ିଥିଲେ। ହେଲେ ସେମାନଙ୍କୁ ଫିଲିଫାଇନ୍ସ ତଟରକ୍ଷକ ବଳ, ନୌସେନା, ଅନ୍ୟ ଏକ ଜାହାଜ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହାୟତାରେ ସମୁଦ୍ରରୁ ଉଦ୍ଧାର କରାଯାଇଥିଲା। 

ଏହି ଫେରୀ ଯୋଗେ ମୋଟ କେତେ ସଂଖ୍ୟକ ଲୋକ ଯାତ୍ରା କରୁଥିଲେ ତାହା ସ୍ପଷ୍ଟ ହୋଇନାହିଁ। ହେଲେ ଅଧିକାରୀ କହିଛନ୍ତି ଯେ ଏହି ଫେରୀରେ ମାତ୍ରାଧିକ ସଂଖ୍ୟକ  ଲୋକ ଯାତ୍ରା କରୁନଥିଲେ। ହେଲେ ଫିଲିଫାଇନ୍ସ ତଟରକ୍ଷକ ବଳ ପକ୍ଷରୁ କୁହାଯାଇଛନ୍ତି ଯେ ଫେରୀରୁ ୩୫ ଜଣ ଚାଳକ ଦଳ ସଦସ୍ୟଙ୍କ ସମେତ ମୋଟ ୨୩୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। କୋଷ୍ଟଗାର୍ଡ ମୁଖ୍ୟ କମୋଡୋର ରେଜାର୍ଡ ମାର୍ଫେ କହିଛନ୍ତି ଯେ ନିଆଁ ଲାଗିବା ପରେ ଫେରୀ ଯୋଗେ ଯାତ୍ରା କରୁଥିବା ଲୋକଙ୍କ ମଧ୍ୟରେ ଭୟ ଖେଳି ଯାଇଥିଲା।

ଗୁରୁବାର ସକାଳେ ଅଗ୍ନିଶମ ବିଭାଗ କର୍ମଚାରୀ  ନିଆଁକୁ ଆୟତ୍ତ କରିଥିଲେ। ପୋଡିଯାଇଥିବା ଫେରୀ ଉପକୂଳକୁ ଫେରାଇ ନିଆଯାଇଥିଲା। ଯେଉଁଠାରେ ତଟରକ୍ଷକ ବଳ କର୍ମଚାରୀ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଆହୁରି ୧୮  ମୃତଦେହ ମିଳିଥିଲା। ଫିଲିଫାଇନ୍ସ ତଟରକ୍ଷକ ବଳ ପକ୍ଷରୁ ଏହି ଅଗ୍ନିକାଣ୍ଡ ଘଟଣାର ଫଟୋ ସେୟାର କରାଯାଇଛି। ଯେଉଁଥିରେ "ଏମଭି ଲେଡି ମେରି ଜୟ ୨" ଫେରୀରେ ଅଗ୍ନକାଣ୍ଡ ହୋଇଥିବାର ସ୍ପଷ୍ଟ ହୋଇଯାଇଛି।  

ଫିଲିପାଇନ୍ସରେ ଅନେକ ସାମୁଦ୍ରିକ ଦୁର୍ଘଟଣା ଘଟିଛି। ଯେଉଁଥିରେ ପ୍ରାୟତଃ ଜାହାଜ, ବୋଟ, ଫେରୀ କିମ୍ବା ଡଙ୍ଗା ପ୍ରାୟତଃ ଭରପୂର ହୋଇ ରହିଥାଏ। ଅନେକ ପୁରୁଣା କାଳିଆ ଜାହାଜ ମଧ୍ୟ ବ୍ୟବହାର କରାଯାଇଥାଏ। ଯେଉଁ କାରଣରୁ ସମୁଦ୍ରରେ ଯାତ୍ରା କରିବା ବେଳେ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ। ଗତ ବର୍ଷ ମେ ମାସରେ ୧୩୪ ଜଣ ଲୋକଙ୍କୁ ନେଇ ଯାତ୍ରା କରିବା ବେଳେ ଏକ ହାଇ ସ୍ପୀଡ୍ ଫିଲିପାଇନ୍ସ ଫେରୀରେ ନିଆଁ ଲାଗି ଯାଇଥିଲା। ଏହି ଘଟଣାରେ ୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ୧୯୮୭ ମସିହା ପରେ ଏହି ଘଟଣା ସବୁଠାରୁ ଖରାପ ଘଟଣା ଘଟିଥିଲା। ଯେତେବେଳେ ଦେଶର ରାଜଧାନୀ ମାନିଲାର ଦକ୍ଷିଣରେ ଥିବା ମିଣ୍ଡୋରୋ ଦ୍ୱୀପ ଠାରେ ଏକ ତୈଳ ବୋଝେଇ ଟ୍ୟାଙ୍କର ସହିତ ମାତ୍ରାଧିକ ଯାତ୍ରୀଙ୍କ ନେଇ ଯାତ୍ରା କରୁଥିବା ଡୋନା ପାଜ ନାମକ ଫେରୀ ଧକ୍କା ହୋଇଥିଲା। ଏହି ଘଟଣାରେ ପ୍ରାୟ ୫୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା।