PM Kisan Yojana Live 15th Installment: ଖାତାକୁ ଆସିଲା କିସାନ ସମ୍ମାନ ନିଧି ଯୋଜନାର ୧୫ତମ କିସ୍ତି
Advertisement
Article Detail0/zeeodisha/odisha1960123

PM Kisan Yojana Live 15th Installment: ଖାତାକୁ ଆସିଲା କିସାନ ସମ୍ମାନ ନିଧି ଯୋଜନାର ୧୫ତମ କିସ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୫ତମ କିସ୍ତି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାରି କରିଛନ୍ତି। ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାସ୍ଥିତ ତାଙ୍କର ଜନ୍ମମାଟିରେ ପହଞ୍ଚି ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ

PM Kisan Yojana Live 15th Installment: ଖାତାକୁ ଆସିଲା କିସାନ ସମ୍ମାନ ନିଧି ଯୋଜନାର ୧୫ତମ କିସ୍ତି

PM Kisan Samman Nidhi Yojana: ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୫ତମ କିସ୍ତି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାରି କରିଛନ୍ତି। ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାସ୍ଥିତ ତାଙ୍କର ଜନ୍ମମାଟିରେ ପହଞ୍ଚି ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁଣ୍ଟିରୁ କିସାନ ସମ୍ମାନ ନିଧି ଯୋଜନାର ୧୫ତମ କିସ୍ତି ଚାଷୀଙ୍କ ଖାତାକୁ ପଠାଇଛନ୍ତି। କିସ୍ତିର ଅର୍ଥରାଶି ୮ କୋଟି ଚାଷୀଙ୍କ ଖାତାରେ ଜିବିଟି ମାଧ୍ୟମରେ ଜମା ହୋଇଛି। ଏଠାରେ କହି ରଖୁଛୁ କି କିସାନ ସମ୍ମାନ ନିଧୀ ଯୋଜନା ଅନ୍ତର୍ଗତ କେନ୍ଦ୍ର ସରକାର ପ୍ରତି ୪ ମାସରେ ୨ ହଜାର ଟଙ୍କା ଚାଷୀଙ୍କୁ ପ୍ରଦାନ କରୁଛନ୍ତି। ବାର୍ଷିକ ୬ ହଜାର ଟଙ୍କା ଏହି ଯୋଜନା ଅନ୍ତର୍ଗତ ପ୍ରଦାନ କରୁଛନ୍ତି। 

ଏପରି କରନ୍ତୁ ଯାଞ୍ଚ
ପ୍ରଥମେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ସରକାରୀ ୱେବସାଇଟ https://pmkisan.gov.in/ ଲଗଇନ କରନ୍ତୁ। 
ପରେ ଆପଣ ଡାହାଣ ପଟରେ ଦିଆଯାଇଥିବା Farmers Corner ବିକଳ୍ପ ଉପରେ କ୍ଲିକ କରନ୍ତୁ। 
ଏଠାରେ Beneficiary Status ବିକଳ୍ପ ଉପରେ କ୍ଲିକ କରନ୍ତୁ। କ୍ଲିକ କରିବା ପରେ ଏକ ନୂଆ ପେଜ ଖୋଲିବ। 
ନୂଆ ପେଜରେ ଆଧାର ନମ୍ବର, ବ୍ୟାଙ୍କ ଖାତା ସଂଖ୍ୟା କିମ୍ବା ମୋବାଇନ ନମ୍ବର ମଧ୍ୟରୁ କୌଣସି ଏକ ବିକଳ୍ପ ବାଛନ୍ତୁ। ଏହି ତିନୋଟି ଉପାୟରେ ଆପଣ ଆପଣଙ୍କ ଖାତାକୁ ଟଙ୍କା ଆସିଛି କି ନାହିଁ ଆପଣ ଚେକ କରିପାରିବେ। 
ଆପଣ ଯେଉଁ ବିକଳ୍ପ ବାଛିଛନ୍ତି, ତାହାର ସଂଖ୍ୟା ଭରନ୍ତୁ। ଏହା ପରେ Get Data ଉପରେ କ୍ଲିକ କରନ୍ତୁ। 
ଏଠାରେ କ୍ଲିକ କରିବା ପରେ ଆପଣଙ୍କୁ ସମସ୍ତ ନେଣଦେଣ ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଯିବ। 
ଯଦି FTO is generated and Payment confirmation is pending ଲେଖା ସାମ୍ନାୁ ଶାବି ତାହା ହେଲେ ଆପଣଙ୍କୁ ଅର୍ଥ ରାଶି ଆସିବା ପାଇଁ ପ୍ରୋସେସରେ ରହିଥିବା ଧରିନେବାକୁ ହେବ।