ଗୁପ୍ତଚରରୁ ଋଷର `ସର୍ବେସର୍ବା`, ଜାଣନ୍ତୁ କେମିତି ଏତେ କ୍ଷମତାଶାଳୀ ହେଲେ ପୁଟିନ

Russia-Ukraine War, Russian President Vladimir Putin: ଆମେରିକା (America) ସମେତ ଅନେକ ପାଶ୍ଚାତ୍ୟ ଦେଶ ଋଷ (Russia) ର ଏହି ପଦକ୍ଷେପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅର୍ଥାତ ବର୍ତ୍ତମାନ ଗୋଟିଏ ପଟେ ଆମେରିକା (US), ଫ୍ରାନ୍ସ (France), ବ୍ରିଟେନ (Britain) ଭଳି ଦେଶ ଓ ଅନ୍ୟ ପଟେ ଋଷର ରାଷ୍ଟ୍ରପତି ପୁଟିନ (Putin) ଅଛନ୍ତି । ଏକଦା ପୁଟିନ ଋଷର ଗୁପ୍ତଚର ଭାବରେ ଜଣାଶୁଣା ଥିଲେ, ଯିଏ ବର୍ତ୍ତମାନ ନିଜର ନିଷ୍ପତ୍ତିକୁ ନେଇ ସାରା ଦୁନିଆରେ ଚର୍ଚ୍ଚାରେ ଅଛନ୍ତି । ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯେ ଭ୍ଲାଦିମିର ପୁଟିନ ଋଷର କ୍ଷମତାର ଶିଖରକୁ କିପରି ପହଞ୍ଚିଛନ୍ତି?

Tamal Bakchi/ତମାଲ ବାକଚି Thu, 24 Feb 2022-2:24 pm,
1/10

ନୂଆଦିଲ୍ଲୀ: Russia-Ukraine War, Russian President Vladimir Putin: ଋଷ ଓ ୟୁକ୍ରେନ ମଧ୍ୟରେ ମାସେ ଧରି ଚାଲିଥିବା ବିବାଦ ଭୟଙ୍କର ରୂପ ନେଇଛି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ୟୁକ୍ରେନ (Ukraine) ବିରୋଧରେ ସାମରିକ ଅପରେସନ ଘୋଷଣା କରିଛନ୍ତି । ଘୋଷଣାର କିଛି ସମୟ ପରେ ୟୁକ୍ରେନ ରାଜଧାନୀ କୀଭ (Ukrainian capital Kiev) ରେ ବିସ୍ଫୋରଣ ଘଟିବାରେ ଶୁଣିବାକୁ ମିଳିଛି । 

 

2/10

ତେବେ ଆମେରିକା (America) ସମେତ ଅନେକ ପାଶ୍ଚାତ୍ୟ ଦେଶ ଋଷ (Russia) ର ଏହି ପଦକ୍ଷେପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅର୍ଥାତ ବର୍ତ୍ତମାନ ଗୋଟିଏ ପଟେ ଆମେରିକା (US), ଫ୍ରାନ୍ସ (France), ବ୍ରିଟେନ (Britain) ଭଳି ଦେଶ ଓ ଅନ୍ୟ ପଟେ ଋଷର ରାଷ୍ଟ୍ରପତି ପୁଟିନ (Putin) ଅଛନ୍ତି । 

3/10

ଏକଦା ପୁଟିନ ଋଷର ଗୁପ୍ତଚର ଭାବରେ ଜଣାଶୁଣା ଥିଲେ, ଯିଏ ବର୍ତ୍ତମାନ ନିଜର ନିଷ୍ପତ୍ତିକୁ ନେଇ ସାରା ଦୁନିଆରେ ଚର୍ଚ୍ଚାରେ ଅଛନ୍ତି । ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯେ ଭ୍ଲାଦିମିର ପୁଟିନ ଋଷର କ୍ଷମତାର ଶିଖରକୁ କିପରି ପହଞ୍ଚିଛନ୍ତି?

4/10

ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଙ୍କ କାହାଣୀ ସୋଭିଏତ ସଂଘର ଲେନିନ୍ ଗ୍ରେଡରୁ ଆରମ୍ଭ ହୋଇଥାଏ, ଅର୍ଥାତ୍ ଆଜିର ସେଣ୍ଟ ପିଟର୍ସର୍ସ । ଭ୍ଲାଦିମିର୍ ରୋଭିଚ୍ ପୁଟିନ୍ ଓ ମାରିଆ ଇୱାନୋୱନାଙ୍କ ଘରେ ୭ ଅକ୍ଟୋବର ୧୯୫୨ରେ ସେମାନଙ୍କର ତୃତୀୟ ସନ୍ତାନର ଜନ୍ମ ହୋଇଥିଲା । ଯାହାଙ୍କ ନାମ ଭ୍ଲାଦିମିର ପୁଟିନ (Vladimir Putin) । ଭ୍ଲାଦିମିର ପୁଟିନଙ୍କ ପୂର୍ବରୁ ତାଙ୍କର ଦୁଇ ସନ୍ତାନ ଶିଶୁ ଅବସ୍ଥାରେ କୌଣସି ରୋଗରେ ମୃତ୍ୟୁବରଣ କରିଥିଲେ ।

5/10

ପିଲାଦିନରେ ଭ୍ଲାଦିମିର ପୁଟିନ  (Vladimir Putin) ତାଙ୍କଠାରୁ ବୟସରେ ବଡ଼ ପୁଅମାନଙ୍କ ସହିତ ଝଗଡ଼ା କରୁଥିଲେ । ସେଥିପାଇଁ ସେ ପିଲାଦିନେ ଜୁଡୋ ଶିଖିଥିଲେ । ପୁଟିନଙ୍କ ପିତା ସୋଭିଏତ୍ ନୌସେନାରେ ଥିବାବେଳେ ତାଙ୍କ ମା ଏକ କାରଖାନାରେ କାମ କରୁଥିଲେ । ସେପ୍ଟେମ୍ବର ୧୯୬୦ରୁ ସେ ତାଙ୍କ ଘର ନିକଟ ବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି । ସେ ସେଣ୍ଟ ପିଟର୍ସବର୍ଗ ଷ୍ଟେଟ ୟୁନିଭର୍ସିଟିରୁ ଆଇନ ଅଧ୍ୟୟନ କରିଛନ୍ତି ।

6/10

ଆଇନ ସ୍ନାତକ ପୁଟିନ୍ ୧୯୭୫ରେ ସୋଭିଏତ୍ ୟୁନିଅନର ଗୁଇନ୍ଦା ସଂସ୍ଥା କେଜିବି (Soviet Union's intelligence agency KGB) ରେ ଯୋଗ ଦେଇଥିଲେ ଓ ଋଷର ଗୁପ୍ତଚର ହୋଇଥିଲେ । ୧୯୮୦ ଦଶକରେ ତାଙ୍କୁ ଜର୍ମାନୀରେ ପୋଷ୍ଟ କରାଯାଇଥିଲା । ପୁଟିନ ୧୬ ବର୍ଷ ଗୁପ୍ତଚର ଭାବରେ କାର୍ଯ୍ୟ କରିଛନ୍ତି, ତା’ପରେ ଇସ୍ତଫା ଦେଇ ରାଜନୀତିରେ ଯୋଗ ଦେଇଥିଲେ । 

7/10

୧୯୯୧ର ଶେଷ ଭାଗରେ ଯେତେବେଳେ ସୋଭିଏତ୍ ୟୁନିଅନ୍ (Soviet Union: USSR) ଖଣ୍ଡ ବିଖଣ୍ଡିତ ହେଲା ୨୫ ଡିସେମ୍ବର ୧୯୯୧ରେ ସୋଭିଏତ୍ ୟୁନିଅନର ରାଷ୍ଟ୍ରପତି ମିଖାଇଲ୍ ଗୋର୍ବାଚେଭ (Mikhail Gorbachev) ନିଜ ପଦରୁ ଇସ୍ତଫା ଦେଇଥିଲେ । ତା’ପରେ ଋଷର ନୂତନ ରାଷ୍ଟ୍ରପତି ବୋରିସ୍ ୟେଲଟସିନ୍ (Boris Yeltsin) କ୍ଷମତାକୁ ଆସିଲେ । 

8/10

ସୋଭିଏତ ସଂଘକୁ ଆନୁଷ୍ଠାନିକ ଭାବେ ଭାଙ୍ଗିଦେବା ଓ ଋଷର ରାଷ୍ଟ୍ରପତି ଭବନରେ ଋଷର ପତାକା ଉତ୍ତୋଳନ କଲାବେଳେ ବୋରିସ୍ ଓ ପୁଟିନ ଅଧିକ ନିକଟତର ହେଲେ । ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ଏକ ଭଲ ସମ୍ପର୍କ ଗଢ଼ିବା ଆରମ୍ଭ ହେଲା । ୧୧୯୯ରେ ୟେଲଟସିନ୍ ପୁଟିନ (Putin) ଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ ।

ଏହା ବି ପଢ଼ନ୍ତୁ:-ତୃତୀୟ ବିଶ୍ୱ ଯୁଦ୍ଧର ପଦଧ୍ୱନି! ୟୁକ୍ରେନରେ ପ୍ରବେଶ କଲା ଋଷର ଯୁଦ୍ଧ ଟ୍ୟାଙ୍କ୍, ରାଜଧାନୀ ସମେତ ଅନେକ ସହରରେ ବାଲିଷ୍ଟିକ୍ ମିସାଇଲ୍ ଆକ୍ରମଣ

ଏହା ବି ପଢ଼ନ୍ତୁ:-ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ ପୁଟିନ; ଧମାକାରେ ଥରି ଉଠିଲା ବିଭିନ୍ନ ସହର

ଏହା ବି ପଢ଼ନ୍ତୁ:-କିସମିସ ଓ ମହୁର ଆଶ୍ଚର୍ଯ୍ୟଜନକ ଲାଭ: ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବହୁତ ଲାଭଦାୟକ, ଏହି ସମୟରେ କରନ୍ତୁ ସେବନ

ଏହା ବି ପଢ଼ନ୍ତୁ:-ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ଦୁନିଆ! ଜାଣନ୍ତୁ ୟୁକ୍ରେନ-ଋଷ ସଙ୍କଟରେ କେଉଁ ଦେଶ କାହା ସହିତ ଛିଡା ହୋଇଛି?

ଏହା ବି ପଢ଼ନ୍ତୁ:-ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଛି ଏହି ୱେବ୍ ସିରିଜ୍, ଭୁଲରେ ବି ଦେଖନ୍ତୁନି ପରିବାର ସହ

9/10

୩୧ ଡିସେମ୍ବର ୧୯୯୯ରେ ୟେଲଟସିନ୍ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ତା’ପରେ ପୁଟିନ (Putin) କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କଲେ । ୨୬ ମାର୍ଚ୍ଚ ୨୦୦୦ରେ ପୁଟିନ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ​​ଜିତିଥିଲେ । ଅର୍ଥାତ୍ ସମସ୍ତ ସମସ୍ୟାର ସାମ୍ନା କରି ଜଣେ ସାଧାରଣ ବାଳକ ବର୍ତ୍ତମାନ ଦେଶର ରାଷ୍ଟ୍ରପତି ହୋଇସାରିଥିଲେ ।

 

10/10

ମାର୍ଚ୍ଚ ୨୦୦୪ରେ ପୁଟିନ (Putin) ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ । ସେ ୭୦ ପ୍ରତିଶତ ଭୋଟରେ ଜିତିଥିଲେ । ଏହିପରି ଭାବରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ରାଷ୍ଟ୍ରପତି ହେବାର ଯାତ୍ରା ଜାରି ରଖିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link