ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ବର୍ତ୍ତମାନ କୋରୋନା ମହାମାରୀ (Coronavirus Epidemic) ର ପ୍ରକୋପ ଜାରି ରହିଛି । ଏହି ସମୟରେ ଆଉ ଏକ ସଙ୍କଟ ଦେଖାଦେଇଛି । କୋରୋନା ମହାମାରୀ ବର୍ତ୍ତମାନ ମିଳିମିଳା (Measles) ହେବାର ଆଶଙ୍କା ବଢ଼ାଇଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଓ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ରିପୋର୍ଟରେ ଏହା ପ୍ରକାଶ ପାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ ୨୦୧୯ରେ ମିଳିମିଳା ସଂକ୍ରମଣ ୨୩ ବର୍ଷର ରେକର୍ଡ ଭାଙ୍ଗିଛି । କୋଭିଡ-19 ଯୋଗୁଁ ଲୋକମାନେ ଟୀକାକରଣ କରୁନାହାଁନ୍ତି, ଯେଉଁ କାରଣରୁ ମିଳିମିଳା ସଂକ୍ରମଣ ଦ୍ରୁତ ଗତିରେ ବଢୁଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ରୋଗ ନିୟନ୍ତ୍ରଣ କେନ୍ଦ୍ର ଦ୍ୱାରା ଗୁରୁବାର ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ୨୦୧୯ରେ ମିଳିମିଳା ସଂକ୍ରମିତ ଲୋକଙ୍କ ସଂଖ୍ୟା ୮,୬୯,୭୭୦କୁ ବୃଦ୍ଧି ପାଇଛି । ଏଥି ସହିତ ଯଦି ୨୦୧୬ରୁ ଏହି ଆକଳନର ତୁଳନା କରାଯାଏ, ତେବେ ଏହି ଗୁରୁତର ରୋଗରେ ମୃତ୍ୟୁହାରରେ ୫୦ ପ୍ରତିଶତ ବୃଦ୍ଧି ଘଟିଛି ।
ଅଧିକ ପଢ଼ନ୍ତୁ:-ନିଜ ପ୍ରିୟ କୁକୁରର ୫୦ ଫୁଟ ଉଚ୍ଚ 'ସୁନା' ପ୍ରତିମୂର୍ତ୍ତି ସ୍ଥାପନ କଲେ ଏହି ରାଷ୍ଟ୍ରପତି
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧିକାରୀଙ୍କ କହିବାନୁସାରେ, ନିକଟ ଅତୀତରେ ମିଳିମିଳା ସଂକ୍ରମିତ ଲୋକଙ୍କ ସଂଖ୍ୟା ସ୍ଥିର ହୋଇଯାଇଛି । କିନ୍ତୁ କୋରୋନା ଭାଇରସ ସଂକ୍ରମଣର ପ୍ରସାର ପରେ ମିଳିମିଳା ଟୀକାକରଣ ବନ୍ଦ ହୋଇଯାଇଛି । ଏହି କାରଣରୁ ବିଶ୍ୱର ପ୍ରାୟ ୯୪ ପ୍ରତିଶତ ଲୋକଙ୍କ ଉପରେ ମିଳିମିଳା ସଂକ୍ରମଣର ବିପଦ ଦେଖାଦେଇଛି ।
ଅଧିକ ପଢ଼ନ୍ତୁ:-କୋରୋନାର ଦ୍ୱିତୀୟ ତରଙ୍ଗକୁ ନେଇ ଚେତାବନୀ ଜାରି କଲେ ଏହି ରାଜ୍ୟ ସରକାର
WHO ର ମିଳିମିଳା ବିଭାଗର ଜଣେ ବରିଷ୍ଠ ବୈଷୟିକ ଅଧିକାରୀ ନତାଶା କ୍ରାକ୍ରଫ୍ଟ କହିଛନ୍ତି ଯେ ଏହି ରୋଗ ନିଆଁ ପରି, ଯାହା ଜଙ୍ଗଲରେ ନିଆ ପରି ବ୍ୟାପୁଛି । ସେ କହିଛନ୍ତି ଯେ ବିଶ୍ୱର ୭୩ ପ୍ରତିଶତ ମିଳିମିଳା ସଂକ୍ରମଣ ୯ଟି ଦେଶରେ ରହିଛି, ଯେଉଁଥିରେ ଏହି ସଂକ୍ରମଣର ସବୁଠାରୁ ଅଧିକ ପ୍ରକୋପ କଙ୍ଗୋ, ମେଡାଗାସ୍କର, ଜର୍ଜିଆ, କାଜାକିସ୍ତାନ ଏବଂ ୟୁକ୍ରେନରେ ଅଛି ।
ସେ କହିଛନ୍ତି ଯେ ଗତ ବର୍ଷ ଏହି ରୋଗରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୨ ଲକ୍ଷ ୭ ହଜାର ୫୦୦ ଥିଲା । ଟୀକା ଗ୍ରୁପ୍ ଗାଭିର ମୁଖ୍ୟ ସେଥ୍ ବରେଲି କହିଛନ୍ତି ଯେ ମିଳିମିଳା କାରଣରୁ ମୃତ୍ୟୁ ହେବା ଅତ୍ୟନ୍ତ ଗୁରୁତର ବିଷୟ । ଏହି ଅବସ୍ଥା ସେତେବେଳେ ଦେଖାଦେଇଛି, ଯେତେବେଳେ ଏହି ସଂକ୍ରମଣକୁ ରୋକିବା ପାଇଁ ଆମ ପାଖରେ ଏକ ପ୍ରଭାବଶାଳୀ ଟୀକା ରହିଛି ।
ସୂଚନାଯୋଗ୍ୟ, ମିଳିମିଳା ରୋଗ ପିଲାମାନଙ୍କଠାରେ ଅଧିକ ଦେଖାଯାଏ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଏହା ବୟସ୍କଙ୍କୁ ହୋଇ ନପାରେ । ମିଳିମିଳା ଟୀକା ଲଗାଯିବା ଜରୁରୀ । ଏହା ଏକ ଭାଇରାଲ୍ ସଂକ୍ରମଣ । ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ ରୋଗ ହୋଇପାରେ । ଏହା ରୋଗୀଙ୍କ କାଶ, ଛିଙ୍କିବା ଯୋଗୁଁ ମଧ୍ୟ ହୋଇପାରେ ।
ट्रेन्डिंग फोटोज़