Advertisement
Photo Details/zeeodisha/odisha1106317
photoDetails0hindi

ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ପୁଟିନ, ଶୌଚାଳୟ ମଧ୍ୟ ସୁନାରେ ତିଆରି!

Russian President Vladimir Putin Net Worth: ଯଦି ଯୁଦ୍ଧ ହୁଏ ତେବେ ଋଷ ବିପୁଳ ଆର୍ଥିକ କ୍ଷତି ସହିବ ବୋଲି ଜାଣି ମଧ୍ୟ ପୁଟିନ ପଛକୁ ଫେରିବାକୁ ପ୍ରସ୍ତୁତ ନୁହଁନ୍ତି । ଏଭଳି ପରିସ୍ଥିତିରେ ବିପୁଳ ଧନର ମାଲିକ ଭ୍ଲାଦିମିର ପୁଟିନ (Vladimir Putin Net Worth) ଦେଶର ଆର୍ଥିକ ସ୍ୱାସ୍ଥ୍ୟ (Russian Economy) ପାଇଁ ଚିନ୍ତିତ ନୁହଁନ୍ତି ବୋଲି ମଧ୍ୟ କୁହାଯାଉଛି ।

1/12

ମସ୍କୋ: Russian President Vladimir Putin Net Worth: ବର୍ତ୍ତମାନ ସମୟରେ ସାରା ଦୁନିଆରେ ଯେଉଁ ବ୍ୟକ୍ତିଙ୍କ ବିଷୟରେ ଅଧିକ ଚର୍ଚ୍ଚା ହେଉଛି, ସେ ହେଉଛନ୍ତି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) । ଯେକୌଣସି ସମୟରେ ୟୁକ୍ରେନ (Ukraine) ଉପରେ ଋଷ (Russia) ଆକ୍ରମଣ କରିପାରେ ବୋଲି ସାରା ଦୁନିଆ ଆଶଙ୍କା କରୁଛି । 

2/12

ଏହି ସମୟରେ ପୁରା ଦୁନିଆକୁ ଟକ୍କର ଦେବା ପାଇଁ ପୁଟିନ (Vladimir Putin) ପ୍ରସ୍ତୁତ ମଧ୍ୟ ଅଛନ୍ତି । ଯଦି ଯୁଦ୍ଧ ହୁଏ ତେବେ ଋଷ ବିପୁଳ ଆର୍ଥିକ କ୍ଷତି ସହିବ ବୋଲି ଜାଣି ମଧ୍ୟ ପୁଟିନ ପଛକୁ ଫେରିବାକୁ ପ୍ରସ୍ତୁତ ନୁହଁନ୍ତି । ଏଭଳି ପରିସ୍ଥିତିରେ ବିପୁଳ ଧନର ମାଲିକ ଭ୍ଲାଦିମିର ପୁଟିନ (Vladimir Putin Net Worth) ଦେଶର ଆର୍ଥିକ ସ୍ୱାସ୍ଥ୍ୟ (Russian Economy) ପାଇଁ ଚିନ୍ତିତ ନୁହଁନ୍ତି ବୋଲି ମଧ୍ୟ କୁହାଯାଉଛି ।

ଆୟ ଅପେକ୍ଷା ଅନେକ ଗୁଣ ଅଧିକ ଧନ ସମ୍ପତ୍ତି

3/12
ଆୟ ଅପେକ୍ଷା ଅନେକ ଗୁଣ ଅଧିକ ଧନ ସମ୍ପତ୍ତି

ଭ୍ଲାଦିମିର ପୁଟିନଙ୍କ ପାଖରେ କେତେ ଧନ ((Vladimir Putin Total Assets Worth) ଅଛି ତାହାର କୌଣସି ସଠିକ୍ ଆକଳନ ନାହିଁ, କିନ୍ତୁ ମନେ କରାଯାଏ ଯେ ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି (world richest man) ହୋଇପାରନ୍ତି । ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ ପୁଟିନଙ୍କ ସମ୍ପତ୍ତି ବିଷୟରେ ଭିନ୍ନ ଭିନ୍ନ ଗୁଜବ ରହିଛି । ଏହା ମଧ୍ୟ କୁହାଯାଇଛି ଯେ ପୁଟିନ ସୁନାରେ ନିର୍ମିତ ଶୌଚାଳୟ ବ୍ୟବହାର କରନ୍ତି । 

4/12

ପୁଟିନ ୧୭ ବର୍ଷ ଧରି ଋଷରେ କ୍ଷମତାରେ ଅଛନ୍ତି ଓ ତାଙ୍କ ପାଖରେ ଅନେକ ଘର, ୟାଟ୍, ବିଳାସପୂର୍ଣ୍ଣ କାର ଏବଂ କୋଟି କୋଟି ପାଉଣ୍ଡ ମୂଲ୍ୟରେ ନିର୍ମିତ ଏକ ଗୁପ୍ତ ପ୍ରାସାଦ ଅଛି । ସୂଚନାଯୋଗ୍ୟ, ରାଷ୍ଟ୍ରପତି ପୁଟିନଙ୍କୁ ପ୍ରତିବର୍ଷ ୧,୦୦,୦୦୦ ପାଉଣ୍ଡ (ପ୍ରାୟ ୧,୦୧,୪୩,୪୪୩ ଟଙ୍କା) ଦରମା ମିଳୁଥାଏ ଓ ଏହା ସତ୍ତ୍ୱେ ତାଙ୍କର ସମ୍ପତ୍ତି (Wealth) ତାଙ୍କ ଆୟଠାରୁ ଅନେକ ଗୁଣ ଅଧିକ ରହିଛି ।

ଏଲୋନ୍ ମସ୍କଠାରୁ ଆଗରେ ପୁଟିନ

5/12
ଏଲୋନ୍ ମସ୍କଠାରୁ ଆଗରେ ପୁଟିନ

କିଛି ରିପୋର୍ଟରେ କୁହାଯାଇଛି ଯେ ଟେସଲା ପ୍ରତିଷ୍ଠାତା ଏଲୋନ୍ ମସ୍କ (Tesla founder Elon Musk) ଓ ଆମାଜନର ଜେଫ୍ ବେଜୋସ (Amazon's Jeff Bezos) ଙ୍କୁ ପଛରେ ପକାଇ ଭ୍ଲାଦିମିର ପୁଟିନ (Vladimir Putin) ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରନ୍ତି । 

6/12

ନିକଟ ଅତୀତରେ ଋଷ ସରକାରଙ୍କ ପୂର୍ବତନ ପରାମର୍ଶଦାତା ଷ୍ଟାନିସ୍ଲାଭ ବେଲକୋଭସ୍କି ଅନୁମାନ କରିଥିଲେ ଯେ, ପୁଟିନଙ୍କ ସମ୍ପତ୍ତିର ମୂଲ୍ୟ ୫୧ ବିଲିୟନ ହେବ । ଆମେରିକୀୟ ହେଜ୍ ଫଣ୍ଡ୍ ମ୍ୟାନେଜର ବିଲ୍ ବ୍ରାଉର୍ (Bill Brower) ୱାଶିଂଟନ୍ ପୋଷ୍ଟକୁ କହିଛନ୍ତି ଯେ ଏହି ସଂଖ୍ୟା ୧୪୭ ବିଲିୟନ ପାଉଣ୍ଡରୁ ଅଧିକ ହୋଇପାରେ ।

ସମାଲୋଚନା ପାଇଁ ଜେଲକୁ ପଠାଯାଇଥାଏ

7/12
ସମାଲୋଚନା ପାଇଁ ଜେଲକୁ ପଠାଯାଇଥାଏ

ଫୋର୍ବସ୍ ଦ୍ୱାରା ନିକଟ ଅତୀତରେ ହୋଇଥିବା ଏକ ଅନୁସନ୍ଧାନରେ ପୁଟିନ କିପରି ସମ୍ପଦର ଏକ ବିଶାଳ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ତାହା ଜାଣିବାକୁ ଚେଷ୍ଟା କରିଥିଲେ । ଏକଦା ଋଷର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ମନେ କରାଯାଉଥିବା ମିଖାଇଲ୍ ଖୋଦର୍କୋଭସ୍କି (Mikhail Khodorkovsky) ଙ୍କୁ ଠକେଇ ଓ ଟିକସ ଫାଙ୍କିବା ଅଭିଯୋଗରେ ପୁଟିନ ୨୦୦୩ରେ ଜେଲ ଦଣ୍ଡ ଦେଇଥିଲେ । ସେହି ସମୟରେ ତାଙ୍କର ସମ୍ପତ୍ତି ପ୍ରାୟ ୧୧ ବିଲିୟନ ପାଉଣ୍ଡ ଥିଲା ।

8/12

ପ୍ରକୃତରେ ଖୋଦର୍କୋଭସ୍କି ପୁଟିନଙ୍କୁ ଏକ ବୈଠକରେ ସମାଲୋଚନା କରିଥିଲେ ଓ ପରେ ତାଙ୍କୁ କାରାଗାରରେ ରଖାଯାଇଥିଲା । ତେବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ଅସ୍ୱୀକାର କରିଛନ୍ତି ।

ଏହି ଉପାୟରେ ଏକାଠି କରିଛି ସମ୍ପତ୍ତି

9/12
ଏହି ଉପାୟରେ ଏକାଠି କରିଛି ସମ୍ପତ୍ତି

ବିଲ୍ ବ୍ରାଉର୍ (Bill Brower) କହିଛନ୍ତି ଯେ, ଏହି ଗିରଫ ପୁଟିନ (Putin) ଙ୍କ ପାଇଁ ଅନେକ ନୂଆ ରୋଜଗାର ବିକଳ୍ପ ସୃଷ୍ଟି କରିଛି । ସେ ଅନେକ ଶିଳ୍ପପତିଙ୍କ ସହ ଚୁକ୍ତି କରିଛନ୍ତି ଓ ସେହି ଡିଲ୍ ବୋଧହୁଏ ଏହିପରି ଥିଲା ଯେ, 'ଯଦି ଆପଣ ମୋତେ ଆପଣଙ୍କର ସମ୍ପତ୍ତିର ୫୦% ଦିଅନ୍ତି, ତେବେ ମୁଁ ଆପଣଙ୍କୁ ବାକି ୫୦% ରଖିବାକୁ ଦେବି । ଯଦି ଏପରି ନ କରିବେ, ତେବେ ମୁଁ ଆପଣଙ୍କର ୧୦୦% ସମ୍ପତ୍ତି ରଖିବି ଓ ଆପଣଙ୍କୁ ଜେଲକୁ ପଠାଇବି ।' 

10/12

ବ୍ରାଉନର ୨୦୧୭ରେ ଆମେରିକାର ସିନେଟ ଜୁଡିସିଆରୀ କମିଟି (US Senate Judiciary Committee) ସମ୍ମୁଖରେ ପୁଟିନଙ୍କୁ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ବୋଲି ବର୍ଣ୍ଣନା କରିଥିଲେ । ଏହା ମଧ୍ୟ କୁହାଯାଇଛି ଯେ ଋଷର ରାଷ୍ଟ୍ରପତି ପରିବାରବାଦକୁ ପ୍ରୋତ୍ସାହିତ କରିଛନ୍ତି ଓ ତାଙ୍କ ନିକଟତମ ଲୋକଙ୍କୁ ଲାଭ ଦେବା ବଦଳରେ ବିପୁଳ ପରିମାଣର ଅର୍ଥ ଆଦାୟ କରୁଛନ୍ତି । କେତେକ ରିପୋର୍ଟ ଦାବି କରିଛି ଯେ, ପୁଟିନଙ୍କ ସମ୍ପତ୍ତି  ୧୬୦ ବିଲିୟନ ପାଉଣ୍ଡରୁ ଅଧିକ ।

୭,୦୦୦ କାର, ୪୩ ବିମାନ ଏବଂ ୧୫ ହେଲିକପ୍ଟର ଆଦିର ମାଲିକ ପୁଟିନ

11/12
୭,୦୦୦ କାର, ୪୩ ବିମାନ ଏବଂ ୧୫ ହେଲିକପ୍ଟର ଆଦିର ମାଲିକ ପୁଟିନ

ରାଜନୈତିକ ସମାଲୋଚକ ବୋରିସ୍ ନେମଟୋଭଙ୍କ ଅନୁଯାୟୀ, ଭ୍ଲାଦିମିର ପୁଟିନ (Vladimir Putin) ଙ୍କର ଚାରୋଟି ଜାହାଜ, ୪୩ ବିମାନ, ୭,୦୦୦ କାର ଏବଂ ୧୫ ହେଲିକପ୍ଟର ଅଛି । ତାଙ୍କର ଗୋଟିଏ ଜେଟରେ ସୁନାର ଶୌଚାଳୟ (Golden Toilet) ମଧ୍ୟ ଅଛି । ୨୦୧୮ ନ୍ୟୁଜ୍ ୱିକ୍ ରିପୋର୍ଟ ଅନୁଯାୟୀ, ତାଙ୍କ କାରର ଗୁଚ୍ଛାରେ ବୁଲେଟ୍ ପ୍ରୁଫ୍ ଲିମୋଜାଇନ୍ସ (Limousine) ମଧ୍ୟ ରହିଛି, ଯାହାର ମୂଲ୍ୟ ୧୯୨ ମିଲିୟନ୍ ଡଲାର ଅଟେ । 

ଏହା ବି ପଢ଼ନ୍ତୁ:-ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ଦୁନିଆ! ଜାଣନ୍ତୁ ୟୁକ୍ରେନ-ଋଷ ସଙ୍କଟରେ କେଉଁ ଦେଶ କାହା ସହିତ ଛିଡା ହୋଇଛି?

ଏହା ବି ପଢ଼ନ୍ତୁ:-ଋଷ ସୀମାରେ 'ପାକିସ୍ଥାନ' ପରି ଦେଶ କରିବାକୁ ଚାହୁଁଛି ଆମେରିକା, ଜାଣନ୍ତୁ କ'ଣ ରହିଛି ପ୍ଲାନ୍

ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ଯୌନ ସମସ୍ୟାକୁ ଦୂର କରିବାରେ ପ୍ରଭାବଶାଳୀ କେବଳ ୨ଟି ଖଜୁରୀ, ଏହି ଉପାୟରେ କରନ୍ତୁ ସେବନ, ତା'ପରେ ଦେଖନ୍ତୁ କମାଲ!

ଏହା ବି ପଢ଼ନ୍ତୁ:-୧୪୧ ଦିନ ଯାଏଁ ଶନିଙ୍କ କୋପରୁ ସାବଧାନ ରୁହନ୍ତୁ ଏସବୁ ରାଶି, ଆପଣାନ୍ତୁ ଏହି ଉପାୟ, ନଚେତ୍...

ଏହା ବି ପଢ଼ନ୍ତୁ:-ୟୁରୋପରେ ୟୁକ୍ରେନ ହେଉଛି ଦ୍ୱିତୀୟ ବୃହତ୍ତମ ଦେଶ, ଜାଣନ୍ତୁ ଏହାର ଜନସଂଖ୍ୟା, ମୁଦ୍ରା, ଧର୍ମ, ଭାଷା ଏବଂ କିଛି ରୋଚକ ତଥ୍ୟ

 

12/12

କେବଳ ଏତିକି ନୁହେଁ, ପୁଟିନଙ୍କ ପାଖରେ ଘଣ୍ଟାର ମଧ୍ୟ ବଡ଼ କଲେକଶନ ଅଛି, ଯାହାର ମୂଲ୍ୟ ୫,୦୦,୦୦୦ ପାଉଣ୍ଡ ହେବ ବୋଲି ଆକଳନ କରାଯାଇଛି । କୁହାଯାଏ ଯେ କଳା ସାଗର ନିକଟରେ ଥିବା ଗେଲେଣ୍ଡଜିକରେ ପୁଟିନଙ୍କର ଏକ ଗୁପ୍ତ ପ୍ରାସାଦ ଅଛି, ଯାହାର ମୂଲ୍ୟ ୧ ବିଲିୟନ ପାଉଣ୍ଡ ଅଟେ । ଜେଲରେ ଥିବା ବିରୋଧୀଦଳର ନେତା ଆଲେକ୍ସୀ ନାଭାଲନି (Alexei Navalny) ଙ୍କ ଦଳ ଦାବି କରିଛନ୍ତି ଯେ ସେ ଗୁପ୍ତ ପ୍ରାସାଦର ହଜାର ହଜାର ଫଟୋଗ୍ରାଫ ପାଇଛନ୍ତି ।