Advertisement
photoDetails0hindi

ଚୀନ ଜିତିଲା ରେସ୍ ! ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେଲା ପ୍ରଥମ କୋରୋନା ଭ୍ୟାକ୍ସିନ

1/6

ନୂଆଦିଲ୍ଲୀ: ଚୀନ୍ କହିଛି ଯେ ଟ୍ରାୟଲ ବାହାରର କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ କୋରୋନା ଭ୍ୟାକ୍ସିନ ବା ଟୀକା (Coronavirus Vaccine) ଦେବାର ନିଷ୍ପତ୍ତିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସମର୍ଥନ କରିଛି । ରଏଟର୍ସ ରିପୋର୍ଟ ଅନୁଯାୟୀ, ଚୀନ୍‌ର ସ୍ୱାସ୍ଥ୍ୟ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଜୁଲାଇରୁ ଚାଇନା ଟ୍ରାୟଲ ବ୍ୟତୀତ ବିଭିନ୍ନ ଗୋଷ୍ଠୀକୁ ଟୀକାର ଡୋଜ୍ ପ୍ରଦାନ କରୁଛି । ତେବେ ଏହାକୁ ଅନେକ ବିଶେଷଜ୍ଞ ସମାଲୋଚନା କରିଥିଲେ ।

2/6

ଜୁଲାଇରେ ଚୀନ୍ କୋରୋନା ଟୀକାର ଜରୁରୀକାଳୀନ ବ୍ୟବହାର କରିବାକୁ ଅନୁମତି ଦେଇଥିଲା । ଚାଇନାର ଜାତୀୟ ସ୍ୱାସ୍ଥ୍ୟ ଆୟୋଗର ଅଧିକାରୀ ଝେଙ୍ଗ ଝୋଙ୍ଗୱେଇଙ୍କ ଅନୁଯାୟୀ, ଜୁନ୍ ମାସରେ ଚୀନ୍ ନିଜର ଟୀକା ବିଷୟରେ WHO କୁ ସୂଚନା ପଠାଇଥିଲା ।

3/6

ଜରୁରୀକାଳୀନ ଅନୁମୋଦନ ଅନୁଯାୟୀ ଅତ୍ୟାବଶ୍ୟକ ସେବାରେ ଜଡିତ ଲକ୍ଷ ଲକ୍ଷ କର୍ମଚାରୀ ଏବଂ ଉଚ୍ଚ ବିପଦପୂର୍ଣ୍ଣ ଗୋଷ୍ଠୀଙ୍କୁ ଚୀନ୍ କୋରୋନା ଟୀକା ଦେବା ଆରମ୍ଭ କରିଥିଲା । ତଥାପି, ବର୍ତ୍ତମାନ ପର୍ଯ୍ୟନ୍ତ ଚାଇନିଜ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାୟଲର ପରିଣାମ ଘୋଷଣା ହୋଇନାହିଁ, ଯାହାଦ୍ୱାରା ଟୀକା ସୁରକ୍ଷିତ କିମ୍ବା ପ୍ରଭାବଶାଳୀ ହୋଇପାରିବ ।

4/6

WHO ର ସହକାରୀ ମହାନିର୍ଦ୍ଦେଶକ ଡକ୍ଟର ମାରିଆଞ୍ଜେଲା ସିମାଓ କହିଛନ୍ତି ଯେ ବିଭିନ୍ନ ଦେଶ ସେମାନଙ୍କର ଚିକିତ୍ସା ଦ୍ରବ୍ୟର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେବାର ଅଧିକାର ରହିଛି । ଏଥି ସହିତ WHO ମୁଖ୍ୟ ବୈଜ୍ଞାନିକ ସୋମିଆ ସ୍ୱାମୀନାଥନ୍ ଚଳିତ ମାସରେ କହିଥିଲେ ଯେ କୋରୋନା ଭୂତାଣୁ ଟୀକାକୁ ଜରୁରୀକାଳୀନ ଅନୁମୋଦନ ଏକ 'ଅସ୍ଥାୟୀ ସମାଧାନ' ଅଟେ । ଦୀର୍ଘକାଳୀନ ଟୀକା ବ୍ୟବହାର ପାଇଁ ତୃତୀୟ ପର୍ଯ୍ୟାୟ ପରୀକ୍ଷା ସମାପ୍ତ ହେବା ଆବଶ୍ୟକ ।

5/6

ଚୀନ ନିଜର ୩ ଭ୍ୟାକ୍ସିନ ପ୍ରାର୍ଥୀଙ୍କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି । ଏଥିମଧ୍ୟରେ CNBG, ସିନୋଭାକ୍ ଟୀକା ସାମିଲ ରହିଛି । ଏଥି ସହିତ କ୍ୟାନସିନୋ କମ୍ପାନୀର ଟୀକାକୁ ସାମରିକ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି ।

6/6

ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ ଆୟୋଗର ଅଧିକାରୀ ଝେଙ୍ଗ ଝୋଙ୍ଗୱେଇ କହିଛନ୍ତି ଯେ, ୨୦୨୦ ଶେଷ ସୁଦ୍ଧା ଚାଇନାରେ ବର୍ଷକୁ ୬୧ କୋଟି ଟୀକା ଡୋଜ୍ ଉତ୍ପାଦନ କରିବାର କ୍ଷମତା ରହିବ । ଏଥି ସହିତ ୨୦୨୧ ଶେଷ ସୁଦ୍ଧା ଏହି କ୍ଷମତା ଏକ ବିଲିୟନ ଟୀକା ଡୋଜ୍ ପ୍ରସ୍ତୁତ କରିବାର ହେବ ।