କାବୁଲଠାରୁ ୫୦ କିଲୋମିଟର ଦୂରରେ ତାଲିବାନ, ଭୟରେ ଦେଶ ଛାଡ଼ି ପଳାଉଛନ୍ତି ଆଫଗାନ ନାଗରିକ
Advertisement
Article Detail0/zeeodisha/odisha964492

କାବୁଲଠାରୁ ୫୦ କିଲୋମିଟର ଦୂରରେ ତାଲିବାନ, ଭୟରେ ଦେଶ ଛାଡ଼ି ପଳାଉଛନ୍ତି ଆଫଗାନ ନାଗରିକ

ତାଲିବାନ ଶୁକ୍ରବାର ଦିନ ଦେଶର ଦକ୍ଷିଣ ଭାଗକୁ କବଜା କରି ଆଉ ଚାରିଟି ପ୍ରଦେଶର ରାଜଧାନୀକୁ ମଧ୍ୟ ଅକ୍ତିଆର କରିଛି । ତାଲିବାନ ବର୍ତ୍ତମାନ ଧୀରେ ଧୀରେ କାବୁଲ ଆଡକୁ ଗତି କରୁଛି ।

 

କାବୁଲଠାରୁ ୫୦ କିଲୋମିଟର ଦୂରରେ ତାଲିବାନ, ଭୟରେ ଦେଶ ଛାଡ଼ି ପଳାଉଛନ୍ତି ଆଫଗାନ ନାଗରିକ

କାବୁଲ: ଆଫଗାନିସ୍ତାନର (Afghanistan) ୩୪ ଟି ପ୍ରଦେଶର ଅଧାରୁ ଅଧିକ ରାଜଧାନୀକୁ ତାଲିବାନ (Taliban) ନିଜ ନିୟନ୍ତ୍ରଣକୁ ନେଇସାରିଛି । ତାଲିବାନ ଦ୍ୱିତୀୟ ଓ  ତୃତୀୟ ବୃହତ୍ତମ ସହର (ପଶ୍ଚିମରେ ହେରାଟ ଓ ଦକ୍ଷିଣରେ କାନ୍ଦାହାର) ନିୟନ୍ତ୍ରଣ କରିବା ପରେ ହେଲମାଣ୍ଡ ପ୍ରଦେଶର ରାଜଧାନୀ ଲଶ୍କରଗାକୁ କବଜା କରିଛି । ତାଲିବାନ ଆତଙ୍କବାଦୀ ବର୍ତ୍ତମାନ କାବୁଲଠାରୁ (Kabul) ୫୦ କିଲୋମିଟର ଦୂରରେ ରହିଛନ୍ତି । ଅନ୍ୟପକ୍ଷରେ ରାଷ୍ଟ୍ରପତି ଆଶ୍ରାଫ ଘାନି (Ashraf Ghani) ଆଜି ଆଫଗାନିସ୍ତାନର ଗମ୍ଭୀର ପରିସ୍ଥିତିକୁ ନେଇ ସମାଧାନ ସମ୍ବୋଧିତ କରିପାରନ୍ତି ।

ଏଥି ସହ AFP ସୂତ୍ର ଅନୁଯାୟୀ ନାଟୋ ରାଷ୍ଟ୍ରଦୂତ ଶୁକ୍ରବାର ଦିନ ଏକ ବୈଠକ କରିଛନ୍ତି । ଆଫଗାନିସ୍ତାନର (Afghanistan) ଉପରାଷ୍ଟ୍ରପତି କହିଛନ୍ତି ଯେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼ିବେ । ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଶୁକ୍ରବାର ଦିନ ଟ୍ୱିଟ୍ କରି କହିଛନ୍ତି ଯେ ରାଷ୍ଟ୍ରପତି ଆଶ୍ରାଫ ଘାନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ସୁରକ୍ଷା ବୈଠକରେ ଦୃଢ଼ ବିଶ୍ୱାସ ଓ ଦୃଢତାର ସହ ନିଷ୍ପତ୍ତି ନିଆଯାଇଛି ଯେ ଆମେ ତାଲିବାନ ଆତଙ୍କବାଦୀଙ୍କ ବିରୁଦ୍ଧରେ ଦୃଢ ଭାବରେ ଠିଆ ହେବା ଓ ଜାତୀୟ ପ୍ରତିରୋଧକୁ ଦୃଢ଼ କରିବା ଏବଂ ସମସ୍ତ ପ୍ରକାର ଉଦ୍ୟମ କରିବ ।

ଅଧିକ ପଢ଼ନ୍ତୁ: ନାକ ମାଧ୍ୟମରେ ଦିଆଯିବ କୋରୋନା ଟିକା, ଏହି କମ୍ପାନୀକୁ ମିଳିଲା ଦ୍ୱିତୀୟ ପର୍ଯ୍ୟାୟ ଟ୍ରାୟଲ ପାଇଁ ଅନୁମତି

ଅନ୍ୟ ଦେଶଗୁଡିକ କ'ଣ କହିଛନ୍ତି 
ତାଲିବାନ ଏକ ନିର୍ଦ୍ଦୟ, ଦମନକାରୀ ସରକାର ପୁନଃ ପ୍ରତିଷ୍ଠା କରିପାରେ ବୋଲି ଆଶଙ୍କା କରି ହଜାର ହଜାର ଆଫଗାନିସ୍ତାନ ନାଗରିକ ଘରଛାଡି ପଳାୟନ କରୁଛନ୍ତି । କତାରରେ ଶାନ୍ତି କଥାବାର୍ତ୍ତା ସ୍ଥଗିତ ରହିଛି, ଯଦିଓ କୂଟନୀତିଜ୍ଞମାନେ ସାକ୍ଷାତ କରୁଛନ୍ତି । ଆମେରିକା, ୟୁରୋପୀୟ ଓ ଏସୀୟ ଦେଶଗୁଡିକ ଚେତାବନୀ ଦେଇଛନ୍ତି ଯେ ବଳ ଦ୍ୱାରା ପ୍ରତିଷ୍ଠିତ କୌଣସି ସରକାର ପ୍ରତ୍ୟାଖ୍ୟାନ କରାଯିବ । ତେବେ ଆମେରିକା କିଛି ସପ୍ତାହ ପରେ ଆଫଗାନିସ୍ତାନରୁ ନିଜର ଶେଷ ସୈନିକମାନଙ୍କୁ ପ୍ରତ୍ୟାହାର କରିବାକୁ ଯାଉଛି ।

ଅଧିକ ପଢ଼ନ୍ତୁ: ଦେଶର କେଉଁ ରାଜ୍ୟର ଲୋକମାନେ ପିଅନ୍ତି ସବୁଠୁ ଅଧିକ ମଦ? ଏଠାରେ ଜାଣନ୍ତୁ ଏହାର ଜବାବ

ଡେନମାର୍କର ବୈଦେଶିକ ମନ୍ତ୍ରୀ ଜେପେ କୋଫୋଡ କହିଛନ୍ତି ଯେ କାବୁଲରେ ଦେଶର ଦୂତାବାସ ସାମୟିକ ଭାବେ ବନ୍ଦ ରହିଛି ଓ କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଉଛି । ଜର୍ମାନୀ ମଧ୍ୟ କର୍ମଚାରୀମାନଙ୍କୁ କାବୁଲର ଦୂତାବାସରୁ ଫେରାଇ ଆଣିଛି । ଜର୍ମାନ ବୈଦେଶିକ ମନ୍ତ୍ରୀ ହେଇକୋ ମାସ୍ ଆଫଗାନିସ୍ତାନର ସମସ୍ତ ଜର୍ମାନ ନାଗରିକଙ୍କୁ ତୁରନ୍ତ ଦେଶ ଛାଡିବାକୁ କହିଛନ୍ତି ।