ଜର୍ମାନୀରେ PM Modi: ଜର୍ମାନୀ ଚାନସେଲରଙ୍କ ସହ କଲେ ଏହି ଆଲୋଚନା
Advertisement
Article Detail0/zeeodisha/odisha1172191

ଜର୍ମାନୀରେ PM Modi: ଜର୍ମାନୀ ଚାନସେଲରଙ୍କ ସହ କଲେ ଏହି ଆଲୋଚନା

ଗସ୍ତ ଭିତରେ ଆଜି ଜର୍ମାନୀ ଚାନସେଲର ଓଲାଫ ସ୍କୋଲଜଙ୍କୁ ସାକ୍ଷାତ କରିଛନ୍ତି  ମୋଦି।

ଫଟୋ ସୌଜନ୍ୟ: Twitter@narendramodi

ବର୍ଲିନ: ଜର୍ମାନୀ ଗସ୍ତରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭିନ୍ନ ଢଙ୍ଗରେ ସ୍ବାଗତ କରାଯାଇଥିଲା। ଗସ୍ତ ଭିତରେ ଆଜି ଜର୍ମାନୀ ଚାନସେଲର ଓଲାଫ ସ୍କୋଲଜଙ୍କୁ ସାକ୍ଷାତ କରିଛନ୍ତି  ମୋଦି। ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ  ଆଲୋଚନା ହୋଇଥିବା ପିଏମଓ ପକ୍ଷରୁ ସୂଚନା ମିଳିଛି।

ଜର୍ମାନୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ସୋମବାର ଜର୍ମାନୀ ଚାନସେଲର ଓଲାଫ ସ୍କୋଲଜ (German Chancellor Olaf Scholz) ଙ୍କୁ ସହ ସାକ୍ଷାତ କରିଛନ୍ତି । ଜର୍ମାନୀରେ ପହଞ୍ଚିବାପରେ  ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜେ ଚାନସେଲର ସ୍କୋଲଜ ସ୍ବାଗତ କରିଥିଲେ। ପରେ ଉଭୟ ରାଷ୍ଟ୍ରମୁଖ୍ୟ ମିଳିତ ଅଭିବାଦନ ଗ୍ରହଣ କରିଥିବାବେଳେ  ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ  ଆଲେଚନା ମଧ୍ୟ ହୋଇଛି। ଆଲୋଚନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୋମବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ବର୍ଲିନ (Berlin) ରେ ଅବତରଣ କରିବା ପରେ ଜର୍ମାନୀ (German) ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜର୍ମାନୀର ରାଜଧାନୀ ବର୍ଲିନରେ ପହଞ୍ଚିଛନ୍ତି। ସେଠାରେ ପ୍ରବାସୀ ଭାରତୀୟମାନେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବେଶ୍ ଉତ୍ସାହିତ ଥିବାବେଳେ ଭିନ୍ନ ଢଙ୍ଗରେ ସ୍ବାଗତ ମଧ୍ୟ କରିଛନ୍ତି। ଭାରତୀୟ ବେଶଭୁଷା, ପାରମ୍ପାରିକ ବାଦ୍ୟଯନ୍ତ୍ର, ନୃତ୍ୟ, ସଙ୍ଗୀତ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ କରିବା ପାଇଁ ପ୍ରବାସୀ ଭାରତୀୟମାନେ ବର୍ଲିନର ଐତିହାସିକ ବ୍ରାଣ୍ଡେନବର୍ଗ ଗେଟରେ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା। କିଏ ଭାରତୀୟ ପାରମ୍ପାରିକ ମୃଦଙ୍ଗ ବଜାଇ ନାଚୁଥିଲା ତ, କାହା ହାତରେ ଗେରୁଆ ପତାକା। ଭାରତୀୟ ପ୍ରବାସୀ ମହିଳାମାନେ ପାରମ୍ପାରିକ ଶାଢୀ ଓ ଶାସ୍ତ୍ରୀୟ ଆଭୁଷଣ ପରିଧାନ କରିଥିବା ଦେଖିବାକୁ ମିଳିଥିଲା। ସେହିପରି ହାତରେ ଆଜାଦି କି ଅମୃତ ମହୋତ୍ସବ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ ବୋଲି ଲେଖାଥିବା ପ୍ଲାକକାର୍ଡ ମଧ୍ୟ ପ୍ରଦର୍ଶିତ କରିଥିଲେ ପ୍ରବାସୀ ଭାରତୀୟ । ତେବେ ଏପରି ଭବ୍ୟ ସ୍ବାଗତ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଟ୍ବିଟ କରାଯାଇ ଖୁସିବ୍ୟକ୍ତ କରାଯାଇଛି । ଐତିହାସିକ ବ୍ରାଣ୍ଡେନବର୍ଗ ଗେଟରେ ଭାରତୀୟ ସଂସ୍କୃତି ରେ ଥିବା ବିବିଧତାର ପ୍ରତିଫଳନ ଦେଖିବାକୁ ମିଳିଛି ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଟ୍ବିଟ କରି କହିଛି । ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ବର୍ଲିନ ବିମାନ ବନ୍ଦରରେ ଅବତରଣ କରିବା ପରେ ଜର୍ମାନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ପରେ ମୋଦି କିଛି ପ୍ରବାସୀ ଭାରତୀୟ ସମୂଦାୟଙ୍କ ସହ ସାକ୍ଷାତ କରିବା ସହ ଆଲୋଚନା ମଧ୍ୟ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ଓ ସେଲ୍ପି ନେବା ପାଇଁ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀଙ୍କ ପାଇଁ ଦେଶାତ୍ମବୋଧକ ସଙ୍ଗୀତ ମଧ୍ୟ ପରିବେଷଣ କରାଯାଇଥିବା ଦେଖିବାକୁ ମିଳିଥିଲା ।

ତେବେ ମୋଦିଙ୍କର ଏହି ଗସ୍ତ କାଳର ପ୍ରାୟ ୬୫ ଘଣ୍ଟା ସମୟରେ ଅନେକ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।  ସେ ପ୍ରାୟ ୫୦ଜଣ ବିଶ୍ୱ ବିଖ୍ୟାତ  ବ୍ୟବସାୟ ମୁଖ୍ୟଙ୍କ  ସହ କଥାବାର୍ତ୍ତା ବ୍ୟତୀତ ସାତୋଟି ଦେଶର ବିଶ୍ୱସ୍ତରୀୟ ନେତାଙ୍କ ସହ ବୌଠକ, ଦ୍ୱିପାକ୍ଷିକ ତଥା ବହୁପକ୍ଷୀୟ ସଭା କରିବେ।  ମୋଦି ଏହି ଗସ୍ତ ସମୟରେ ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜଙ୍କୁ ଭେଟିବା ପରେ ରହିଛନ୍ତି ଯେ,ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ଭାରତ, ଜର୍ମାନୀ ଅନେକ ସାଧାରଣ ମୂଲ୍ୟବୋଧ ବାଣ୍ଟିଛନ୍ତି ଏବଂ ଆନ୍ତଃ- ସରକାରୀ ପରାମର୍ଶର ଆୟୋଜନ ଦ୍ୱାରା ଦୁଇ ଦେଶ ସେମାନଙ୍କ ରଣନୈତିକ ସମ୍ପର୍କକୁ କେତେ ଗୁରୁତ୍ୱ ଦେଉଛନ୍ତି ତାହା ଦର୍ଶାଉଛି। ୟୁକ୍ରେନର ସଙ୍କଟ ବିଷୟରେ ସେ କହିଛନ୍ତି, “ୟୁକ୍ରେନ ବିବାଦରେ କୌଣସି ଦେଶ ବିଜୟୀ ହୋଇପାରିବ ନାହିଁ। ଆମେ ଶାନ୍ତି ପାଇଁ ଅଛୁ, ଯୁଦ୍ଧ ବନ୍ଦ କରିବାକୁ ନିବେଦନ କରୁଛୁ। "(“No country can emerge victorious in Ukraine conflict. We are for peace, appeal to end the war.”) ଏହା ପରେ ମୋଦୀ ଡେନମାର୍କ (Denmark) ଅଭିମୁଖେ ଯାତ୍ରା କରିବେ, ଯେଉଁଠାରେ ସେ ଡେନମାର୍କ (Denmark), ଆଇସଲ୍ୟାଣ୍ଡ (Iceland), ଫିନଲ୍ୟାଣ୍ଡ (Finland), ସ୍ୱୀଡେନ (Swiden) ଏବଂ ନରୱେ (Norway) ର ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିତୀୟ ଭାରତ-ନର୍ଡିକ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ବୁଧବାର ଫେରିବା ବାଟରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରୋନ (Emmanuel Macron) ଙ୍କ ସହ ସାକ୍ଷାତ ପାଇଁ ମୋଦୀ ପ୍ୟାରିସ (Paris)ରେ ଏକ ସଂକ୍ଷିପ୍ତ ସମୟ ପାଇଁ ଅବସ୍ଥାନ କରିବେ। ଚଳିତ ବର୍ଷ ମୋଦି ତାଙ୍କର ପ୍ରଥମ ବୈଦେଶିକ ଯାତ୍ରା ଏପରି ଏକ ସମୟରେ କରିଛନ୍ତି ଯେତେବେଳେ  ୟୁରୋପର ସାତ ଦଶନ୍ଧିର ବ୍ୟବସାୟକୁ ଅସ୍ତବ୍ୟସ୍ତ କରିଦେଇଛି।