Advertisement
Photo Details/zeeodisha/odisha1589791
photoDetails0hindi

PM Kisan: ପିଏମ କିସାନଙ୍କ ୧୩ତମ କିସ୍ତି ପାଇନାହାନ୍ତି କି, ଶୀଘ୍ର କରନ୍ତୁ ଏହି କାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୋଲି ପୂର୍ବରୁ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ କିସାନ ସାମନ ନିଧି ଯୋଜନା (ପିଏମ-କିସାନ) ଅଧୀନରେ ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ ଚାଷୀଙ୍କୁ ଏହି ଉପହାର ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ କର୍ଣ୍ଣାଟକର ବେଲାଗାଭିରେ PM-Kisan ଯୋଜନା ଅଧୀନରେ ୧୬ ହଜାରରୁ ଊର୍ଦ୍ଧ୍ୱ କୋଟିର ୧୩ତମ କିସ୍ତି ପ୍

1/4

ପ୍ରଧାନମନ୍ତ୍ରୀ କିସାନ ଯୋଜନା ଅଧିନରେ ୧୩ତମ କିସ୍ତି ଚାଷୀଙ୍କ ଖାତାକୁ ଆସିଯାଇଛି। ଏହି ଅର୍ଥ ରାଶି ପ୍ରଦାନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କି ଦେଶର ସମସ୍ତ ଚାଷୀ ଆଜି ସିଧାସଳଖ ବେଲଗାଭୀ ସହିତ ଯୋଡ଼ି ହୋଇ ପାରିଛନ୍ତି। ଏଠାରେ କୋଟି କୋଟି ଚାଷୀଙ୍କୁ ୧୬ ହଜାର କୋଟିର ଆର୍ଥିକ ରାଶି ପ୍ରଦାନ କରାଯାଇଛି। ଏହି ହୋଲି ପାଇଁ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। 

Also Read: ଶ୍ରୀମନ୍ଦିରରେ ଅଣହିନ୍ଦୁ ମହିଳା ଅଧିକାରୀଙ୍କ ପ୍ରବେଶ ଉଦ୍ୟମ, ସତର୍କ କରାଇଥିବା ପ୍ରଟୋକଲ ଅଫିସରଙ୍କୁ ମିଳିଲା ଦଣ୍ଡ!

2/4

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ କି ଦେଶର ଚାଷୀଙ୍କ ଖାତାକୁ ପାଖାପାଖି ୨.୫ ଲକ୍ଷ କୋଟି ଟଙ୍କା ଦିଆଯାଇଛି। ବିଶେଷ କରି ମହିଳା ଚାଷୀଙ୍କ ଖାତାକୁ ପ୍ରାୟ ୫୦ ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। 

3/4

ପ୍ରଧାନମନ୍ତ୍ରୀ କିସାନ ଯୋଜନା ସୋମବାର ଦିନ ଏହି ଯୋଜନାର ୧୩ତମ କିସ୍ତା ପ୍ରଦାନ କରାଯାଇଛି। ଏହି କିସ୍ତିରେ ଚାଷୀଙ୍କୁ ୨୦୦୦ ଟଙ୍କା ପ୍ରଦାନ କରାଯାଇଛି। ଏଥିରେ ପ୍ରାୟ ୮ କୋଟି ଚାଷୀ ଉପକୃତ ହୋଇଛନ୍ତି। ଏହି ଯୋଜନା ଅଧିନରେ ୧୧ ଓ ୧୨ତମ କିସ୍ତି ଗତ ବର୍ଷ ମେ ଓ ଅକ୍ଟୋବର ମାସରେ ପ୍ରଦାନ କରାଯାଇଥିଲା। ଏହି ଯୋଜନାରେ ୨ ହଜାର ଟଙ୍କା ଲେଖାଏ ୩ଟି କିସ୍ତିରେ ବର୍ଷକୁ ୬ ହଜାର ଟଙ୍କା ପ୍ରଦାନ କରାଯାଇଥାଏ। 

Also Read: ଦୁଇ ଦଶନ୍ଧି ପରେ ମହାସଂଯୋଗ, ବୁଧ ଚଳନ କାରଣରୁ ଏହି ସବୁ ରାଶିରେ ଆସିବ ରାଜଯୋଗର ସୁଖ

4/4

କିସାନ ସ୍କିମ ସେହିପରି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ରାଶି ଆପଣଙ୍କ ଖାତାକୁ ଯଦି ଯାଇ ନାହିଁ, ତେବେ ଚିନ୍ତିତ ହେବାର କୌଣସି କାରଣ ନାହିଁ। ଏଥିପାଇଁ ଆପଣ ପିଏମ କିସାନର ସରକାରୀ ଓ୍ୱେବସାଇଟ ଭିଜିଟ କରିପାରିବେ। ଓ୍ୱେବସାଇଟକୁ ଲଗଇନ କରି ସେଠାରେ ଆପଣଙ୍କ ନାଁ ଚେକ କରିପାରିବେ। ସେଠାରେ ବେନିଫିସିଆରି ତାଲିକାରେ କ୍ଲିକ କରିବା ଦ୍ୱାରା ପୁରା ତାଲିକା ଆପଣଙ୍କ ସାମ୍ନାକୁ ଚାଲି ଆସିବ। ଏହା ସହିତ ଇକେୱାଇସି ଓ ଲ୍ୟାଣ୍ଡ ଡିଟେଲ ମଧ୍ୟ ଚେକ କରିପାରିବେ। ଏଠାରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଛି। କେବଳ ଏତିକି ନୁହେଁ ଆପଣ ନିଜର ବ୍ୟାଙ୍କ ଡିଟେଲ ମଧ୍ୟ ଚେକ କରିପାରିବେ। 

Also Read: Gold Silver Price: ପୁଣି ଖସିଲା ସୁନା-ରୁପା ଦର, ସୁନା ୪,୦୫୦ ଟଙ୍କା ତ ରୁପା ୧୩,୧୮୦ ଟଙ୍କା ମିଳୁଛି ଶସ୍ତା!