Advertisement
photoDetails0hindi

ଖୁସି ଖବର: ଦୁନିଆକୁ ମିଳିଲା ଆଉ ଏକ କୋରୋନା ଭ୍ୟାକ୍ସିନ !

ସରକାରୀ ଅଧିକାରୀଙ୍କ ସହ ଆଲୋଚନା ବେଳେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Vladimir Putin) ବୁଧବାର ଘୋଷଣା କରିଛନ୍ତି ଯେ, ପ୍ରାରମ୍ଭିକ ପରୀକ୍ଷା ପରେ ଦେଶ ଦ୍ୱିତୀୟ କୋରୋନା ଭୂତାଣୁ ଟୀକା 'ଏପିଭାକକୋରୋନା' (EpiVacCorona) କୁ ଅନୁମୋଦନ କରାଯାଇଛି ।

1/7

ନୂଆଦିଲ୍ଲୀ: ସମଗ୍ର ବିଶ୍ୱର ବୈଜ୍ଞାନିକମାନେ କୋରୋନା ଭୂତାଣୁ ଭ୍ୟାକ୍ସିନ ବା ଟୀକା (Coronavirus Vaccine) ତିଆରି କରିବାର ଦିନରାତି କାର୍ଯ୍ୟରେ ଲାଗିଛନ୍ତି । ଏହି ସମୟରେ ଏକ ଖୁସି ଖବର ଆସିଛି । ଋଷ କୋରୋନା ଭୂତାଣୁର ଆଉ ଏକ ଟୀକା (Russian Coronavirus Vaccine) ପ୍ରସ୍ତୁତ କରିବାକୁ ଦାବି କରିଛି । ପ୍ରାରମ୍ଭିକ ପରୀକ୍ଷା ପରେ ଋଷ ନିଜର ଦ୍ୱିତୀୟ କୋରୋନା ଟୀକାକୁ ଅନୁମୋଦନ କରିଛି । 

2/7

ସରକାରୀ ଅଧିକାରୀଙ୍କ ସହ ଆଲୋଚନା ବେଳେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Vladimir Putin) ବୁଧବାର ଘୋଷଣା କରିଛନ୍ତି ଯେ, ପ୍ରାରମ୍ଭିକ ପରୀକ୍ଷା ପରେ ଦେଶ ଦ୍ୱିତୀୟ କୋରୋନା ଭୂତାଣୁ ଟୀକା 'ଏପିଭାକକୋରୋନା' (EpiVacCorona) କୁ ଅନୁମୋଦନ କରାଯାଇଛି । ଏହାପୂର୍ବରୁ ଋଷ କୋରୋନାର ସ୍ପୁଟନିକ୍-5 (Sputnik-5) ଟୀକା ପ୍ରସ୍ତୁତ କରିସାରିଛି ।

3/7

ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) କହିଛନ୍ତି ଯେ, ବର୍ତ୍ତମାନ ଆମକୁ ପ୍ରଥମ ଏବଂ ଦ୍ୱିତୀୟ ଟୀକା ଉତ୍ପାଦନ ବୃଦ୍ଧି କରିବାକୁ ହେବ । ସାଇବେରିଆର ଭେକ୍ଟର ଇନଷ୍ଟିଚ୍ୟୁଟ୍ ଦ୍ୱାରା ଏହି ଟୀକା ପ୍ରସ୍ତୁତ କରାଯାଇଛି । ଯାହା ପେପ୍ଟାଇଡ୍ ଆଧାରିତ ଏବଂ କୋରୋନାରୁ ରକ୍ଷା କରିବା ପାଇଁ ଏହି ଟୀକାର ଦୁଇ ଡୋଜ ଆବଶ୍ୟକ ହେବ । ପ୍ରାୟ ୧୦୦ ସ୍ୱେଚ୍ଛାସେବୀମାନଙ୍କ ଉପରେ ଏହାର ପରୀକ୍ଷା କରାଯାଇଛି ।

4/7

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଏହାର ଦୁଇମାସ ଧରି ଟ୍ରାୟଲ କରାଯାଇଛି । ଏବଂ ଦୁଇ ସପ୍ତାହ ପୂର୍ବରୁ ଏହାର ପ୍ରାରମ୍ଭିକ ଅଧ୍ୟୟନ ଶେଷ ହେବା ପରେ ଏହାକୁ ଅନୁମୋଦନ କରାଯାଇଛି । ଏହା କୁହାଯାଉଛି ଯେ ଏହି ଟୀକାର ପ୍ରାରମ୍ଭିକ ପରୀକ୍ଷା ସଫଳ ହୋଇଛି  । ଏହି ପରୀକ୍ଷଣରେ ଅଂଶଗ୍ରହଣ କରିଥିବା ସ୍ବେଚ୍ଛାସେବୀମାନଙ୍କର ବୟସ ୧୮ ରୁ ୬୦ ବର୍ଷ ମଧ୍ୟରେ ଥିଲା ।

ଅଧିକ ପଢ଼ନ୍ତୁ:-'କିଛି ବି ହେଇଯାଉ, ଏଥର ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଦେବି ନାହିଁ'

5/7

ତଥାପି ବୈଜ୍ଞାନିକମାନେ ଅଧ୍ୟୟନର ଫଳାଫଳ ପ୍ରକାଶ କରିନାହାଁନ୍ତି । ଗଣମାଧ୍ୟମ ସହିତ ଆଲୋଚନାରେ ଏହି ଟୀକା ବିକଶିତ କରିଥିବା ବୈଜ୍ଞାନିକମାନେ କହିଛନ୍ତି ଯେ ଏହା କୋରୋନା ଭୂତାଣୁରୁ ରକ୍ଷା କରିବା ପାଇଁ ପର୍ଯ୍ୟାପ୍ତ ଆଣ୍ଟିବଡି ଉତ୍ପାଦନ କରିଥାଏ ଏବଂ ଏହା ସୃଷ୍ଟି କରୁଥିବା ରୋଗ ପ୍ରତିରୋଧକ ଶକ୍ତି ୬ ମାସ ପର୍ଯ୍ୟନ୍ତ ରହିପାରେ ।

6/7

ରୁଷର ଉପ-ପ୍ରଧାନମନ୍ତ୍ରୀ ତତଆନା ଗୋଲିକୋଭା ଏହି ଟୀକା ଲଗାଇଛନ୍ତି । ସେ ଏହା ପୂର୍ବରୁ କହିଥିଲେ ଯେ, ସେ ସ୍ବେଚ୍ଛାସେବୀ ଭାବରେ ପ୍ରାରମ୍ଭିକ ପରୀକ୍ଷଣରେ ମଧ୍ୟ ଭାଗ ନେଇଥିଲେ। ଗୋଲିକୋଭା କହିଛନ୍ତି ଯେ, କୋରୋନାର 'ଏପିଭାକକୋରୋନା' ଟୀକାର ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷା ପାଇଁ ସାରା ଦେଶରେ ୪୦,୦୦୦ ସ୍ବେଚ୍ଛାସେବୀ ଚୟନ କରାଯିବ । 

ଅଧିକ ପଢ଼ନ୍ତୁ:-ସାକାର ହେବ ଶସ୍ତା ଘରର ସ୍ୱପ୍ନ ! ରାଜ୍ୟମାନଙ୍କୁ ଏହି ପରାମର୍ଶ ଦେଲେ ମୋଦି ସରକାର

7/7

ଅନ୍ୟପଟେ ପରୀକ୍ଷଣ ଜାରି ରହିଥିବାବେଳେ ବ୍ୟାପକ ବ୍ୟବହାର ପାଇଁ ଏହି ଟୀକା ଦିଆଯିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଏହା ପୂର୍ବରୁ ୧୧ ଅଗଷ୍ଟରେ ଋଷ ବିଶ୍ୱର ପ୍ରଥମ କୋରୋନା ଭୂତାଣୁ ଟୀକା ସ୍ପୁଟନିକ୍ ଭି (Sputnik V) କୁ ଅନୁମୋଦନ କରିଥିଲା ​।