ସରକାରଙ୍କ ଏହି ସ୍କିମରେ ଜମା କରନ୍ତୁ ୫୫ ଟଙ୍କା ଓ ଆପଣଙ୍କ ଆକାଉଣ୍ଟରେ ଆସିବ ୩୬ ହଜାର
ଆଜି ଆମେ ଆପଣଙ୍କୁ ସରକାରଙ୍କ ଏପରି ଏକ ସ୍କିମ ବିଷୟରେ କହୁଛୁ ଯେଉଁଥିରେ ଆପଣ କମ୍ ନିବେଶ କରି ମୋଟା ଅଙ୍କର ରୋଜଗାର କରିପାରିବେ ।
ନୂଆଦିଲ୍ଲୀ: ସମସ୍ତେ ଭବିଷ୍ୟତରେ ଏକ ସ୍ଥିର ଆୟ (Fixed Income) ଚାହୁଁଛନ୍ତି । ଯଦି ଆପଣ ଭବିଷ୍ୟତରେ ଟଙ୍କା ସଙ୍କଟରୁ ରକ୍ଷା ପାଇବା ପାଇଁ ନିବେଶ କରିବାକୁ ଯୋଜନା କରୁଛନ୍ତି । ତେବେ ଆପଣ କେନ୍ଦ୍ର ସରକାରଙ୍କ (Central govt scheme) ଏହି ସ୍କିମରେ ଟଙ୍କା ନିବେଶ କରିପାରିବେ । ଆଜି ଆମେ ଆପଣଙ୍କୁ ସେହି ସ୍କିମ ବିଷୟରେ କହୁଛୁ ଯେଉଁଥିରେ ଆପଣ କମ୍ ତାଙ୍କ ଟଙ୍କା ନିବେଶ କରି ମୋଟା ଅଙ୍କର ରୋଜଗାର କରିପାରିବେ ।
ମୋଦି ସରକାରଙ୍କ ପେନ୍ସନ୍ ସ୍କିମ ମଧ୍ୟରେ ସବୁଠାରୁ ବିଶେଷ ସ୍କିମ ହେଉଛି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ସ୍କିମ (PM-SYM) । ଏହି ପେନସନ୍ ସ୍କିମ ଅସଂଗଠିତ କ୍ଷେତ୍ରର ଲୋକଙ୍କ ପାଇଁ ଉଦିଷ୍ଟ । ଯେଉଁମାନେ ୩୬ ହଜାର ଟଙ୍କା ପେନସନ୍ ପାଇବେ । ୧୮ ରୁ ୪୦ ବର୍ଷ ବୟସର ଲୋକମାନେ ଏହି ସ୍କିମରେ ନିବେଶ କରିପାରିବେ ଓ ଏହି ସ୍କିମରେ ପ୍ରିମିୟମ୍ ପରିମାଣ ମଧ୍ୟ ବୟସ ଆଧାରରେ କରାଯାଇଥାଏ । ୩୬,୦୦୦ ଟଙ୍କା ବାର୍ଷିକ ପେନସନ୍ ପ୍ରତି ମାସରେ ୩୦୦୦ ଟଙ୍କା ଆକାରରେ ଦିଆଯିବ । ଏହି ସ୍କିମର ଲାଭ ସମସ୍ତ ରାଜ୍ୟ ଓ କେନ୍ଦ୍ର ଅଞ୍ଚଳ ନେଉଛନ୍ତି । ଏଥିପାଇଁ ୩.୫୨ ଲକ୍ଷ ସାଧାରଣ ସେବା କେନ୍ଦ୍ର ମଧ୍ୟ ଅଛି ।
ଅଧିକ ପଢ଼ନ୍ତୁ: କାବୁଲଠାରୁ ୫୦ କିଲୋମିଟର ଦୂରରେ ତାଲିବାନ, ଭୟରେ ଦେଶ ଛାଡ଼ି ପଳାଉଛନ୍ତି ଆଫଗାନ ନାଗରିକ
ଏପରି ଉଠାନ୍ତୁ ଏହାର ଲାଭ
ଯଦି ଆପଣ ଏହି ସ୍କିମରେ ଲାଭ ଉଠାଇବାକୁ ଚାହାଁନ୍ତି । ତେବେ ଆପଣ ଯେକୌଣସି ଜନସେବା କେନ୍ଦ୍ର ଭିଜିଟ କରି ଆପଣଙ୍କର PM-SYM ଆକାଉଣ୍ଟ ଖୋଲିପାରିବେ । ଏହି ସ୍କିମ ପାଇଁ ଆବେଦନ କରିବାକୁ, ଆପଣଙ୍କ ପାଖରେ ଆଧାର କାର୍ଡ ଓ ବ୍ୟାଙ୍କ ପାସବୁକ୍ ଭଳି ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ରହିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ସ୍କିମରେ ଆକାଉଣ୍ଟ ଖୋଲିବା ପରେ ଆବେଦନକାରୀଙ୍କୁ ମଧ୍ୟ ଶ୍ରମ ଯୋଗୀ କାର୍ଡ (Shram Yogi Card) ପ୍ରଦାନ କରାଯାଇଥାଏ ।
ଅଧିକ ପଢ଼ନ୍ତୁ: ନାକ ମାଧ୍ୟମରେ ଦିଆଯିବ କୋରୋନା ଟିକା, ଏହି କମ୍ପାନୀକୁ ମିଳିଲା ଦ୍ୱିତୀୟ ପର୍ଯ୍ୟାୟ ଟ୍ରାୟଲ ପାଇଁ ଅନୁମତି
ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ସ୍କିମ କ’ଣ?
ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ଏହି ପେନସନ୍ ସ୍କିମ ଆରମ୍ଭ କରିଛନ୍ତି । ଏହି ସ୍କିମ ଅଧୀନରେ ନିବେଶକଙ୍କୁ ପ୍ରତି ମାସରେ କିଛି ଟଙ୍କା ନିବେଶ କରିବାକୁ ପଡିବ । ଏହି ସ୍କିମ ମାଧ୍ୟମରେ ୬୦ ବର୍ଷ ବୟସ ପୂରଣ ହେବାପରେ ସରକାର ପ୍ରତି ମାସରେ ୩ ହଜାର ଟଙ୍କା ପେନସନ୍ ପ୍ରଦାନ କରିବେ । ଏହି ସ୍କିମ୍ ମାଧ୍ୟମରେ ନିବେଶକ ଆଜୀବନ ପେନସନ୍ ପାଆନ୍ତି । ସୂଚନାଯୋଗ୍ୟ ଯେ ଏହି ଯୋଜନାରେ ଆପଣ ଯେତିକି ପରିମାଣରେ ଯୋଗଦାନ କରନ୍ତି, ସରକାର ଆପଣଙ୍କ ଆକାଉଣ୍ଟରେ ସମାନ ଅବଦାନ ଦେଇଥାନ୍ତି ।