ନୂଆଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟନ୍ତ ୨୦୨୦ ବିଶ୍ୱ ପାଇଁ ଅନେକ ସଙ୍କଟ ନେଇ ଆସିଛି । ଗୋଟିଏ ପଟେ କୋରୋନା (Coronavirus) ପରି ଭୟଙ୍କର ମହାମାରୀ ସମଗ୍ର ବିଶ୍ୱରେ କୋଟି କୋଟି ଲୋକଙ୍କୁ ସଂକ୍ରମିତ କରି ଚାଲିଛି । ଆଉ ସମଗ୍ର ବିଶ୍ୱର ବୈଜ୍ଞାନିକମାନେ ଏହାର ଚିକିତ୍ସା ଖୋଜିବାରେ ଲାଗିଛନ୍ତି କିନ୍ତୁ ସଫଳତା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଅନ୍ୟପଟେ ସଙ୍କଟ କମି ନଥିଲା ଯେ ବର୍ତ୍ତମାନ ମହାକାଶରୁ ଆଉ ଏକ ବିପଦ ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡ଼ି ଆସୁଛି ।
ସ୍ପେସ୍ ଏଜେନ୍ସି ନାସା ( NASA) ଅନୁଯାୟୀ, ସେପ୍ଟେମ୍ବର ୧୪ରେ ଏକ ଉଲକାପିଣ୍ଡ (Asteroid) ପୃଥିବୀ ନିକଟ ଦେଇ ଗତି କରିଥିଲା । କିନ୍ତୁ ବର୍ତ୍ତମାନ ସେପ୍ଟେମ୍ବର 17ରେ ଆଉ ଏକ ଉଲକାପିଣ୍ଡ ପୃଥିବୀର ନିକଟ ଦେଇ ଗତି କରିବ ବୋଲି ଅନୁମାନ କରାଯାଇଛି ।
ଚିନ୍ତାର ବିଷୟ ଏହ ଯେ ଏହି ଆଷ୍ଟ୍ରୋଏଡ ହେଉଛି ବିଶାଳକାୟ । ଯାହାର ନାମ ହେଉଛି ଆଷ୍ଟ୍ରୋଏଡ ୨୦୧୪ । ଏହି ୧୧୦ ମିଟର ଉଲକାପିଣ୍ଡର ଆକାର ଲଣ୍ଡନ ବ୍ରିଜ ସହିତ ସମାନ ।
ଅଧିକ ପଢ଼ନ୍ତୁ:-ଜାଣନ୍ତୁ ଭାରତକୁ କେବେ ମିଳିବ କୋରୋନା ଭ୍ୟାକ୍ସିନ
ଏହି ସମୟରେ ପୃଥିବୀ ନିକଟ ଦେଇ ଗତି କରିବ ଉଲକାପିଣ୍ଡ
ତେବେ ଚିନ୍ତା କରିବାର କିଛି ନାହିଁ ବୋଲି ନାସା କହିଛି । ଏହି ଆଷ୍ଟ୍ରୋଏଡ ଆକାରରେ ବଡ ହୋଇପାରେ କିନ୍ତୁ ଏହା ପୃଥିବୀକୁ କୌଣସି କ୍ଷତି ପହଞ୍ଚାଇବ ନାହିଁ । ଏହା ବିନା ଟକ୍କରରେ ପୃଥିବୀ ଅତିକ୍ରମ କରିବ । ସେତେବେଳେ ଏହାର ଗତି ୮.୬୬ କିଲୋମିଟର ପ୍ରତି ସେକେଣ୍ଡ ହେବ । ସ୍କାଏ ଲାଇଭ ଅନୁଯାୟୀ, ଆସନ୍ତା ୧୦ ବର୍ଷକୁ ଦେଖି ଏହା ସେପ୍ଟେମ୍ବର ୧୭ରେ UTC ସମୟାନୁସାରେ ୨୩:୫୦ (ରାତିର ୧୧ ଟା ୫୦ ମିନିଟ)ରେ ପୃଥିବୀର ନିକଟତମ ଦୂରତାରେ ରହିବ ।
ଅଧିକ ପଢ଼ନ୍ତୁ:-ଆଇପିଏଲରେ ଏହି ୫ ଖେଳାଳିଙ୍କୁ ମିଳୁଛି ନିଜ ଅଧିନାୟକଙ୍କ ଠାରୁ ଅଧିକ ଟଙ୍କା
ଭୟ କରିବାର କିଛି କାରଣ ନାହିଁ
ସେଣ୍ଟର ଫର ଆର୍ଥ ଅବଜରଭେସନ୍ସର ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ଉଲକାପିଣ୍ଡ କୌଣସି କ୍ଷୟକ୍ଷତି ହେବ ନାହିଁ । ଏହା ୨.୫୬ ନିୟୁତ କିଲୋମିଟର ଦୂରତାରେ ପୃଥିବୀର କକ୍ଷପଥ ଦେଇ ଅତିକ୍ରମ କରିବ । ଏହି ଦୂରତା ୬.୬୬୬୮ ଚନ୍ଦ୍ର ଦୂରତା ସହିତ ସମାନ । ତେଣୁ ୨୦୨୦ରେ ପୃଥିବୀରେ ଆଷ୍ଟେରଏଡ ପଡ଼ିବା ବିଷୟରେ ଚିନ୍ତା କରିବା ଛାଡିଦିଅନ୍ତୁ ।
ट्रेन्डिंग फोटोज़