Advertisement
Photo Details/zeeodisha/odisha774597
photoDetails0hindi

ବିହାର ନିର୍ବାଚନ: ଓଡ଼ିଶା ଆସିଥିଲେ ତେଜସ୍ୱି, କାହିଁକି ପଢନ୍ତୁ...

ଆଜିଠାରୁ ବିହାରରେ ନିର୍ବାଚନୀ ପର୍ବ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସକାଳ ପ୍ରାୟ ୭ଟାରୁ ମତଦାନ କରୁଛନ୍ତି ଭୋଟର। ତେବେ ଏହି ନିର୍ବାଚନରେ ଏଥର ଆରଜେଡ଼ି, କଂଗ୍ରେସ ଓ ବାମଦଳକୁ ନେଇ ହୋଇଥିବା ମହମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି ତେଜସ୍ୱି ଯାଦବ। ତେଜସ୍ୱି ବେଶ ଯୁବ ବୟସରୁ ନିର୍ବାଚନ ରଣାଙ୍ଗନରେ ନିଜକୁ ପ୍ରତିଷ୍ଠା କରିପାରିଛନ

1/6

କିନ୍ତୁ ଲାଲୁଙ୍କ ଏହି ୩୦ ଲାଡଲାଙ୍କ ଇତିହାସ ବେଶ ରୋଚକ ରହିଛି। ତେଜସ୍ୱି ରାଜନୀତିରେ ପାଦ ଥାପିବା ପୂର୍ବରୁ କ୍ରିକେଟ ଜଗତରେ ମଧ୍ୟ ନିଜକୁ ବେଶ ପ୍ରତିଷ୍ଠିତ କରିପାରିଥିଲେ। ଯଦିଓ ସେ ଜାତୀୟ କିମ୍ବା ଅନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି, କିନ୍ତୁ ଘରୋଇ କ୍ରିକେଟରେ ସେ ଜଣେ ଭଲ ପ୍ରଦର୍ଶନ କରୁଥିବା କ୍ରିକେଟର ଭାବେ ନିଜକୁ ସାବ୍ୟସ୍ତ କରିପାରିଥିଲେ। ତେଜସ୍ୱିଙ୍କ ଏହି ପ୍ରତିଭାକୁ ବହୁ କମ ଲୋକ ଜାଣନ୍ତି। 

 

2/6

ତେଜସ୍ୱି ଓଡ଼ିଶା ବିପକ୍ଷରେ ଲିଷ୍ଟ ଏ ମ୍ୟାଚ ମଧ୍ୟ ଖେଳିଛନ୍ତି। କଟକ ବାରବାଟୀ ଷ୍ଟାଡ଼ିୟମରେ ସେ ଓଡ଼ିଶା ବିପକ୍ଷରେ ମ୍ୟାଚ ଖେଳି ସାରିଛନ୍ତି। ଲିଷ୍ଟ ଏ ମ୍ୟାଚ ବ୍ୟତୀତ ସେ ଝାଡ଼ଖଣ୍ଡ ପାଇଁ ରଣଜୀ, ପ୍ରଥମ ଶ୍ରେଣୀ କ୍ରିକେଟ ମଧ୍ୟ ଖେଳି ସାରିଛନ୍ତି। କ୍ରିକେଟ ପାଇଁ ପାଗଳ ଥିବା ତେଜସ୍ୱି ଖୁବ କମ ବୟସରେ ହିଁ ପାଠପଢାରୁ ଅବସର ନେଇଯାଇଥିଲେ। ଯେଉଁଥି ପାଇଁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥାଏ। 

ଅଧିକ ପଢନ୍ତୁ: ଏହି ୫ଟି ରାଜ୍ୟରେ କୋରୋନା ଭୂତାଣୁର ବିପଦ ସବୁଠାରୁ ଅଧିକ

 

3/6

ସେପଟେ ଯଦି ତାଙ୍କ କ୍ରିକେଟ କ୍ୟାରିୟର ଉପରେ ନଜର ପକାଯାଏ, ତେବେ କ୍ରିକେଟ ଖେଳିବା ପାଇଁ ତେଜସ୍ୱି ଦୁଇଥର ଓଡ଼ିଶାରେ ଦୁଇଥର ଖେଳିଛନ୍ତି। ଲିଷ୍ଟ-ଏର ଦୁଇଟି ଯାକ ମ୍ୟାଚ ଖେଳିଛନ୍ତି ତେଜସ୍ୱି। ଝାଡ଼ଖଣ୍ଡ ପାଇଁ ଖେଳୁଥିବା ତେଜସ୍ୱି ଗୋଟିଏ ଓଡ଼ିଶା ବିପକ୍ଷରେ ଖେଳିଥିବା ବେଳେ ଅନ୍ୟଟି ତ୍ରିପୁରା ବିପକ୍ଷରେ ଖେଳିଛନ୍ତି। 

 

4/6

୨୦୧୦ ମସିହା ଫେବୃଆରୀରେ ଦୁଇଟି ଯାକ ମ୍ୟାଚ ଖେଳିଛନ୍ତି ତେଜସ୍ୱି। ଓଡ଼ିଶା ବିପକ୍ଷରେ ୧୪ ଫେବୃଆରୀରେ ଖେଳିଥିବା ବେଳେ ତ୍ରିପୁରା ବିପକ୍ଷରେ ୧୬ ଫେବୃଆରୀରେ ଖେଳିଥିଲେ। ଓଡ଼ିଶା ବିପକ୍ଷରେ ଖେଳି ତେଜସ୍ୱି ଗୋଟିଏ ଓଭର ବୋଲିଂ କରି ୧୩ ରନ ଦେଇଥିଲେ।ସେହିପରି ବ୍ୟାଟିଂ କରି ମାତ୍ର ୯ ରନ ସଂଗ୍ରହ କରିଥିଲେ।  ସବୁଠାରୁ ବଡ଼ କଥା ହେଉଛି ଯେ, ତେଜସ୍ୱି ଓଡ଼ିଶା ବିପକ୍ଷରେ ଖେଳି ନିଜର ଲିଷ୍ଟ ଏ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। 

ଅଧିକ ପଢନ୍ତୁ: 'ଆଜେରବାଇଜାନ-ଆର୍ମେନିଆ ଯୁଦ୍ଧ ପଛରେ ଫ୍ରାନ୍ସର ହାତ'

 

5/6

ଏହା ପୂର୍ବରୁ ତେଜସ୍ୱି ୨୦୦୯ ମସିହାରେ ଓଡିଶା ବିପକ୍ଷରେ ପ୍ରଥମ ଟି୨୦ ମ୍ୟାଚ ଖେଳିଥିଲେ। ଯେଉଁଥିରେ ବୋଲିଂ କରି ୩୬ ରନ ଦେଇଥିବା ବେଳେ ମାତ୍ର ୩ ରନ କରିଥିଲେ।  ସେହିପରି ତ୍ରିପୁରା ବିପକ୍ଷରେ ଖେଳି ତେଜସ୍ୱି ୧୦ ରନ ବ୍ୟୟ କରି ଗୋଟିଏ ଓ୍ୱିକେଟ ହାତେଇଥିବା ବେଳେ ମାତ୍ର ରନ କରି ଆଉଟ ହୋଇଥିଲେ। ତେଜସ୍ୱି ଘରୋଇ କ୍ରିକେଟ ବ୍ୟତୀତ ସେ ଆଇପିଏଲରେ ମଧ୍ୟ ଖେଳି ସାରିଛନ୍ତି। ଆଇପିଏଲରେ ସେ ଦିଲ୍ଲୀ ଡେୟାରଡେଭିଲ୍ସ (ଏବେ ଦିଲ୍ଲୀ କ୍ୟାପିଟାଲ୍ସ) (Delhi Daredavils)ପାଇଁ ପ୍ରତିନିଧିତ୍ୱ କରିସାରିଛନ୍ତି। 

 

6/6

ତେଜସ୍ୱିଙ୍କ କ୍ରିକେଟ କ୍ୟାରିୟରକୁ ଦେଖିଲେ ବିଦର୍ଭ ବିପକ୍ଷରେ ଏକ ମାତ୍ର ଫାଷ୍ଟ କ୍ଲାସ କ୍ରିକେଟ ଖେଳିଥିବା ବେଳେ ଦୁଇଟି ଲିଷ୍ଟ-ଏ ଓ ୪ଟି ଟି୨୦ ମ୍ୟାଚ ଖେଳିଛନ୍ତି। ସେ ଦିଲ୍ଲୀ ପାଇଁ ୧୯ ବର୍ଷରୁ କମ ଟିମର ସଦସ୍ୟ ମଧ୍ୟ ରହି ସାରିଛନ୍ତି।