ଜମ୍ମୁ କାଶ୍ମିରୀ ଯୁବକଙ୍କ ପାଇଁ ସମସ୍ୟାରେ ପଡ଼ିବାକୁ ଯାଉଛି ପାକିସ୍ତାନ। ଭାରତ ଓ ଜମ୍ମୁ କାଶ୍ମୀର ବିପକ୍ଷରେ ଷଡ଼ଯନ୍ତ୍ର ରଚୁଥିବା ପାକିସ୍ତାନ ପାଇଁ ଏବେ ସଂକଟ ବଢିବାରେ ଲାଗିଛି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଆତଙ୍କବାଦୀ ସଂଗଠନ ଗୁଡ଼ିକରେ ଜାମ୍ମୁ କାଶ୍ମୀର ଯୁବକଙ୍କ ସଂଖ୍ୟା ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛି। ଏହା ଫଳରେ ପାକିସ୍ତାନର ଆତଙ୍କୀ ସଂଗଠନ ଅନୁପ୍ରବେଶ କରିବାରେ ଲାଗିଛି। ସେପଟେ ଭାରତ ପକ୍ଷରୁ ଏହି ଅନୁପ୍ରବେଶର କଡ଼ା ଜବାବ ଦିଆଯାଉଛି। ତେବେ ମିଳିଥିବା ରିପୋର୍ଟ ମୁତାବକ ୨୦୧୯ ମସିହାରେ ୧୨୦ ଜଣ କାଶ୍ମିରୀ ଯୁବକ ଆତଙ୍କୀ ସଂଗଠନରେ ସାମିଲ ହୋଇଥିଲେ।
ମାତ୍ର ପରବର୍ତ୍ତୀ ସମୟରେ ସେମାନେ ସେନା ଗୁଳିରେ ପ୍ରାଣ ହରାଇଛନ୍ତି। ସେହିପରି ୨୦୨୦ ମସିହାରେ ଏହି ସଂଖ୍ୟା କମି ୯୩ରେ ପହଞ୍ଚିଛି। ସେହିଭଳି ୨୦୨୦ ମସିହା ଅକ୍ଟୋବର ୨ ତାରିଖ ସୁଦ୍ଧା ୯୩ ଜଣ ଯୁବକ ଆତଙ୍କି ସଂଗଠନରେ ସାମିଲ ହୋଇଥିବା ବେଳେ ମୋଟ ୧୮୨ ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି। ୨୦୧୯ ମସିହାରେ ୧୫୨ ଜଣ ଆତଙ୍କବାଦଙ୍କୁ ଭାରତୀୟ ସେନା ହତ୍ୟା କରିଥିଲେ।
ଆହୁରି ମଧ୍ୟ ସୂଚନା ମିଳିଛି କି ପାକ ଅଧିକୃତ କାଶ୍ମୀର ଅଞ୍ଚଳରେ ଯେଉଁ ଲଞ୍ଚ ପ୍ୟାଡ଼ ରହିଛି ସେହି ଅଞ୍ଚଳରେ ଆତଙ୍କୀ କାର୍ଯ୍ୟକଳାପ ବଢିବାରେ ଲାଗିଛି। ଚଳିତ ବର୍ଷ ପିଓକେରେ ଥିବା ଏହି ଲଞ୍ଚ ପ୍ୟାଡ଼ରେ ପ୍ରାୟ ୩୧୪ରୁ ୩୫୦ ଆତଙ୍କୀ ରହିଥିବା ସୂଚନା ରହିଛି। ସେହିପରି ୨୦୧୯ ମସିହାରେ ୩୨୦ ଜଣ ଆତଙ୍କୀ ରହିଥିବା ସୂଚନା ରହିଛି। ଏମାନଙ୍କ ମଧ୍ୟରୁ ୨୦୬ ରୁ ୨୬୦ ଜଣ ଆତଙ୍କୀ ରହିଥିବା ସୂଚନା ମିଳିଛି।
ट्रेन्डिंग फोटोज़