କୋରୋନା ମୁକାବିଲା ପାଇଁ ଦିଲ୍ଲୀ-NCR ପରି ଅନ୍ୟ ରାଜ୍ୟ ମଧ୍ୟ ପଦକ୍ଷେପ ନେବା ଆବଶ୍ୟକ: ପିଏମ ମୋଦି
Advertisement

କୋରୋନା ମୁକାବିଲା ପାଇଁ ଦିଲ୍ଲୀ-NCR ପରି ଅନ୍ୟ ରାଜ୍ୟ ମଧ୍ୟ ପଦକ୍ଷେପ ନେବା ଆବଶ୍ୟକ: ପିଏମ ମୋଦି

ଏହି ସମୀକ୍ଷା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ, ନୀତି ଆୟୋଗର ସଦସ୍ୟ, କ୍ୟାବିନେଟ ସଚିବ ଏବଂ ଭାରତ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି ।

କୋରୋନା ମୁକାବିଲା ପାଇଁ ଦିଲ୍ଲୀ-NCR ପରି ଅନ୍ୟ ରାଜ୍ୟ ମଧ୍ୟ ପଦକ୍ଷେପ ନେବା ଆବଶ୍ୟକ: ପିଏମ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଶନିବାର) ଦେଶରେ କୋରୋନା ଭୂତାଣୁକୁ ନେଇ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଦିଲ୍ଲୀରେ କୋରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର, ରାଜ୍ୟ ତଥା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଅନ୍ୟ ରାଜ୍ୟମାନେ ମଧ୍ୟ ଦିଲ୍ଲୀ-ଏନସିଆର ପରି କୋରୋନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ।

ଏହି ସମୀକ୍ଷା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ, ନୀତି ଆୟୋଗର ସଦସ୍ୟ, କ୍ୟାବିନେଟ ସଚିବ ଏବଂ ଭାରତ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରେ କୋରୋନାକୁ ନେଇ ପରିସ୍ଥିତି ଏବଂ ଏହି ମାରାତ୍ମକ ଭୂତାଣୁ ମୁକାବିଲା ପାଇଁ ବିଭିନ୍ନ ରାଜ୍ୟର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସର୍ବସାଧାରଣ ସ୍ଥାନରେ ବ୍ୟକ୍ତିଗତ ସ୍ୱଚ୍ଛତା ଓ ସାମାଜିକ ଦୂରତା ଅନୁସରଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦି ନିର୍ଦ୍ଦେଶ ଦେଇଛନ୍ତି ।

ଜାରି ବୟାନରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କୋରୋନା ବିଷୟରେ ସଚେତନତା ସୃଷ୍ଟି ହେବା ଆବଶ୍ୟକ । ଏହାର ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ନିରନ୍ତର ଗୁରୁତ୍ୱ ଦିଆଯିବା ଆବଶ୍ୟକ । ଏ ବାବଦରେ କୌଣସି ପ୍ରକାର ଅବହେଳା ପାଇଁ ସ୍ଥାନ ନାହିଁ ବୋଲି ସେ କହିଛନ୍ତି ।

ଦିଲ୍ଲୀରେ କୋରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର, ରାଜ୍ୟ ତଥା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଛନ୍ତି । ଦିଲ୍ଲୀ-ଏନସିଆର ପରି କୋରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଅନ୍ୟ ରାଜ୍ୟ ମଧ୍ୟ ପଦକ୍ଷେପ ନେବା ଉଚିତ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି ।