Advertisement
Photo Details/zeeodisha/odisha1093360
photoDetails0hindi

ଆଜି ରାଜଧାନୀର ଏସବୁ ସ୍ଥାନରେ ବନ୍ଦ ରହିବ ମଦ ଦୋକାନ ବନ୍ଦ, ଜାଣନ୍ତୁ ଏହାର କାରଣ

Delhi Liquor Shops Closed: ଏଠାରେ କହି ରଖୁଛୁ ଯେ ଫେବୃଆରୀ ୧୦ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ । ଭୋଟ୍ ଗଣନା ମାର୍ଚ୍ଚ ୧୦ରେ ହେବ । ୟୁପି ସହିତ ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ । ସମସ୍ତ ଫଳାଫଳ ମାର୍ଚ୍ଚ ୧୦ରେ ଆସିବ ।

1/7

ନୂଆଦିଲ୍ଲୀ: Delhi Liquor Shops Closed: ଆଜି (ଗୁରୁବାର) ଅର୍ଥାତ ଫେବୃଆରୀ ୧୦ରେ ଉତ୍ତର ପ୍ରଦେଶର ୧୧ଟି ଜିଲ୍ଲାର ୫୮ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ଜାରି ରହିଛି । ପ୍ରଥମ ପର୍ଯ୍ୟାୟ (UP Election 2022 Phase 1) ପାଇଁ ପ୍ରଚାର ମଧ୍ୟ ମଙ୍ଗଳବାର ସନ୍ଧ୍ୟାରେ ଶେଷ ହୋଇଥିଲା । ଗାଜିଆବାଦ, ନୋଏଡା ସମେତ ପଶ୍ଚିମ ୟୁପି ଓ ବ୍ରଜ କ୍ଷେତ୍ରର ୧୧ଟି ଜିଲ୍ଲାର ୫୮ଟି ଆସନରେ ଭୋଟିଂ ଚାଲିଛି । 

2/7

ଭୋଟିଂକୁ ଦୃଷ୍ଟିରେ ରଖି ଗାଜିଆବାଦ ଓ ନୋଏଡା ସହିତ ସଂଯୁକ୍ତ ଦିଲ୍ଲୀର ୧୦୦ ମିଟର ସୀମା ମଧ୍ୟରେ ଥିବା ସମସ୍ତ ମଦ ଦୋକାନ (Wine Shops) ମଙ୍ଗଳବାର ସନ୍ଧ୍ୟା ଠାରୁ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ।

3/7

ଦିଲ୍ଲୀର ଏକ୍ସାଇଜ୍ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଫେବୃଆରୀ ୮ରେ ସନ୍ଧ୍ୟା ୬ଟାରୁ ଫେବୃଆରୀ ୧୦ରେ ଭୋଟ୍ ଶେଷ ହେବା ପର୍ଯ୍ୟନ୍ତ ମତଦାନର ୪୮ ଘଣ୍ଟା ପୂର୍ବରୁ ଓ ମାର୍ଚ୍ଚ ୧୦ରେ ଭୋଟ୍ ଗଣିବା ଦିନ ମଦ ଦୋକାନ ବନ୍ଦ ରହିବ ।

4/7

ବିଜ୍ଞପ୍ତିରେ କୁହାଯାଇଛି ଯେ ଏକ୍ସାଇଜ୍ ବିଭାଗର ସମସ୍ତ ଲାଇସେନ୍ସଧାରୀଙ୍କ ପାଇଁ ଏହି ଆଦେଶ ବାଧ୍ୟତାମୂଳକ ହେବ, ଯେଉଁମାନଙ୍କର ଦୋକାନ କିମ୍ବା ବାରଗୁଡ଼ିକ NCR ର ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାର ୧୦୦ ମିଟର ମଧ୍ୟରେ ଆସେ ।

5/7

ସୂଚନାଯୋଗ୍ୟ, ୟୁପି ବିଧାନସଭାରେ ମୋଟ ୪୦୩ଟି ଆସନ ଅଛି ଯେଉଁଠାରେ ସାତୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଉତ୍ତର ପ୍ରଦେଶରେ ଫେବୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟର ମତଦାନ ହେବ, ଫେବୃଆରୀ ୧୪ରେ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରେ ମତଦାନ ହେବ ଏହାସହ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟ, ଗୋଆରେ ଗୋଟିଏ ପର୍ଯ୍ୟାୟ ମତଦାନ ଶେଷ ହେବ । 

ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ଯୌନ ସମସ୍ୟା ଦୂର କରିବା ପାଇଁ ବହୁତ ଲାଭଦାୟକ ହୋଇଥାଏ କ୍ଷୀର ସହ ଏହି ଜିନିଷଟିର ସେବନ, ମିଳିଥାଏ ଏସବୁ ଜବରଦସ୍ତ ଲାଭ

ଏହା ବି ପଢ଼ନ୍ତୁ:-ବୋଲ୍ଡ ସିନରେ ଭରପୂର ଏହି ୱେବ୍ ସିରିଜ, ପାରା ବଢ଼ାଉଛି 'ମୋନା'ଙ୍କ ହଟ୍ ଅନ୍ଦାଜ

ଏହା ବି ପଢ଼ନ୍ତୁ:-ଅଖିଳେଶଙ୍କ ପାଖରେ ଅଛି ଏତେ କୋଟି ଟଙ୍କାର ସମ୍ପତ୍ତି, କିନ୍ତୁ ନାହିଁ କୌଣସି କାର; ଜାଣନ୍ତୁ ମୁଣ୍ଡ ଉପରେ ରହିଛି କେତେ ଟଙ୍କାର ଋଣ ବୋଝ

ଏହା ବି ପଢ଼ନ୍ତୁ:-ବୋଲ୍ଡ ୱେବ୍ ସିରିଜର କ୍ୱିନ୍ ହେଉଛନ୍ତି 'ସପ୍ନା ଭାବି', ଏସବୁ ସିରିଜରେ ଦେଇଛନ୍ତି ଅତ୍ୟଧିକ ହଟ୍ ସିନ୍

6/7

ଫେବୃଆରୀ ୨୦ରେ ଉତ୍ତର ପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ସେହିପରି ପଞ୍ଜାବରେ ଗୋଟିଏ ପର୍ଯ୍ୟାୟର ମତଦାନ ସହ ରାଜ୍ୟର ମତଦାନ ଶେଷ ହେବ  । ଫେବୃଆରୀ ୨୩ରେ ଉତ୍ତର ପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଫେବୃଆରୀ ୨୭ରେ ଉତ୍ତର ପ୍ରଦେଶର ପଞ୍ଚମ ପର୍ଯ୍ୟାୟ ଓ ମଣିପୁରର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ ।

7/7

ମାର୍ଚ୍ଚ ୩ରେ ଉତ୍ତର ପ୍ରଦେଶରେ ଷଷ୍ଠ ପର୍ଯ୍ୟାୟ ଓ ମଣିପୁରର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ମାର୍ଚ୍ଚ ୭ରେ ଉତ୍ତର ପ୍ରଦେଶର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହେବ । ମାର୍ଚ୍ଚ ୧୦ରେ ଫଳାଫଳ ଆସିବ ।