ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଗୁଜବରେ କୁହାଯାଇଛି ଯେ, ଏହି ଟିକାକୁ ନେଲେ ମଣିଷର ଶାରିରୀକ ଗଠନରେ ବ୍ୟାପକ ପରିବର୍ତ୍ତନ ଆସିବ। ମଣିଷର ରୂପ ମାଙ୍କଡ଼ର ରୂପରେ ପରିବର୍ତ୍ତନ ହୋଇଯିବ। ଏକ ଫଟୋକୁ ସେୟାର କରି ଦାବି କରାଯାଉଛି ଯେ, ଏହି ଟିକା ପ୍ରସ୍ତୁତ ପାଇଁ ଚିମ୍ପାଞ୍ଜି ଠାରୁ ଭାଇରସ ଅଣାଯାଇ ଏହି ଟିକାର ପ୍ରସ୍ତୁତ କରାଯାଉଛି।
ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଫଟୋକୁ ମାଙ୍କଡ଼ର ରୂପ ଦିଆଯାଇ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ କରାଯାଉଛି। ଏହି ଫଟୋରେ ବୋରିସ ଜନସନଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଡାଉନିଂ ଷ୍ଟ୍ରିଟରେ ବୁଲୁଥିବାର ଦେଖିବାକୁ ମିଳିଛି। ଏହି ଫଟୋରେ ଲେଖାଯାଇଛି ଯେ, ମୋର ବିଗଫୁଟ ଭ୍ୟାକସିନକୁ ପସନ୍ଦ କରେ।
ସେହିଭଳି ଆଉ ଏକ ଫଟୋରେ ଅକ୍ସଫୋର୍ଡ ସହିତ ମିଶି ଭ୍ୟାକସିନ ପ୍ରସ୍ତୁତ କରୁଥିବା ଏଷ୍ଟ୍ରୋଜେନେକାର କାର୍ଯ୍ୟାଳୟ ଭିତରର ଦୃଶ୍ୟକୁ ଦର୍ଶାଯାଇଛି। ଏହି ଲ୍ୟାବ ମଧ୍ୟରେ ଏକ ମାଙ୍କଡ଼ ଟିକା ପ୍ରସ୍ତୁତ କରୁଥିବାର ଚିତ୍ର ଦର୍ଶାଯାଇଛି। ଉକ୍ତ ଫଟୋ ଚିତ୍ରରେ ଲେଖାଯାଇଛି ଯେ, ଏକ ସିରିଞ୍ଜ ମାଧ୍ୟମରେ ଟିକା ପ୍ରସ୍ତୁତ କରାଯାଉଛି। ସେହିଭଳି ଉକ୍ତ ଫଟୋ ପଛପଟେ ଏକ ପୋଷ୍ଟର ମଧ୍ୟ ଲଗାଯାଇଛି ଯେଉଁଥିଲେ ଆପଣଙ୍କୁ ମଙ୍କି ଭ୍ୟାକସିନ ଦେବାକୁ ଚାହୁଁଛି ବୋଲି ଲେଖାଯାଇଛି।
ବ୍ରିଟେନରେ କୁହାଯାଉଛି ଯେ ଏହି ଟିକାକୁ ବଦନାମ କରିବା ପାଇଁ ଏଭଳି ଉଦ୍ୟମ କରାଯାଉଛି। ଏଭଳି ଉଦ୍ୟମ କରିବାର ପ୍ରମୁଖ କାରଣ ଭାବେ ଋଷ ନିଜର ଟିକା ଓ ସ୍ଫୁଟନିକକୁ ବିକ୍ରି କରିବା ପାଇଁ ଉଦ୍ୟମ କରୁଥିବା ନେଇ ବ୍ରିଟେନ କହିଛି। ବ୍ରିଟେନରେ ପ୍ରସ୍ତୁତ ହେଉଥିବା ଟିକା ସବୁଠାରୁ ବେକାର ଏବଂ ଏହା ମାଙ୍କଡ଼ ଠାରୁ ଭାଇରସ ଅଣାଯାଇ ଟିକା ପ୍ରସ୍ତୁତ ହୋଇଛି ବୋଲି ଉକ୍ତ ଗୁଜବରେ ପ୍ରଚାର କରାଯାଉଛି।
ट्रेन्डिंग फोटोज़