ନାକ ମାଧ୍ୟମରେ ଦିଆଯିବ କୋରୋନା ଟିକା, ଏହି କମ୍ପାନୀକୁ ମିଳିଲା ଦ୍ୱିତୀୟ ପର୍ଯ୍ୟାୟ ଟ୍ରାୟଲ ପାଇଁ ଅନୁମତି
Advertisement
Article Detail0/zeeodisha/odisha964447

ନାକ ମାଧ୍ୟମରେ ଦିଆଯିବ କୋରୋନା ଟିକା, ଏହି କମ୍ପାନୀକୁ ମିଳିଲା ଦ୍ୱିତୀୟ ପର୍ଯ୍ୟାୟ ଟ୍ରାୟଲ ପାଇଁ ଅନୁମତି

କୋରୋନା ମହାମାରୀର (Corona Pandemic) ମୁକାବିଲା ପାଇଁ ଭାରତ ଖୁବ୍ ଶୀଘ୍ର ଆଉ ଏକ ଟିକା ପାଇବାକୁ ଯାଉଛି । ଏହି ଟିକାକୁ (Corona Vaccine) ନାକରେ ଏକ ଡ୍ରପ ଆକାରରେ ଦିଆଯାଇପାରେ ।

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: କୋରୋନା ମହାମାରୀର ମୁକାବିଲା ପାଇଁ ଭାରତ ଖୁବ୍ ଶୀଘ୍ର ଆଉ ଏକ ଟିକା ପାଇବାକୁ ଯାଉଛି । ଏହି ଟିକାକୁ (Corona Vaccine) ନାକରେ ଏକ ଡ୍ରପ ଆକାରରେ ଦିଆଯାଇପାରେ ।

ଭାରତ ବାୟୋଟେକ୍ ବିକଶିତ କରୁଛି ଏହି ଟିକା 
ସୂଚନା ଅନୁଯାୟୀ ଏହି ଟିକା ଭାରତ ବାୟୋଟେକ୍ (Bharat Biotech) ଦ୍ୱାରା ପ୍ରସ୍ତୁତ କରାଯାଉଛି । ଏହି ଟିକା ଦ୍ୱିତୀୟ ପର୍ଯ୍ୟାୟ ଟ୍ରାୟଲ ପାଇଁ କମ୍ପାନୀ ଅନୁମୋଦନ ଲାଭ କରିଛି । କ୍ଲିନିକାଲ୍ ଟ୍ରାୟଲ ପାଇଁ ନିୟାମକ ଅନୁମୋଦନ ଗ୍ରହଣ କରାଯାଇଛି । ବାୟୋଟେକ୍ନୋଲୋଜି ବିଭାଗ (DBT) କହିଛି ଯେ ଏହି ଟିକାର ପ୍ରଥମ ପର୍ଯ୍ୟାୟ ଟ୍ରାୟଲ ୧୮ ରୁ ୬୦ ବର୍ଷ ବୟସର ଲୋକଙ୍କ ଉପରେ କରାଯାଇଥିଲା । ଯାହା ସମ୍ପୂର୍ଣ୍ଣ ଭାବେ ସଫଳ ରହିଛି ।

ଅଧିକ ପଢ଼ନ୍ତୁ: ଦେଶର କେଉଁ ରାଜ୍ୟର ଲୋକମାନେ ପିଅନ୍ତି ସବୁଠୁ ଅଧିକ ମଦ? ଏଠାରେ ଜାଣନ୍ତୁ ଏହାର ଜବାବ

ନାକ ମାଧ୍ୟମରେ ଦିଆଯାଉଥିବା ପ୍ରଥମ ଟିକା 
DBT କହିଛି, 'ନାକ ମାଧ୍ୟମରେ ଦିଆଯାଉଥିବା ଭାରତ ବାୟୋଟେକର (Bharat Biotech)ଏହା ହେଉଛି ପ୍ରଥମ ନେଜଲ ଟିକା । ଯାହା ଦ୍ୱିତୀୟ ପର୍ଯ୍ୟାୟ ଟ୍ରାୟଲ ପାଇଁ ନିୟାମକର ଅନୁମୋଦନ ପାଇଛି । ଏହା ସହିତ ଡିବିଟି ଏକ ବୟାନରେ କହିଛି ଯେ ଦ୍ୱିତୀୟ ପର୍ଯ୍ୟାୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାୟଲ ପାଇଁ କମ୍ପାନୀ ଅନୁମୋଦନ ଲାଭ କରିଛି । ଏହା ହେଉଛି ପ୍ରଥମ କୋରୋନା ଟିକା (Corona Vaccine), ଯାହା ଭାରତରେ ଲୋକଙ୍କ ଉପରେ ଟ୍ରାୟଲ କରାଯିବ । ସେଣ୍ଟ୍ ଲୁଇସର ୱାଶିଂଟନ୍ ୟୁନିଭରସିଟିରୁ କମ୍ପାନୀ ଏହାର ଟେକ୍ନୋଲୋଜି ପାଇଛି ।

ଅଧିକ ପଢ଼ନ୍ତୁ: ୮ ଲକ୍ଷ PSU କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର! ଅଗଷ୍ଟରେ ଆସିବ ବର୍ଦ୍ଧିତ ଦରମା

ପ୍ରଥମ ପର୍ଯ୍ୟାୟରେ ଦେଖାଯାଇନାହିଁ କୌଣସି ପାର୍ଶ୍ୱ ପ୍ରତିକ୍ରିୟା
ଡିବିଟି କହିଛି, 'କମ୍ପାନୀ ସୂଚନା ଦେଇଛି ଯେ ପ୍ରଥମ ପର୍ଯ୍ୟାୟ ଟ୍ରାୟଲରେ ଜଡିତ ଥିବା ବ୍ୟକ୍ତିଙ୍କ ଶରୀର ଟିକାକରଣର ଡୋଜକୁ ସହଜରେ ଗ୍ରହଣ କରିଛି । କୌଣସି ପାର୍ଶ୍ୱ ପ୍ରତିକ୍ରିୟା କାହାପାଖରୁ ଦେଖିବାକୁ ମିଳିନାହିଁ ।' ଏହି ଟିକା ପୂର୍ବ ଗବେଷଣାରେ ମଧ୍ୟ ସୁରକ୍ଷିତ ଥିବା ଜଣାପଡିଛି । ଡିବିଟି କହିଛି ଯେ ପଶୁମାନଙ୍କ ଉପରେ ହୋଇଥିବା ଗବେଷଣାରେ ଏହି ଟିକା ଉଚ୍ଚ ସ୍ତରର ଆଣ୍ଟିବଡି ଉତ୍ପାଦନରେ ସଫଳ ହୋଇଥିଲା ।